ଓଡିଶା

କୁବେର ଅତିରିକ୍ତ ଜିଲାପାଳଙ୍କ ଭଦ୍ରକ ଘର ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଚଢାଉ, ୨.୨୫ କୋଟି ନଗଦ ଅର୍ଥ ସହ ସୁନା ବିସ୍କୁଟ, ସୁନା-ରୂପା ଅଳଙ୍କାର, ଦାମୀ କାର୍ ଜବତ

ଭଦ୍ରକ : ଗତକାଲି ଭଦ୍ରକର ପୂର୍ବତନ ଜିଲା ସମାଜ ମଙ୍ଗଳ ଅଧିକାରିଣୀଙ୍କ ଘର ଉପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ କୋଟି କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବାବେଳେ ଆଜି ନବରଙ୍ଗପୁର ଅତିରିକ୍ତ ଉପଜିଲାପାଳ ପ୍ରଶାନ୍ତ ରାଉତଙ୍କ କାର୍ଯ୍ୟାଳୟ, ଭୁବନେଶ୍ବର ଓ ଭଦ୍ରକ ସ୍ଥିତ ବାସଭବନ ଉପରେ ଚଢାଉ କରାଯାଇ କୋଟି କୋଟି ଟଙ୍କାର ନଗଦ ଅର୍ଥ ସହ ବହୁ କଳା ସମ୍ପତ୍ତି ଜବତ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଶ୍ରୀ ରାଉତଙ୍କର ନିଜ ଘର ଭଦ୍ରକ ଜିଲାର ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ବହୁଦରଡା ଗ୍ରାମରେ। ଆଜି ପ୍ରାତଃରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଭଦ୍ରକ, ଭୁବନେଶ୍ୱର ସମେତ ଏକକାଳୀନ ୯ଟି ସ୍ଥାନରେ ଏହି ଚଢାଉ କରାଯାଇଥିଲା। ଭୁବନେଶ୍ୱର କାନନ ବିହାରସ୍ଥିତ ବାସଭବନ ପ୍ଲଟ୍ ନଂ ଏଚ୍ଆଇଜି-୧୧୫ ରେ ଭିଜିଲାନ୍ସ ଚଢାଉର ସୁରାଗ ପାଇ ଶ୍ରୀ ରାଉତ ନିଜ ଘରେ ରଖାଯାଇଥିବା ୬ଟି କାଗଜ ପେଟି ଓ ବ୍ରିଫ୍ କେଶ୍ରେ ଥିବା ପ୍ରାୟ ୨.୨୫ କୋଟି ଟଙ୍କାର ନଗଦ ଅର୍ଥକୁ ପଡୋଶୀ ପ୍ଲଟ୍ ନଂ ୧୧୬ ଙ୍କ ଛାତ ଉପରକୁ ପକାଇ ଦେଇଥିଲେ। ମାତ୍ର ଭିଜିଲାନ୍ସ ଅଧିକାରୀମାନେ ଉକ୍ତ ଶବ୍ଦ ଶୁଣି ଛାତ ଉପରେ କିଛି ନଥିବାର ଦେଖି ପଡୋଶୀଙ୍କ ବାସଭବନରୁ ଉକ୍ତ ଟଙ୍କା ଜବତ କରିଛି । ଏବଂ ଏଥିସହ ସୁନା ବିସ୍କୁଟ, ସୁନା ରୂପା ଅଳଙ୍କାର, ଦାମୀ କାର୍, ବିଭିନ୍ନ ଜମା ଖାତା ଜବତ କରିଛି। ଚଢାଉ ଜାରି ରହିଥିବାରୁ ସବିଶେଷ ତଥ୍ୟ ପରେ ଜଣାପଡିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି । ଏଠାରେ ସୂଚନାଯୋଗ୍ୟ ସେ ପୂର୍ବରୁ ବିଡିଓ ଥିବାବେଳେ ଏହିଭଳି ମାମଲାରେ ଛନ୍ଦି ହୋଇଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button