ଓଡିଶା

ବାଣ ଭିଡିବା ବେଳେ ପ୍ରଚଣ୍ଡ ବିସ୍ଫୋରଣ, ଦମ୍ପତି ଗୁରୁତର

ଖୋର୍ଦ୍ଧା: ବାଣ ଭିଡିବା ବେଳେ ପ୍ରଚଣ୍ଡ ବିସ୍ଫୋରଣ । ବିସ୍ଫୋରଣରେ ଦମ୍ପତି ଗୁରୁତର । ଖୋର୍ଦ୍ଧା ବେଗୁନିଆ ଥାନା ଗୋପାଳପୁର ପଞ୍ଚାୟତ ଦେଉଳି ବଡସାହିରେ ବିସ୍ପୋରଣ ହୋଇଛି ।  ଏତେ ଜୋରରେ ବିସ୍ଫୋରଣ ହୋଇଥିଲା ଯେ ଦୁଇ ବଖରା ଘରର ଆଜବେଷ୍ଟସ ଉଡିଯାଇଥିଲା ।

ସୂଚନା ଅନୁଯାୟୀ ଆଜି ଦେଉଳି ବଡ଼ସାହିର ଅଶୋକ କୁମାର ମଲିକ ନିଜ ଘରେ ବାଣ ଭିଡୁଥିବା ବେଳେ ବିସ୍ପୋରଣ ହୋଇଥିଲା ।  ବିସ୍ପୋରଣରେ ବାଣ ବେପାରୀ ଓ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି ।  ସେମାନଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ପଠାଯାଇଥିବା ବେଳେ ଘଟଣା ସ୍ଥଳରେ ବେଗୁନିଆ ପୋଲିସ ପହଞ୍ଚି ତନାଘନା କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button