ବିଚାର

ଆପଣ ଜାଣିଛନ୍ତି କି ? RAILWAY ଟ୍ରାକ୍‌ରେ କାହିଁକି ବିଛାଯାଇଥାଏ ପଥର ?

କ’ଣ ଆପଣ ଜାଣିଛନ୍ତି ରେଳ ଧାରଣାରେ କାହିଁକି ପଥର ବିଛାଯାଏ । ରେଳ ଟ୍ରାକ୍‌ରେ ପଥର ବିଛାଯିବା ପଛରେ କ’ଣ ରହିଛି କାରଣ ? କେବଳ ଆମ ଭାରତୀୟ ରେଳବାଇ ପକ୍ଷରୁ ଏହା କରାଯାଉଛି, ନା ଅନ୍ୟ ଦେଶରେ ମଧ୍ୟ ଏପରି ବ୍ୟବସ୍ଥା ରହିଛି ।

ଆଜ୍ଞା ହଁ, ଆଜି ଆମେ ଆପଣଙ୍କୁ ରେଳ ଟ୍ରାକ୍‌ର ସମସ୍ତ କଥା ବିଷୟରେ ଗୋଟି ଗୋଟି କରି ଜଣାଇବୁ । ତେବେ ବନ୍ଧୁଗଣ ଆପଣମାନେ ନିଶ୍ଚିତ ଟ୍ରେନ ରେ ଯାତ୍ରା କରିଥିବେ । ଆଉ ଟ୍ରେନ ଯାତ୍ରା ସମୟରେ ସାଧାରଣତଃ ସମସ୍ତେ ରେଳ ଧାରଣା ଦେଖିଥିବେ ।

ହେଲେ ରେଳ ଧାରଣାକୁ ନେଇ ସେମିତି କିଛି ଚିନ୍ତା କରିନଥିବେ । କଣ ଆପଣ ମାନେ ଜାଣନ୍ତି କି, ରେଳ ଟ୍ରାକ୍‌ର ଲେୟାର ସାଧାରଣତଃ ୩ ପ୍ରକାରର ହୋଇଥାଏ । ରେଳ ଟ୍ରାକ୍‌ର ପ୍ରଥମ ଲେୟାର କଂକ୍ରିଟ୍‌ ହୋଇଥାଏ ।

ଯାହାକୁ ରେଳ ଧାରଣାର ତଳେ ସିଧାସିଧା ରଖି ଦିଆଯାଇଥାଏ । ଦ୍ୱିତୀୟରେ ଟ୍ରାକ୍‌ରେ ଛୋଟ ଛୋଟ ଖଣ୍ଡ ପଥର ଦିଆଯାଇଥାଏ । ଆଉ ତୃତୀୟ ଲେୟାରଟି ହେଉଛି ପଥର ମଝିରେ କିଛି ମାଟି ଦିଆ ଯାଇଥାଏ ।

ରେଳ ଟ୍ରାକ୍‌ରେ ବ୍ୟବହାର ହୋଉଥିବା କଂକ୍ରିଟ୍‌କୁ ସ୍ଲିପର ବୋଲି କୁହାଯାଏ । ସେହିପରି ରେଳ ଟ୍ରାକ୍‌ରେ ବ୍ୟବହାର ହେଉଥିବା ଛୋଟଛୋଟ ପଥରକୁ ବେଲେଷ୍ଟ ବୋଲି କୁହାଯାଏ । ଟ୍ରାକ୍‌ରେ ବ୍ୟବହାର ହେଉଥିବା କଂକ୍ରିଟ୍‌ ବା ସ୍ଲିପର ଟ୍ରେନ୍‌ର ଓଜନକୁ ସମ୍ଭାଳିଥାଏ । ଟ୍ରେନ୍‌ ଧାରଣାରେ ବ୍ୟବହୃତ ହେଉଥିବା ପଥର ବା ବେଲେଷ୍ଟ ମଧ୍ୟ ଟ୍ରେନ୍‌କୁ ଦୁଇଟି ଦିଗରେ ସୁରକ୍ଷା ଦେଇଥାଏ।

ପ୍ରଥମଟି ଟ୍ରେନ୍‌ ଯେତେବେଳେ ଦ୍ରୁତ ଗତିରେ ଯାତ୍ରା କରିଥାଏ, ସେତେବେଳେ ଟ୍ରେନ୍‌ର ଭାଇବ୍ରେସନ ଯୋଗୁଁ ଛୋଟ ଛୋଟ ପଥର ଖଣ୍ଡ ସବୁ ଯୋଡ଼ି ହୋଇ ରହିଥାଆନ୍ତି । ଯାହାଦ୍ୱାରା ଟ୍ରେନ୍‌ର ବାଲାନ୍ସ ରହିଥାଏ । ଦ୍ୱିତୀୟଟି ଯେବେ ଟ୍ରେନ୍‌ଟି ଦୁର୍ଘଟଣା ହୋଇଥାଏ । ସେତେବେଳେ ପ୍ରବଳ ଶବ୍ଦ ସହ କମ୍ପନ ହୋଇଥାଏ । ଯାହାକୁ କମ୍‌ କରିବାରେ ବେଲେଷ୍ଟ ବେଶ୍‌ ସାହାଯ୍ୟ କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button