ଓଡିଶା

ବେଇଆନ ବିଦେଶୀ ମଦ ଓ ଦେଶୀ ମଦ କାରବାରର ଭୂସ୍ୱର୍ଗ ପାଲଟିଛି ବାଲେଶ୍ଵର ଜିଲ୍ଲା

ବାଲେଶ୍ଵର: ବେଇଆନ ବିଦେଶୀ ମଦ ଓ ଦେଶୀ ମଦ କାରବାରର ଭୂସ୍ୱର୍ଗ ପାଲଟିଛି ବାଲେଶ୍ଵର ଜିଲ୍ଲା । ପୂର୍ବରୁ ବ୍ରାଉନ ସୁଗାରର ହବ ପାଲଟି ଦୁର୍ନାମ ମୁଣ୍ଡାଇ ଥିବା ବେଳେ, ଏବେ ବିପୁଳ ମାତ୍ରରେ ବେଆଇନ ଦେଶୀ ମଦ କାରବାର ସହ ବାହାର ରାଜ୍ୟର ମଦ ର ଅବାଧ ବିକ୍ରିକୁ ରୋକ ଲଗାଇ ପାରୁନାହିଁ ଜିଲ୍ଲା ଅବକାରୀ ବିଭାଗ । କଣ ବେଆଇନ ମଦ ବ୍ୟବସାୟୀଙ୍କ ସହ ଅବକାରୀ ବିଭାଗର ସଲାସୁତୁରା ?

ନା ଅବକାରୀ ବିଭାଗରେ କର୍ମଚାରୀ ଅଭାବ ? ନା ମାଫିଆ ମାନଙ୍କ ଠାରୁ ମୋଟା ଅଙ୍କର ଲାଞ୍ଚ ଖାଇ ନିଘୋଡ଼ ନିଦ୍ରାରେ ବିଶ୍ରାମ ନେଇଛି ଅବକାରୀ ବିଭାଗ ? ଏଭଳି ପ୍ରତିଦିନ ଗୋଟିଏ ପରେ ଗୋଟିଏ ଘଟଣା ପଦାକୁ ଆସିଥିବା ବେଳେ ଯାହା ଜିଲ୍ଲା ଅବକାରୀ ବିଭାଗର ପରିବା ପଣିଆ ପଦରେ ପଡ଼ିଛି ।

ବାଲେଶ୍ଵର ଜିଲ୍ଲାରେ ସମୁଦାୟ ୫୨ ଟି ଠିପି ବନ୍ଦ ବିଦେଶୀ ମଦ ଦୋକାନ ରହିଥିବା ବେଳେ ୪୮ ଟି ସରକାରୀ ସ୍ଵୀକୃତି ପ୍ରାପ୍ତ ମଦ ଦୋକାନ ରହିଛି । ସେହିଭଳି ୨୧ ଟି ବାର୍ ରହିଛି । କିନ୍ତୁ ପ୍ରତିଦିନ ଜିଲ୍ଲାରେ ବେଆଇନ ଦେଶୀ ମଦର ବ୍ୟବସାୟ ବିପୁଳ ମାତ୍ରାରେ ହେଉଥିବା ବେଳେ ବିନା ଲାଇସେନ୍ସରେ କୋଚିଆ ଅର୍ଥାତ ଚୋରା ମଦ ବ୍ୟବସାୟୀ ମନେ ମାଲେମାଲ ହେଉଛନ୍ତି । କେବଳ ଜିଲ୍ଲା ଅବକାରୀ ବିଭାଗ ଟାର୍ଗେଟ ପୂରଣ କରିବା ଆଳରେ ହାତ ଗଣତି କିଛି ଜଣଙ୍କୁ ଦେଶୀ ମଦ ତିଆରି ହେଉଥିବା ଅଞ୍ଚଳରେ ନାମକୁ ମାତ୍ର ରେଡ କରି ପୋଚ ନଷ୍ଟ କରି ବାହାବା ନେଉଥିବା ବେଳେ, ମାଫିଆ ଙ୍କୁ ରୋକ୍ ଧରିବାରେ ଅସମର୍ଥ । ଖାଲି ସେତିକି ନୁହଁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚୋରି ଗାଡ଼ିକୁ ମଦ ମାଫିଆ ମାନେ ମଦ ଚୋରା ଚାଲାଣରେ ବ୍ୟବହାର କରୁଥିବା ବେଳେ ଜବତ ଗାଡି ନେବା ବେଳେ ଅସଲି ମାଲିକଙ୍କୁ ଅବକାରୀ ବିଭାଗକୁ ଲାଞ୍ଚ ଦେବାକୁ ପଡୁଥିବା ଏହି ଭିଡିଓ ସ୍ପଷ୍ଟ କରୁଛି ଅବକାରୀ ବିଭାଗର ସ୍ଵଚ୍ଛତା ଉପରେ ।

ନିକଟରେ ଏହି ଘଟଣାର ପ୍ରତିଫଳନ ଦେଖିବାକୁ ମିଳିଥିବା ବେଳେ ସିମୁଳିଆରେ ୧୬ନମ୍ବର ରାଜପଥ ରେ ଭଦ୍ରକରୁ ବାଲେଶ୍ଵର ଆସୁଥିବା ବେଆଇନ ଦେଶୀ ମଦ ବୋଝେଇ ସ୍କର୍ପିଓ କୁ ଜାଳି ଦେଇଛନ୍ତି ଉତ୍ୟକ୍ତ ଜନତା । ଖାଲି ସେତିକି ନୁହଁ ବାଲେଶ୍ଵର ଜିଲ୍ଲାରେ ରେ ଉତ୍ତରାଖଣ୍ଡରୁ ଆସୁଥିବା ମଦ ଏବେ ବିଭିନ୍ନ ବିଦେଶୀ ମଦ ଦୋକାନରେ ବିକ୍ରୀ ହେବା ଦେଖିବାକୁ ମିଳିଛି । ସେହିଭଳି ଗ୍ରାମାଞ୍ଚଳରେ ରାସନ ଦୋକାନରେ ମଦ କାରବାର ସହ ଜିଲ୍ଲା ଅବକାରୀ ବିଭାଗ ବିନା ଲାଞ୍ଚରେ କାମ କରୁନଥିବାର କିଛି ଏକ୍ସଳୁସିଭ୍ ଭିଡିଓ କଲିଙ୍ଗ ଟିଭି ହାତରେ ଲାଗିଛି । ଦେଖନ୍ତୁ ଏ ଭିଡିଓ ରେ କିଭଳି ଗ୍ରାମାଞ୍ଚଳରେ ବହୁଳ ମଦ କାରବାର ହେଉଛି ।

ସେହିଭଳି ଏହି ଭିଡିଓରେ ଉତ୍ତରାଖଣ୍ଡ ର ମଦ କିଭଳି ବିଦେଶୀ ଦୋକାନ ରେ ମିଳୁଛି ଯାହାକି କଳାବଜାରୀ ବ୍ୟବସାୟୀ ମାନେ ବିନା ଟିକସ ରେ ୭୫୦ ଏମ ଏଲ୍ କୁ ୧୩୦ ଟଙ୍କାରେ ବିକ୍ରି କରୁଥିବା ବେଳେ ସ୍ଵୀକୃତି ପ୍ରାପ୍ତ ଦୋକାନ ରୁ ରମ କିମ୍ବା ହ୍ୱିସ୍କି ୭୫୦ ଏମ ଏଲ କୁ ୮୦୦ ଟଙ୍କା ପଡୁଛି । ଯାହାଫଳରେ ଗ୍ରାହକ ମାନେ କମ ଟଙ୍କାରେ ଉତ୍ତରାଖଣ୍ଡ ମଦ ନେବକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଏଣେ ଜିଲ୍ଲା ଅବକାରୀ ବିଭାଗର ଜାଣତରେ ଏସବୁ ଚାଲିଥିବା ବେଳେ ଏକ ପ୍ରକାର ବେଆଇନ ମଦ କାରବାର ଦ୍ଵାରା ରାଜସ୍ଵ ହାନି ହେଉଛି । ପରୋକ୍ଷରେ ଅବକାରୀ ବିଭାଗ ମାଫିଆ ଙ୍କ ସହ ହାତ ମେଲାଇ ମାଲେମାଲ ହେଉଛି ।

ବର୍ତମାନ କିଛି ସୂତ୍ରରୁ ରୁ ଜଣାପଡିଛି ପଶ୍ଚିମବଙ୍ଗ ଦେଇ ଓଡ଼ିଶା କୁ ଉତ୍ତରାଖଣ୍ଡ ରୁ ମାସରେ ୧୦୦ କଣ୍ଟେନର ବେଆଇନ ମଦ ପଶୁଥିବା ବେଳେ ବାହାର ରାଜ୍ୟର ମଦ ବ୍ୟବସାୟୀ ଙ୍କ ସମ୍ପୂର୍ଣ୍ଣ ହାତ ରହୁଛି । ସେହିଭଳି ଜିଲ୍ଲାର ସୋର ଅନନ୍ତ ପୁର ଅଞ୍ଚଳରେ ନକଲି ବିଦେଶୀ ମଦ କାରଖାନା ଠାବ ବୋଇଥିବା ବେଳେ କେବଳ ମଦ ତିଆରିରେ ସାମଗ୍ରୀ କୁ ଅବକାରୀ ବିଭାଗ ଜବତ କେବଳ କରିଥିବା ବେଳେ କିଙ୍ଗ ପିନ ଦେହରେ ହାତ ମାରିପାରୁ ନାହିଁ । ଜିଲ୍ଲା ରେ ବେଇଅନ ମଦର ବହୁଳ କାରବାର ଓ ଚୋରା ବ୍ୟବସାୟୀ ଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ବାବଦରେ ଜିଲ୍ଲା ଅବକାରୀ ବିଭାଗର ସୁପରି ଟେଣ୍ଡେଣ୍ଟ ସ୍ୱଳ୍ପରେ ଉତ୍ତର ରଖି ସଫେଇ ଦେଇଛନ୍ତି ।

ଗୋଟିଏ ପଟେ ସରକାରୀ ସ୍ଵୀକୃତି ପ୍ରାପ୍ତ ବିଦେଶୀ ମଦ ଦୋକାନୀ ଙ୍କୁ ଟାର୍ଗେଟ ପୂରଣ ପାଇଁ ଜିଲ୍ଲା ଅବକାରୀ ବିଭାଗ ବାଧ୍ୟ କରାଯାଉଥିବା ବେଳେ ଅନ୍ୟପଟେ ଜିଲ୍ଲାରେ ନକଲି ଓ ବେଆଇନ୍ କାରବାର ବୃଦ୍ଧି ପାଇଛି । ଜିଲ୍ଲା କୁ ନିଶା ମୁକ୍ତ କରିବା ଓ ବେଆଇନ୍ ମଦ କାରବାର ନିୟନ୍ତ୍ରଣ ଓ ସଚେତନତା ପାଇଁ ଜିଲ୍ଲା ଅବକାରୀ ବିଭାଗର କାର୍ଯ୍ୟ ଶୂନ ହୋଇଥିବା ବେଳେ କେବଳ ମୋଟା ଅଙ୍କର ଲାଞ୍ଚ ନେଇ ଅବକାରୀ ବିଭାଗ ଚୁପ୍ ରହୁଛି । ତେବେ ଯେଉଁ ଅଫିସର ମନେ ମଦ କାରବାର ରେ ସଂପୃକ୍ତ ରହୁଛନ୍ତି ସେମାନଙ୍କ ବିରୁଦ୍ଧରେ ରାଜ୍ୟ ଅବକାରୀ ବିଭାଗ କେବେ କାର୍ଯ୍ୟାନୁଷ୍ଠାନ ନେଉଛି ଦେଖିବାକୁ ବାକି ରହିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button