ସ୍ୱାସ୍ଥ୍ୟ

ହାର୍ଟ ଆଟାକ୍ ଆସିବା ପୂର୍ବରୁ ଆମ ଶରୀର ଦେଇଥାଏ ଏହି ସବୁ ସଙ୍କେତ, ଏହି ଭଳି ଲକ୍ଷଣ ଦେଖା ଦେଉଥିଲେ ହେଇଯାନ୍ତୁ ସାବଧାନ

ହୃଦଘାତ ହେବାର ଅନେକ ଦିନ ବା ମାସ ପୂର୍ବରୁ ଆମ ଶରୀର ମଧ୍ୟରେ କିଛି ଠିକ ନାହିଁ ବୋଲି ଆମ ହାର୍ଟ ଆମକୁ ସଙ୍କେତ ଦେଇଥାଏ । କିନ୍ତୁ ଜ୍ଞାନର ଅଭାବରୁ ଆମେ ସେସବୁ ବିଷୟ ପ୍ରତି ଧ୍ୟାନ ଦେଇ ନଥାଉ । କିନ୍ତୁ ଆମ ଶରୀର ଦେଉଥିବା ସେହି ସଙ୍କେତ ସବୁକୁ ଅଣଦେଖା କରିବା ହେତୁ ଆମକୁ ପରେ ଏହାର ପରିଣାମ ଭୋଗିବାକୁ ପଡିଥାଏ । ତେବେ ଆଜି ଆମେ ଆପଣଙ୍କୁ ହୃଦଘାତ ହେବା ପୂର୍ବରୁ କେଉଁ ସବୁ ସଙ୍କେତ ଦେଇଥାଏ ତାହା ଆପଣଙ୍କୁ ଜଣାଇବୁ ।

ହୃଦଘାତ ଅଚାନକ ହୋଇଥାଏ, କିନ୍ତୁ ଅନେକ ଦିନ ଆଗରୁ ଆମ ଶରୀରରେ ଏହାର ଲକ୍ଷଣ ଦେଖା ଦେଇଥାଏ । ଯାହା ଆମ ଦୈନଦିନ ଜୀବନରେ ପ୍ରତିବନ୍ଧକ ସାଜିଥାନ୍ତି । ମେଡିକାଲ ଭାଷାରେ ହୃଦଘାତ ବ ହାର୍ଟ ଆଟାକ୍ କୁ ମାୟୋ କାର୍ଡିଆଲ ଇନଫ୍ରାକ୍ସନ ବୋଲି କୁହାଯାଏ । ଚାଲିବା ଏବଂ କାର୍ଯ୍ୟ କରିବା ସମୟରେ ଛାତି ଭାରି ହେବା ଭଳି ଲାଗିବା ଏବଂ କାର୍ଯ୍ୟ କରିବା ବନ୍ଦ କରିଦେଲେ ତାହା ଠିକ ହୋଇଯିବା, ହୃଦରୋଗର ଏକ ସାମାନ୍ଯ ଲକ୍ଷଣ ଅଟେ । ଏହାକୁ ଏଞ୍ଜାଇନା ପେଲ୍ ବୋଲି କୁହାଯାଏ ।

ଅନେକ ସମୟରେ ନିଃଶ୍ଵାସ ଫୁଲିଯିବା ପରି ଲାଗେ । ଆପଣ ଧ୍ୟାନ ଦେବା ଉଚିତ ଯେ ଆପଣ ପୂର୍ବରୁ ଯେତେ ବାଟ ଚାଲି ପାରୁଥିଲେ ଏବଂ ସିଡି ଚଢୁଥିଲେ । କିନ୍ତୁ ଏବେ ଦୁଇ ପାଦ ଚାଲିଲେ ଓ ଗୋଟିଏ ମହଲାରୁ ଓହ୍ଲାଇଲେ ମଧ୍ୟ ଆପଣଙ୍କ ନିଃଶ୍ଵାସ ଫୁଲିବାରେ ଲାଗୁଛି ।

ଯଦି ଆପଣଙ୍କର ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମସ୍ଯା ନାହିଁ ଏବଂ ଏପରି ବହୁତ ଲମ୍ବା ସମୟ ଧରି ଆପଣଙ୍କ ସହ ହେଉଛି ତେବେ ଆପଣଙ୍କୁ ଏହି ସମସ୍ୟାକୁ ଅଣଦେଖା କରିବା ଉଚିତ ନୁହେଁ । ଅନେକ ସମୟରେ ଲାଗିଥାଏ କି ଖାଇବା ପରେ ଗଳାରେ କିଛି ଜ୍ଵଳନ ହେଉଛି । ଯେତେବେଳେ ବି ଖାଉଛନ୍ତି ଆପଣଙ୍କୁ ଯଦି ଏଭଳି ଅନୁଭବ ହେଉଛି ତେବେ ଏହା ମଧ୍ୟ ହୃଦଘାତ ହେବାର ଏକ ଲକ୍ଷଣ ଅଟେ । ତେବେ ଜରୁରୀ ନୁହେଁ କି ଏହା ସମସ୍ତଙ୍କ ସହ ହୁଏ ଓ ଏହା ହୃଦଘାତର କାରଣ ବୋଲି ।

କିନ୍ତୁ ଏହା ହୃଦଘାତର ଲକ୍ଷଣ ମଧ୍ୟ ହୋଇଥାଇ ପାରେ । ଖାଇବା ପରେ ଆପଣ ଯେତେବେଳେ ଚାଲିବାକୁ ଲାଗନ୍ତି ଓ ଆପଣଙ୍କ ଛାତିରେ ତେଜ ଯନ୍ତ୍ରଣା ସହିତ ଦରଜ ଲାଗିବା ଓ ରୋକିଗଲେ ଏହି ଯନ୍ତ୍ରଣା ଭଲ ହୋଇଯିବା ମଧ୍ୟ ହୃଦଘାତର ଲକ୍ଷଣ ଅଟେ ।

ଏହାସହ ମୁଣ୍ଡ ବୁଲାଇବା, ବାନ୍ତି ହେବା କିମ୍ବା ଏହିପରି ଅନୁଭବ ହେବା ମଧ୍ୟ ହୃଦରୋଗର ଲକ୍ଷଣ ହୋଇପାରେ । ତେବେ ହୃଦଘାତରେ ଦେଖା ଯାଉଥିବା ଲକ୍ଷଣ ଗୁଡିକ ଅନ୍ୟ କିଛି ରୋଗରେ ମଧ୍ୟ ଦେଖା ଦେଇଥାଏ, ତେଣୁ ପ୍ରଥମେ ସେହି ଲକ୍ଷଣ ଗୁଡିକର ଯାଞ୍ଚ କରନ୍ତୁ ବା ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ଓ ତା’ପରେ ଯାଇ କୌଣସି ଚୂଡାନ୍ତରେ ଉପନୀତ ହୁଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button