ସ୍ୱାସ୍ଥ୍ୟ

ହର୍ନିଆ ରୋଗର ଲକ୍ଷଣ କ’ଣ ଜାଣନ୍ତୁ, ଲାପାରୋସ୍କୋପିକ୍ ସର୍ଜରୀ ହେଉଛି ଏହାର ପ୍ରଭାବଶାଳୀ ଚିକିତ୍ସା

ନୂଆଦିଲ୍ଲୀ ରୋଗୀଙ୍କୁ ଅଧିକରୁ ଅଧିକ ଲାଭ ପହଞ୍ଚେଇବା ପାଇଁ ଚିକିତ୍ସା ବିଜ୍ଞାନରେ ନୂଆ ପରୀକ୍ଷଣ କରାଯାଉଛି । ପିନ ହୋଲ ଟେକ୍ନୋଲୋଜି ରେ ସର୍ଜରୀ ମଧ୍ୟ ଏଥିରେ ଉଠେଇଥିବା ଗୋଟେ ସୋପାନ । ହାର୍ଣ୍ଣିଆ ସର୍ଜରୀ ଏବେ  ମଧ୍ୟ ଗୋଟେ ଛୋଟ ହୋଲ ଦ୍ଵାରା କରିହେବ । ବର୍ତ୍ତମାନ ସବୁ କ୍ଷେତ୍ରରେ ଟେକ୍ନୋଲୋଜି ଆଗ ଅପେକ୍ଷା ବହୁତ ଉନ୍ନତ ମାନର ହେଇଗଲାଣି ଯେଉଁଥିରେ ମେଡିକାଲ କ୍ଷେତ୍ର ମଧ୍ୟ ପଛରେ ନାହିଁ । ହାର୍ଣ୍ଣିଆ ବା ଶରୀରର ଅନ୍ୟ ଅଙ୍ଗର ସର୍ଜରୀ ପାଇଁ ଲେପ୍ରୋସ୍କର୍ପି ସବୁଠୁ ଲୋକପ୍ରିୟ ହୋଇଛି । ଆସନ୍ତୁ ଜାଣିବା କଣ କହୁଛନ୍ତି ନୂଆଦିଲ୍ଲୀର ମେକ୍ସ ସୁପର ହସ୍ପିଟାଲ ସର୍ଜିକଲ ସ୍ପେଶାଲିଟିଜର ଚେୟାରମେନ ଡ଼ାଃ ପ୍ରଦୀପ ଚୋବେ ।

Image Courtesy: Google

ଏହାର ଲକ୍ଷଣ

ହାର୍ଣ୍ଣିଆ ସମସ୍ୟା ସେବେ ଦେଖାଦିଏ ଯେବେ ଶରୀର ର କିଛି ଅଂଶ ନିଜ ଜାଗାରୁ ବାହାରକୁ ବାହାରି ଆସିଥାଏ । ଏହାର ଲକ୍ଷଣରେ ଓଜନ ଉଠାଇବା ସହ କଷ୍ଟ ଅନୁଭବ ହେବା, ପେଟରେ ଭାରୀପଣ, ଚକ୍କର ଆସିବା ଏସବୁ ରହିଛି । କେବେ କେବେ ଏହାର ଲକ୍ଷଣ ମଧ୍ୟ ଅନୁଭବ ହୋଇନଥାଏ।ହାର୍ଣ୍ଣିଆ ହେବା ଅଂଶ ଛିଙ୍କ ଓ କାଶ ରେ ଅଧିକ ବଢିଯାଇଥାଏ। ଏହାର ଚିକିତ୍ସା ପୂର୍ବ ଅପେକ୍ଷା ବହୁତ୍ ସହଜ ।

Image Courtesy: Google

ମାଇକ୍ରୋସର୍ଜିକଲ୍ ଲେପ୍ରୋସ୍କର୍ପିକ ସର୍ଜରୀ ରେ ବ୍ୟବହୃତ ଉପକରଣ ଆକାରରେ 3mm ବା ଏହାଠୁ ଛୋଟ। ଯାହା କାରଣରୁ ଏହି ପିନ ହୋଲ ପକ୍ରିୟା ଲୋକପ୍ରିୟ ହେଉଛି। ଏଥିରେ କେବଳ ଆଧୁନିକ ଉପକରଣ ନୁହେଁ ଏନେସ୍ଥୋଟିଷ୍ଟ ଟିମବି ସାମିଲ ଅଛନ୍ତି, ଯିଏ ରୋଗୀଙ୍କୁ ସୁରକ୍ଷିତ କରନ୍ତି ଯେମିତି ସେ ସର୍ଜରୀ ପରେ କାମରେ ଲାଗିପାରିବେ । ମାଇକ୍ରୋ- ଲେପ୍ରୋସ୍କର୍ପିକ ସୁରକ୍ଷିତ, ସହଜ ଓ ଅନ୍ୟ ପକ୍ରିୟାର ନୂଆ ବିକଳ୍ପ ଅଟେ ।

Image Courtesy: Google

ପିତ୍ତରେ ଷ୍ଟୋନ ପାଇଁ ମଧ୍ୟ ଏ ସର୍ଜିକଲ ପକ୍ରିୟା ଆବଶ୍ୟକ ପଡିଥାଏ । ଏହାର ଲକ୍ଷଣ ପେଟର ନିଚଳ ଅଂଶରେ ଯନ୍ତ୍ରଣା ହେବା, ଯାହା ବ୍ୟକ୍ତିକୁ ସବୁ ସମୟରେ ଅନୁଭବ ହୋଇଥାଏ । ଏହାର ଅନ୍ୟ ଲକ୍ଷଣ ପିଠି, କାନ୍ଧ ଯନ୍ତ୍ରଣା, ବାନ୍ତି ମୁଣ୍ଡ ବୁଲେଇବା, ଡାହାଣ କାନ୍ଧ ତଳ ଯନ୍ତ୍ରଣା ହେବା ଇତ୍ୟାଦି । ପିତ୍ତରେ ଷ୍ଟୋନ ପାଇଁ ଲେପ୍ରୋସ୍କର୍ପିକ କୋଲେସିଷ୍ଟେକ୍ଟାମିର ବ୍ୟବହାର ଲୋକପ୍ରିୟ ହେବାରେ ଲାଗିଛି । ଏହାର ଫାଇଦା ଯେ ଅଳ୍ପ କଷ୍ଟ, ଅଳ୍ପ ଚିରା, ମେଡିକାଲ ରେ ଅଳ୍ପ ଦିନ ଷ୍ଟେ, ଓ ଶୀଘ୍ର ରିକଭରୀ ଇତ୍ୟାଦି ସାମିଲ ଅଟେ ।

Related Articles

Leave a Reply

Your email address will not be published. Required fields are marked *

Back to top button