କଟକ, ତା୨୩ା୦୮ : ଭୂବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଆନ୍ତର୍ଜାତୀୟ ମାନବିକ ଅଧିକାର ରକ୍ଷକ (ଆଇଏଚଆରଡି) ପକ୍ଷରୁ ପ୍ରତିଷ୍ଠାତା ତଥା ଅଧକ୍ଷ ମୀନକେତନ ପଟନାୟକଙ୍କ ସଭାପତିତ୍ୱରେ ଏକ ରାଜ୍ୟସ୍ତରୀୟ ସମାରୋହ ସାହାସିକତା -୨୦୨୨ ସମ୍ମାନ କାର୍ଯ୍ୟକ୍ରମରେ କେନ୍ଦ୍ର ସାମଜିକ, ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଆଠୱାଲା ମୂଖ୍ୟ ଅତିଥିଭାବେ ଯୋଗଦେଇ ଅନୁଷ୍ଠାନ ଏହି ସାହାସିକତା କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥିଭାବେ ଭୂବନେଶ୍ୱର ମେୟର ସୁଲୋଚନା ଦାସ, ମୋ କଲେଜର ଅଧକ୍ଷ ଆକାଶ ଦାସ ନାୟକ ପ୍ରମୁଖ ଉପସ୍ଥିତଥିଲେ । ଏହି ଅବସରରେ ସମାଜରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ସେଥିମଧ୍ୟରେ ସମାଜସେବୀ ସଫଦର ହାଶୀମ ହେଉଛନ୍ତି ଅନ୍ୟତମ । କରୋନା ମହାମାରୀ ସମୟରେ ସମାଜସେବୀ ସଫଦର ହାଶିମ ନିଜ ଜୀବନକୁ ଭୃକ୍ଷେପ ନକରି ଅସହାୟ ଏବଂ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଖରେ ପହଂଚିି ଖାଦ୍ୟ ପଦାର୍ଥ ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇ ସମଗ୍ର ଓଡିଶାରେ ଆଜି ସେ ଦେବଦୂତ ପାଲଟି ଯାଇଛନ୍ତି । ଖାଲି ଏତିକି ନୁହେଁ ବର୍ତମାନ ସମଗ୍ର ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳାର୍ଣ୍ଣବ ହୋଇଯାଇଥିବା ବେଳେ ଲୋକେ ଘରୁ ବାହରିନପାରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଘଡିସନ୍ଧି ମୂହୁର୍ତରେ ଲୋକଙ୍କ ପାଖରେ ପହଁଚି ସହାୟତାର ହାତ ବଢ଼ାଇଛନ୍ତି ସମାଜସେବୀ ସଫଦର । ଏହି ମହନୀୟତା କାର୍ଯ୍ୟ ପାଇଁ ଆଇଏଚଆରଡି ତରଫରୁ ସମାଜସେବୀ ସଫଦର ହାଶୀମଙ୍କୁ ସାହାସିକତା ସମ୍ମାନ – ୨୦୨୨ରେ ସମ୍ବର୍ଦ୍ଧିତ କରାଯାଇଛି।