ଦେଶ ବିଦେଶ

ସରିଲା ମହାକୁମ୍ଭ, ୧୫ ଦିନ ଯାଏଁ ଚାଲିବ ସଫେଇ ଅଭିଯାନ

ପ୍ରୟାଗରାଜ: ସରିଲା ମହାକୁମ୍ଭ, ଚାଲିବ ସଫେଇ ଅଭିଯାନ । ଆଗାମୀ ୧୫ ଦିନ ଧରି ଜାରି ରହିବ ପ୍ରୟାଗରାଜରେ ସ୍ବଚ୍ଛତା ଅଭିଯାନ । ଦୀର୍ଘ ୪୫ ଦିନ ଧରି ଚାଲିଥିବା ମହାକୁମ୍ଭ ସରିବା ପରେ ଏବେ ଯୋଗୀ ସରକାରଙ୍କ ପାଇଁ ଚାଲେଞ୍ଜ ସାଜିଛି ସ୍ବଚ୍ଛତା ଫେରାଇ ଆଣିବା । କାରଣ ମହାକୁମ୍ଭରେ ୬୬ କୋଟି ଶ୍ରଦ୍ଧାଳୁଙ୍କ ସମାଗମ ପରେ ପ୍ରୟାଗରାଜର ପରିବେଶ ସ୍ବଚ୍ଛ ନାହିଁ ଚାରିଆଡେ ଅଳିଆ ଆବର୍ଜନା ଏବଂ ପଲିଥିଲ, ଛିଡା କପଡା, ଛିଡା ଜୋତା, ପ୍ଲାଷ୍ଟିକ ଡବା ଆଦି ବିଭିନ୍ନ ଜିନିଷ ପଡିଥିବା ବେଳେ ସେସବୁର ସଫେଇ ପାଇଁ ଏକ ୧୫ ଦିନିଆ ଅଭିଯାନ ଆରମ୍ଭ ହୋଇଛି ।

ଯଦିଓ ସଫେଇ କର୍ମୀମାନେ ୪୫ ଦିନ ଯାଏଁ ପ୍ରୟାଗରାଜର ସ୍ବଚ୍ଛତାକୁ ଗୁରୁତ୍ବ ଦେଇ ସଫେଇ ଅଭିଯାନକୁ ଜାରି ରଖିଥିଲେ ମାତ୍ର ମହାକୁମ୍ଭ ସରିବା ପରେ ପୂରା ପରିବେଶକୁ ପୁଣି ଥରେ ପୂର୍ବ ଅବସ୍ଥାକୁ ଫେରାଇବା ପାଇଁ ଆରମ୍ଭ ହୋଇଛି ସ୍ବଚ୍ଛତା କାର୍ୟ୍ୟକ୍ରମ ।

ସ୍ବଚ୍ଛ ସାଥୀମାନେ ସଙ୍ଗମ ଘାଟ, ମେଳା ଲାଗିଥିବା ପଠାକୁ ସ୍ଥାୟୀ ଭାବେ ସଫା କରିବେ । ଅସ୍ଥାୟୀ ପାଇଖାନା ଖୋଲାଯିବା ସହ ଆବର୍ଜନାକୁ କେମିତି ନଷ୍ଟ କରାଯାଇପାରିବ ସେନେଇ ଗୁରୁତ୍ବ ଦିଆଯାଇଛି । ପୂର୍ବରୁ ୧୫ ହଜାର ସଫେଇ କର୍ମୀ ଏକାଥରେ ସଫେଇ କରି ରେକର୍ଡ ରଚିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button