ଓଡିଶା
ପୁରୀରେଏକ ବଡ଼ ଧରଣର ସେକ୍ସ ରାକେଟର ପର୍ଦ୍ଦାଫାଶ

ନାବାଳିକା ଅପହରଣ ଘଟଣାରେ ପୁରୀ ପୁଲିସ ତଦନ୍ତରେ ମୋବାଇଲ ଟ୍ରାକିଂ କରିବାରେ ଏକ ବଡ଼ ଧରଣର ସେକ୍ସ ରାକେଟ୍ ଧରାପଡ଼ିଛି। ଏହି ସେକ୍ସ ରାକେଟ୍ରେ ପୀଡ଼ିତା ନାବାଳିକା ଦୁଇ ଭଉଣୀ ଉଦ୍ଧାର । ତାଳବଣିଆରେ ଅନୁଷ୍ଠିତ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଉତ୍ସବରୁ ଜଣେ ନାବାଳିକା ଅପହରଣ ହୋଇଯିବା ଘଟଣାର ପର୍ଦ୍ଦାଫାସ ହୋଇଛି। ନାବାଳିକା ଅପହରଣ ଘଟଣାରେ ପୁଲିସ ତଦନ୍ତରେ ମୋବାଇଲ ଟ୍ରାକିଂ କରିବାରେ ଏକ ବଡ଼ ଧରଣର ସେକ୍ସ ରାକେଟ୍ ଧରାପଡ଼ିଛି। ଏହି ସେକ୍ସ ରାକେଟ୍ରେ ପୀଡ଼ିତା ଦୁଇ ଭଉଣୀ ଥିବାବେଳେ ସେମାନଙ୍କ ମା’ ସହିତ ବ୍ରହ୍ମଗିରିର ଜଣେ ମହିଳା ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡ଼ିଛି ।ତେଣୁ ପୁଲିସ ସେମାନଙ୍କୁ ଗିରଫ କରିବା ସହିତ ୧୦ ଜଣ ଗ୍ରାହକଙ୍କୁ ମଧ୍ୟ ଗିରଫ କରିଛି।