କ୍ରାଇମ
ବେଦୀରେ ବରକୁ ହତ୍ୟା ପାଇଁ ସୁପାରୀ, ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗିରଫ

ବଲାଙ୍ଗୀରି : ବରକୁ ହତ୍ୟା ଉଦ୍ୟମ କରିଥିବା ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗିରଫ । ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ବିଶ୍ୱାଳକୁ ମୋହନ ଗିରିରୁ ଗିରଫ କରିଛି ବଲାଙ୍ଗିର ଦେଓଗାଁ ପୋଲିସ । ମୋହନଗିରିରେ ଲୁଚିଥିବା ଖବର ପାଇ ସୁଶାନ୍ତକୁ କାବୁ କରିଛି ପୋଲିସ । ପୂର୍ବରୁ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା ।
ଗତ ୨୪ ତାରିଖରେ ବେଦୀରେ ବରକୁ ହତ୍ୟା ପାଇଁ ସୁପାରୀ ହୋଇଥିଲା । ଗାଇବାହାଲ ଗାଁର ରାଜକୁମାର ପ୍ରଧାନ ବାବିଯୋର ଗାଁକୁ ବିବାହ କରିବାକୁ ଆସିଥିବା ବେଳେ ହତ୍ୟା ପାଇଁ ଉଦ୍ୟମ ହୋଇଥିଲା । ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ୨୦ହଜାର ଟଙ୍କା ସୁପାରୀ ଦେଇ ୭ ଜଣଙ୍କୁ ପଠାଇଥିଲା ବେଦୀ ଉପରେ ରାଜକୁମାରକୁ ହତ୍ୟା କରିବାକୁ । ତେବେ ସୁରାକ ପାଇ ୭ଜଣଙ୍କୁ ମାଡ଼ି ବସିଥିଲେ ଗାଁଲୋକ । ଘଟଣା ପରେ ସୁଶାନ୍ତ ଫେରାର ହୋଇଯାଇଥିଲା । ୭ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଜି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ମୋହନ ଗିରିରୁ ଗିରଫ ହୋଇଛି । ପୁରୁଣା ବିବାଦରୁ ହତ୍ୟାକାଣ୍ଡ ଯୋଜନା ହୋଇଥିବା ପୋଲିସ ସନ୍ଦେହ କରୁଛି ।