ଓଡିଶା

ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା, ଦୁଇ ଘଣ୍ଟା ଗାଡ଼ି ଭିତରେ ଫସି ରହିଲେ ଚାଳକ

ଜଳେଶ୍ୱର: ଘନ କୁହୁଡ଼ି ପାଇଁ କଣ୍ଟେନରକୁ ପଛପଟୁ ଧକ୍କା ଦେଲା ଆଉ ଏକ କଣ୍ଟେନର। ଅଗ୍ନିଶମ ବିଭାଗର ପ୍ରାୟ ଦୁଇ ଘଣ୍ଟାର ପରିଶ୍ରମ ପରେ କ୍ୟାବିନରେ ଚାପି ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଆମ୍ବଳିଅଠା ବାଇପାସ୍ ଡାଇଭର୍ସନ ନିକଟରେ ବାଲେଶ୍ୱରରୁ ଖଡଗପୁର ଅଭିମୁଖେ ଯାଉଥିବା ଏକ ପାର୍ଶଲ୍ ବୋଝେଇ କଣ୍ଟେନରକୁ ଘନ କୁହୁଡ଼ି କାରଣରୁ ଆଉ ଏକ ଜେସିବି ବୋଝେଇ କଣ୍ଟେନର ପଛପଟୁ ଧକ୍କା ଦେଇଥିଲା। ଫଳ ରେ ଜେସିବ ବୋଝେଇ କଣ୍ଟେନରଟି ଭାରସାମ୍ୟ ହରାଇ ରାଜପଥକଡ଼କୁ ଖସି ପଡ଼ିବା ସହ ଚାଳକ ଏହି କ୍ୟାବିନରେ ଦୀର୍ଘ ସମୟ ଧରି ଚାପି ହୋଇ ରହିଥିଲେ।

ବିବରଣୀରୁ ପ୍ରକାଶ ଯେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଆମ୍ବଳିଅଠା ବାଇପାସ୍ ଡାଇଭର୍ସନ ନିକଟରେ ବାଲେଶ୍ୱରରୁ ଖଡଗପୁର ଅଭିମୁଖେ ଯାଉଥିବା ଏକ ପାର୍ଶଲ୍ ବୋଝେଇ କଣ୍ଟେନରକୁ ଘନ କୁହୁଡ଼ି କାରଣରୁ ଆଉ ଏକ ଜେସିବି ବୋଝେଇ କଣ୍ଟେନର ପଛପଟୁ ଧକ୍କା ଦେଇଥିଲା। ଫଳ ରେ ଜେସିବ ବୋଝେଇ କଣ୍ଟେନରଟି ଭାରସାମ୍ୟ ହରାଇ ରାଜପଥକଡ଼କୁ ଖସି ପଡ଼ିବା ସହ ଚାଳକ ଏହି କ୍ୟାବିନରେ ଦୀର୍ଘ ସମୟ ଧରି ଚାପି ହୋଇ ରହିଥିଲେ।

ଖବର ପାଇ ଜଳେଶ୍ୱର ଅଗ୍ନିଶମ ବିଭାଗ ପହଞ୍ଚି ଦୀର୍ଘ ଦୁଇ ଘଣ୍ଟାର ଉଦ୍ୟମ ପରେ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜଳେଶ୍ୱର ହସ୍ପିଟାଲକୁ ପଠାଇଥିଲା। ଜଳେଶ୍ୱର ପୁଲିସ ଘଟଣାର ତଦନ୍ତ କରୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button