ବିଚାର

ଧନକୁ ଚୁମ୍ବକ ପରି ଟାଣୁଥିବା ଗଛ ଗୃହର କେଉଁଠି ଲଗାଇଲେ ଧନ ବୃଦ୍ଧି ହୁଏ

ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଯୁଗରେ ବଂଚିବା କୁ ହେଲେ ଆମକୁ କେତେକ ଫେକ୍ଟର ଉପରେ ନିର୍ଭର କରିବା କୁ ପଡିଥାଏ।ତେବେ ସେହି ଫେକ୍ଟର ମଧ୍ୟରୁ ଟଙ୍କା ଓ ଧନ ସମ୍ପତ୍ତି ହେଉଛି ସବୁଠାରୁ ମୁଖ୍ୟ ।କୌଣସି ବି ବ୍ୟକ୍ତି ଏହି ଆଧୁନିକ ସମାଜରେ ବଞ୍ଚିବାକୁ ହେଲେ ତାକୁ ଟଙ୍କାର ବହୁତ ଆବଶ୍ୟକତା ରହିଥାଏ। କହିବାକୁ ଗଲେ ଯଦି ବର୍ତ୍ତମାନ ଆପଣଙ୍କ ପାଖରେ ଟଙ୍କା ପଇସା କିମ୍ବା ଧନ ସମ୍ପତ୍ତି ନାହିଁ ତେବେ ସମାଜରେ ଆପଣଙ୍କ ର କୌଣସି ମୂଲ୍ୟ ହି ରହିବ ନାହିଁ।କିନ୍ତୁ ବେଳେ ବେଳେ ଏହିପରି ହୋଇଥାଏ କି ଆପଣ ଯେତେ ଟଙ୍କା ପଇସା କଲେଇଲେ ମଧ୍ୟ ଆପଣ ଙ୍କ ର ଘରେ ଅଭାବ ରହିଥାଏ।

ମାତ୍ର ଆମେ ଆଜି ଆପଣ ଙ୍କୁ ଏହିପରି କିଛି ଗଛ ବିଷୟରେ ଜଣେଇବା କୁ ଯାଉଛୁ ଯେଉଁ ଗଛ କୁ ନିଜ ଘରେ ଲଗାଇବା ଦ୍ୱାରା ଧନ ସମ୍ପତ୍ତି ଚୁମ୍ବନ ରେ ଟାଣି ହୋଇ ଆସିବା ପରି ଆପଣ ଙ୍କ ଘରକୁ ଟାଣି ହୋଇ ଆସିବେ। ତେବେ ଆସନ୍ତୁ ଜାଣିବା ଆମ ଶାସ୍ତ୍ର ରେ ବର୍ଣ୍ଣିତ ସେହି ଚମତ୍କାରୀ ଏବଂ ଧନ ପ୍ରାପ୍ତି ର ଗଛ ଗୁଡିକ ବିଷୟରେ।

୧.ତୁଳସୀ ଗଛ:-

ବନ୍ଧୁଗଣ ତୁଳସୀ ଗଛ ଏହିପରି ଏକ ଗଛ ଅଟେ ଯାହା ଆପଣ ଙ୍କ ସ୍ୱାସ୍ଥ୍ୟ ଏବଂ ଭାଗ୍ୟ କୁ ପରିବର୍ତ୍ତନ କରିବାରେ ସାହାଯ୍ୟ କରେ। ତେବେ ଯେଉଁ ଘରେ ତୁଳସୀ ଗଛ ରହିଥାଏ ଏବଂ ଯଦି ଆପଣ ଏହାକୁ ପ୍ରତି ସକାଳେ ଓ ସନ୍ଧ୍ୟା ରେ ଦର୍ଶନ କରନ୍ତି ତେବେ ଆପଣ ଙ୍କ ଘରେ କେବେବି ଟଙ୍କା ପଇସା ର ଅଭାବ ହେବ ନାହିଁ। ମା ଲକ୍ଷ୍ମୀ ସର୍ବଦା ଆପଣ ଙ୍କ ସହ ରହିବେ। ମାତ୍ର ଧ୍ୟାନ ରଖିବେ ଯେପରି ତୁଳସୀ ଗଛ କୁ ଘରର ଦକ୍ଷିଣ ଦିଗରେ ଲଗାଇବେ ନାହିଁ ।

୨.ବେଲ ଗଛ:-

ବେଲ ଗଛ ପ୍ରଭୁ ଶିବ ଙ୍କ ର ପ୍ରତୀକ ହୋଇଥାଏ , ଯଦି ଏହି ବୃକ୍ଷ ଆପଣ ଙ୍କ ଘର ପ୍ରାଙ୍ଗଣ ରେ ରହିଥାଏ ତେବେ ଏହା ବହୁତ ଶୁଭ ହୋଇଥାଏ। ଶାସ୍ତ୍ର ରେ କୁହାଯାଇଛି ଯେ ଯେଉଁ ଘର ଦ୍ୱାର ରୁ ବାହାରିଲେ ବେଲ ଗଛ ର ଦର୍ଶନ ହୋଇଥାଏ ସେଠାରେ ମାତା ଲକ୍ଷ୍ମୀ ଙ୍କ ର ଆଶ୍ରୟ ସ୍ଥଳ ହୋଇଥାଏ। ବେଲ ଗଛ ପାଖରେ ଗୋଟିଏ ଧଳା ଅରଖ ଗଛ ଲଗେଇବା ଦ୍ୱାରା ଧନ ସମ୍ପତ୍ତି ଘରେ ସବୁବେଳେ ରହିଥାଏ।

୩.କଦଳୀ ଗଛ :-

କଦଳୀ ଆମ ସ୍ୱାସ୍ଥ୍ୟ ପାଇଁ ଯେତିକି ଲାଭ ଦାୟକ ହୋଇଥାଏ ଘରେ ଏହି ଗଛ ରହିବା ତା ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ତେବେ କଦଳୀ ଗଛ ଘରେ ଥିଲେ ଘରେ କେବେବି ଟଙ୍କା ପଇସା ର ଅଭାବ ଦେଖା ଯାଏ ନାହିଁ। କଦଳୀ ଗଛ ମୂଳ ରେ ବସି ପାଠ ପଢିବା ଦ୍ୱାରା ପାଠ ବହୁତ ଶୀଘ୍ର ମନେ ରହେ ମଧ୍ୟ।

୪.ନଡ଼ିଆ ଗଛ:-

ପ୍ରାୟ ପରିବାର ରେ ଆପଣ ନଡ଼ିଆ ଗଛ ରହିଥାଏ। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ କି ଘର ର ମୁଖ୍ୟ ଦ୍ୱାର ର ସମ୍ମୁଖରେ ଦୁଇ ଟି ନଡ଼ିଆ ଗଛ ଥିଲେ ଆପଣ ଙ୍କ ଘରକୁ ଆପେ ଆପେ ଧନ ର ଆଗମନ ହୋଇଥାଏ।

୫.ଅଶ୍ଵଗନ୍ଧା ଗଛ:-

ଶାସ୍ତ୍ର ରେ ଲେଖା ହୋଇଛି କି ଯେଉଁ ଘରେ ଏହି ଅଶ୍ଵଗନ୍ଧା ଗଛ ରହିଥାଏ ସେ ଘରେ ମା ଲକ୍ଷ୍ମୀ ଙ୍କ ର ଆଶୀର୍ବାଦ ସର୍ବଦା ଲାଗି ରହିଥାଏ। ତେବେ ଏହି ସବୁ ଗଛ ଆପଣ ନିଜ ଘରେ ନିଶ୍ଚିତ ଭାବରେ ଲଗାନ୍ତୁ ଦେଖିବେ ଘରେ କେବେ ବି ଟଙ୍କା ପଇସା ର ଅଭାବ ହେବ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button