ସ୍ୱାସ୍ଥ୍ୟ

କିଡନୀ ଓ ଲିଭର ପାଇଁ ବହୁତ ଲାଭକାରୀ ହୋଇ ଥାଏ ଆଖୁ ରସ, ଆସନ୍ତୁ ଜାଣିବା ଏହାର ଲାଭ ବିଷୟରେ

ପୁରା ଗରମ ଦିନ ରେ ଥଣ୍ଡା ଆଖୁ ରସ ପିଇବାର ଅଲଗା ମଜା ହୋଇ ଥାଏ, ଆଖୁ ରସ ଆପଣଙ୍କ ସୋସ ମେଣ୍ଟାଇ ଥାଏ ଏହା ଛଡା ଆଖୁ ରସ ଦ୍ଵାରା ଆପଣଙ୍କୁ ବଳ ମଧ୍ୟ ପ୍ରାପ୍ତ ହୋଇ ଥାଏ । କିନ୍ତୁ ବହୁତ ଲୋକ ଏମିତି ମଧ୍ୟ ଅଛନ୍ତି ଯିଏ ଆଖୁ ରସ ବିଷୟରେ ବହୁତ କିଛି ଜାଣି ନାହାନ୍ତି ଯେମିତିକି ତାଜା ଆଖୁ ରସ ପିଇଲେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବହୁତ ଲାଭକାରୀ ହୋଇ ଥାଏ । ଆଖୁ ରସ ବହୁତ ଲାଭକାରୀ ଏବଂ ଗୁଣକାରୀ ହୋଇ ଥାଏ ।

ଆଖୁ ରସ ରେ କୈଲ୍ଶିୟମ, ପୋଟୈଶିୟମ, ଆୟରନ, ମୈଗ୍ନେଶିୟମ ଓ ଫାସ୍ଫୋରସ ଜୈମିତି ଆବଶ୍ୟକ ପୋଷକ ତତ୍ୱ ହୋଇ ଥାଏ ଯାହା ସମସ୍ତଙ୍କ ପାଇଁ ଲାଭକାରୀ । ତେବେ ଆସନ୍ତୁ ଏହାର ବିଶେଷ ଗୁଣ ଗୁଡିକ ବିଷୟରେ ଜାଣିବା ।

ପାଚନ ପାଇଁ ଲାଭକାରୀ :

ଆଖୁ ରସ ରେ ପୋଟାସିୟମ ବହୁତ ମାତ୍ରା ରେ ଥାଏ ଯାହା ଆମ ପାଚନତନ୍ତ୍ର ପାଇଁ ବହୁତ ଲାଭକାରୀ ହୋଇ ଥାଏ । ପାଚନ ସହ ଆଖୁ ରସ ପେଟରେ ସଂକ୍ରମଣ ହବାରୁ ବଞ୍ଚାଇ ଥାଏ ।

ଡାଇବେଟିଜ ଚିକିତ୍ସା :

ଯଦି ଆପଣ ଏହା ଭାବି ଆଖୁ ରସ ସେବନ କରୁନାହାନ୍ତି ଯେ ଆପଣଙ୍କୁ ଡାଇବେଟିଜ ଅଛି ତେବେ ଆପଣ ବହୁତ ବଡ ଭୁଲ କରୁଛନ୍ତି କାହିଁକିନା ଆଖୁ ସୁଆଦ ମିଠା ଅବଶ୍ୟ ହୋଇ ଥାଏ କିନ୍ତୁ ଏହା ପ୍ରାକୃତିକ ସୁଗାର ଅଟେ । ଏଥିରେ କମ ଗ୍ଲାଇସିମିକ ଇଁଡେକ୍ସ କାରଣ ପାଇଁ ଏହା ଡାଇବେଟିଜ ଲୋକଙ୍କ ପାଇଁ ମଧ୍ୟ ଲାଭକାରୀ ହୋଇ ଥାଏ ।

ପେଟରେ ପଥର ହବାରୁ ବଞ୍ଚାଇ ଥାଏ :

ଆଖୁ ରସ କିଡନି ପାଇଁ ବହୁତ ଲାଭକାରୀ ହୋଇ ଥାଏ, ଏହା କିଡନି ରେ ପଥର ହବାରୁ ବଞ୍ଚାଇ ଥାଏ, କିଡନିକୁ ସଠିକ ଭାବରେ କାମ କରେଇବା ପାଇଁ ଆଖୁ ରସ ବହୁତ ସାହାଜ୍ଯ କରି ଥାଏ ।

ଗର୍ଭବତୀ ମହିଳା ଏହାର ସେବନ ନିଶ୍ଚିନ୍ତ କରନ୍ତୁ :

କୁହା ଯାଏ ଯେ ପ୍ରତି ଗର୍ଭବତୀ ମହିଳାଙ୍କୁ ଆଖୁ ରସ ସେବନ କରିବା ଉଚିତ ଅଟେ, ଏଥିରେ ଫାଲିକ ଏସିଡ ଏବଂ ବିଟାମିନ ବି ଥାଏ ଯାହା ଗର୍ଭବତୀ ମହିଳା ପାଇଁ ଆବଶ୍ୟକ ତତ୍ଵ ଅଟେ । ଏହା ଛୁଆ ଜନ୍ମ ଦୋଷକୁ ସମାପ୍ତ କରି ଥାଏ ଯାହା ଫଳରେ ଛୁଆ ଭଲ ଭାବରେ ଜନ୍ମ ହୋଇ ଥାଏ ଏବଂ କୌଣସି ଅସୁବିଧା ହୁଏ ନାହିଁ । ଏମିତି କେତେକ ରୋଗରୁ ଆଖୁ ରସ ମୁକ୍ତି ଦେଇ ଥାଏ ଯେମିତିକି କ୍ୟାନ୍ସର ଓ ହୃଦୟ ରୋଗ ଭଳି ଭୟଙ୍କର ରୋଗ ମଧ୍ୟ ଆଖୁ ରସ ଦ୍ଵାରା ଆପଣଙ୍କ ଠାରୁ ଦୂରେ ରହିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button