ଓଡିଶା

୭ ଜିଲାକୁ ବର୍ଷା ବଜ୍ରପାତ ସତର୍କତା

ଭୁବନେଶ୍ବର: ଗାଙ୍ଗେୟ ପଶ୍ଚିମବଙ୍ଗରୁ ତେଲଙ୍ଗାନା ପର୍ଯ୍ୟନ୍ତ ଓଡ଼ିଶା ଉପରେ ଏକ ଟ୍ରଫ ଲାଇନ ରହିଛି।  ଯାହାର ପ୍ରଭାବରେ ଆସନ୍ତା ୨୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲାକୁ ବର୍ଷା ସମ୍ଭାବନା ରହିଛି। ବୁଧବାର ବାଲେଶ୍ବର ଓ ମୟୂରଭଞ୍ଜ ଜିଲାରେ ହାଲୁକା ବର୍ଷା ହୋଇଥିଲା। ଆଜି ସକାଳ ପର୍ଯ୍ୟନ୍ତ ଏହି ଦୁଇ ଜିଲା ସମେତ କେନ୍ଦୁଝର, ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକ ଜିଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ୨୦ରୁ ୨୧ ତାରିଖ ଯାଏଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୭ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ରହିଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ସୁନ୍ଦରଗଡ଼, ଯାଜପୁର ଏବଂ ଢେଙ୍କାନାଳ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ଏପରିକି କୁଆପଥର ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହି ସମୟରେ ୪୦ ରୁ ୫୦ କିମି ବେଗରେ ପବନ ହୋଇପାରେ। ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁୁଡ଼ା, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଏବଂ ଗଜପତି ଜିଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ରହିଛି। ୨୧ରୁ ୨୨ ପର୍ଯ୍ୟନ୍ତ ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲାକୁ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ପବନ ଓ ବର୍ଷା ଯୋଗୁଁ ଅସୁରକ୍ଷିତ ନିର୍ମାଣକୁ କ୍ଷତି ପହଞ୍ଚିପାରେ। ସେହିପରି ଫସଲ କ୍ଷତିଗ୍ରସ୍ତ ହୋଇପାରେ। ଏହି ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।  ବାଲେଶ୍ବର ଓ ମୟୂରଭଞ୍ଜରେ ବର୍ଷା ହୋଇଥିବାବେଳେ ବାଲେଶ୍ବରରେ ସନ୍ଧ୍ୟା ସୁଦ୍ଧା ସର୍ବାଧିକ ୩୧ ମି.ମି. ବର୍ଷା ରେକର୍ଡ଼ କରାଯାଇଛି।
ଅନ୍ୟପକ୍ଷରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବିଭିନ୍ନ ଜିଲାରେ ପାରଦ ଉପରମୁହାଁ ରହିଛି। ବୌଦ୍ଧରେ ସର୍ବାଧିକ ୩୭ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ଼ ହୋଇଛି। ଝାରସୁଗୁଡ଼ାରେ ୩୬.୬ ଡିଗ୍ରୀ, ଟିଟିଲାଗଡ଼ରେ ୩୬, ପାରଳାଖେମୁଣ୍ଡିରେ ୩୫.୬, ସୁବର୍ଣ୍ଣପୁର ଓ ଭବାନୀପାଟଣାରେ ୩୫.୫ ଲେଖାଏଁ, ମାଲକାନଗିରିରେ ୩୫.୪, ସୁନ୍ଦରଗଡ଼ରେ ୩୫.୨, ଫୁଲବାଣୀରେ ୩୫.୧ ଏବଂ ସମ୍ବଲପୁର ଓ ବଲାଙ୍ଗୀରରେ ୩୫ ଡିଗ୍ରୀ ଲେଖାଏଁ, ଭୁବନେଶ୍ବରରେ ୩୩.୭ ଏବଂ କଟକରେ ୩୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button