ଓଡିଶା
ବିଦ୍ୟୁତ ଖୁଣ୍ଟରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, କରାଣ ଅସ୍ପଷ୍ଟ

କଟକ : ବିଦ୍ୟୁତ ଖୁଣ୍ଟରେ ଝୁଲନ୍ତା ମୃତଦେହ । ରାସ୍ତା ଉପରେ ଥିବା ବିଦ୍ୟୁତ ଖୁଣ୍ଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । କଟକ ରାଣୀହାଟ ତାଳଦଣ୍ଡା କେନାଲ କୂଳ ରାସ୍ତାରୁ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାଟି କାଲି ରାତିର ବୋଲି କୁହାଯାଉଛି । ଆଜି ସକାଳେ ଯୁବକଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ପରେ ଖୁଣ୍ଟ ଉପରୁ ଶବକୁ ତଳକୁ କଢ଼ା ଯାଇଥିଲା ।
ମାଲଗୋଦାମ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି । ଯୁବକଙ୍କ ପରିଚୟ ମିଳିପାରିନାହିଁ । ତେବେ ମୃତ୍ୟୁର କରାଣ ସ୍ପଷ୍ଟ ହୋଇନଥିବାବେଳେ ସେ ଜୀବନ ହାରିଥିବା ସନ୍ଦେହ କରାଯାଉଛି । ଯୁବକ ଜଣଙ୍କ ଏଠାକୁ କିପରି ଆସିଲେ ସବୁ କିଛି ସନ୍ଦେହ ଭିତରେ ରହିଛି ।