ଓଡିଶା

ବିଦ୍ୟୁତ୍‌ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୧୨ ଯାତ୍ରୀ ଆହତ

ବଣାଇ : ଓଲଟିଲା ଯାତ୍ରୀବାହୀ ବସ ଏଥିରେ୧୨ ଯାତ୍ରୀ ଆହତ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ରାଜ୍ୟ ରାଜପଥର ମୁଚରନାଳୀ ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ବସ୍ । ଓଏସଆରଟି ଜଗନ୍ନାଥ ନାମକ ବସଟି ସୁନ୍ଦରଗଡ଼ରୁ ପୁରୀ ଯାଉଥିବା ବେଳେ ଏଥିରେ ୫୫ଜଣ ଯାତ୍ରୀ ଥିଲେ ।

ଗତକାଲି ରାତି ପ୍ରାୟ ୧୨ଟା୩୦ ସମୟରେ ମୁଚରନାଳୀ ଗାଁ ନିକଟରେ ୩୩ କେଭି ତାର ଯାଇଥିବା ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିପଡ଼ିଥିଲା । ଏଥିରେ୧୨ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଜଣେ ମହିଳା ବିଦ୍ୟୁତ ଆଘାତରେ ଗୁରୁତର ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ଅନ୍ୟ ଯାତ୍ରୀଙ୍କୁ ଅଲଗା ବସରେ ପଠାଇ ତଦନ୍ତ ଚଳାଇଛି ।

 

Related Articles

Leave a Reply

Your email address will not be published. Required fields are marked *

Back to top button