ବିଚାର

ଘରେ ଯଦି ଧଳା ବିଲେଇ ପଶିଥାଏ କେଉଁ ସଂକେତ ମିଳିଥାଏ ?

ବନ୍ଧୁଗଣ ଜୀବନକୁ ସରସ ସୁନ୍ଦର କରିବା ପାଇଁ ଜାଣନ୍ତୁ କିଛି ଅନୁଚିନ୍ତା ।

୧- ସୁନାର ଦୀପରେ ସୂର୍ଯ୍ୟ ଓ ଗୁରୁ ଗ୍ରହଙ୍କ ବାସ ହୋଇଥାଏ । ତେଣୁ ସୁନାର ଦୀପ ଜଳାଇବା ଦ୍ଵାରା ଜୀବନରେ ଉନ୍ନତି ପ୍ରାପ୍ତ ହୋଇଥାଏ ।

୨- ଚାନ୍ଦିର ଦୀପରେ ଶୁକ୍ର ଓ ଚନ୍ଦ୍ର ନିବାସ କରିଥାନ୍ତି । ତେଣୁ ଏହି ଦୀପ ଜଳାଇବା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବା ସହ ଧନର ଅଭାବ ହୁଏ ନାହିଁ ।

୩- ଶନିବାର ଓ ମଙ୍ଗଳବାର ଦିନ ବିରି ବିଛାଇ ଲୁହା ବା ଷ୍ଟିଲର ଦୀପରେ ସୋରିଷ ତେଲ ଦେଇ ଜଳାଇବା ଦ୍ଵାରା ଆକସ୍ମିକ ଦୁର୍ଘଟଣାରୁ ରକ୍ଷା ମିଳିଥାଏ ।

୪- ଶୁଭ ମୂହୁର୍ତ୍ତରେ କଳା ହଳଦୀ ଖଣ୍ଡେ ଆଣି ଘରେ ବା ଦୋକାନରେ ପଇସା ରଖୁଥିବା ଜାଗାରେ ରଖିଲେ ଲାଭ ପ୍ରାପ୍ତ ହୁଏ ।

୫- ଯଥା ସମ୍ଭବ କିନ୍ନରଙ୍କୁ ସହାୟତା କରିବା ଉଚିତ ଓ ତାଙ୍କ ଠାରୁ ମୁଦ୍ରାଟିଏ ଆଣି କ୍ୟାସ ବାକ୍ସରେ ରଖିବା ଦ୍ଵାରା ବ୍ୟବସାୟରେ ଲାଭ ପ୍ରାପ୍ତ ହୁଏ ।

୬- ଗୋଟିଏ ନାଲି ସୂତା କପଡାରେ ନଡିଆ ବାନ୍ଧି ନଦୀ ରେ ପ୍ରବାହିତ କରିଲେ ମନସ୍କାମନା ପୂରଣ ହୁଏ ।

୭- ଶୁକ୍ଲ ପକ୍ଷ ଶନିବାର ଦିନ ଏକ ବଂଶୀରେ ଚିନି ଭର୍ତ୍ତି କରି ନିର୍ଜନ ସ୍ଥାନରେ ପୋତିବା ଦ୍ଵାରା ରୋଜଗାର ପ୍ରାପ୍ତି କରାଯାଇଥିବା ମନସ୍କାମନା ପୂରଣ ହୁଏ ।

୮- ବର ଗଛର ପତ୍ରରେ ଇଚ୍ଛା ଲେଖି ନଦୀରେ ଭସାଇବା ଦ୍ଵାରା ମଙ୍ଗଳକାରୀ ହେବା ସହ ଇଚ୍ଛା ପୂର୍ଣ୍ଣ ହୋଇଥାଏ ।

୯- ସକାଳୁ ଠାକୁରଙ୍କୁ ପୂଜା କରିବା ସମୟରେ ବେଲପତ୍ରରେ ଚନ୍ଦନ ଲଗାଇ ସଂକଳ୍ପ ଲଗାଇ ଶିବଲିଙ୍ଗରେ ଚଢାଇବା ଦ୍ଵାରା ଇଚ୍ଛା ପୂରଣ ହୁଏ ।

୧୦- ସକାଳୁ ଗାଧୋଇବା ପରେ ତମ୍ବା ପାତ୍ରରେ ଜଳ ନେଇ ତୁଳସୀ ଗଛରେ ଅର୍ପଣ ସହ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ଦ୍ଵାରା ଇଚ୍ଛା ପୂରଣ ହୁଏ ।

୧୧- ପ୍ରତେକ ବୁଧବାର ଦିନ ସବୁଜ ରଙ୍ଗର ବସ୍ତ୍ର ପରିଧାନ କରିବା ଦ୍ଵାରା ମନ ବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ । ଧ୍ୟାନ କରୁଥିବା ଲାଫିଙ୍ଗ ବୁଦ୍ଧମୂର୍ତ୍ତି ରଖିଲେ ଘର ପରିବେଶ ଶାନ୍ତିପୂର୍ଣ୍ଣ ରହିଥାଏ ।

୧୨- ବ୍ୟବସାୟରେ କିଛି ସମସ୍ଯା ହେଉଥିଲେ ଶନିବାର ଦିନ ଲେମ୍ବୁକୁ ୪ ଭାଗ କରି ୨୧ଟି ଗୋଲମରୀଚ ଓ ୭ଟି ଲବଙ୍ଗକୁ ପ୍ରତିଷ୍ଠାନର କୌଣସି କୋଣରେ ରଖିବା ଦ୍ଵାରା ଶୁଭପ୍ରଦ ହୋଇଥାଏ ।

୧୩- ଯଦି ମାନସିକ ପୂରଣ ହେଉ ନ ଥାଏ ତେବେ ଗୁରୁବାରରେ ୭ ଖଣ୍ଡ ହଳଦୀ, ଗୁଡ ଓ ଏକ ମୁଦ୍ରାକୁ ହଳଦିଆ କପଡାରେ ବାନ୍ଧି ନିର୍ଜନ ସ୍ଥାନରେ ପକାଇବା ଦ୍ଵାରା ତାହା ପୂର୍ଣ୍ଣ ହୁଏ ।

୧୪- ଦିନ ସମୟରେ ଭୋଜନ କରିବା ପୂର୍ବରୁ ଯଦି ଛିଙ୍କ ଆସେ ତେବେ ଶୁଭ ହେବା ସହ ମନସ୍କାମନା ପୂର୍ଣ୍ଣ ହେବାର ସଂକେତ ହୋଇଥାଏ ।

୧୫- ଡଙ୍ଗା ଉପରେ ବସିଥିବା ଲାଫିଙ୍ଗ ବୁଦ୍ଧଙ୍କ ମୂର୍ତ୍ତି ଘରେ ରଖିବା ଦ୍ଵାରା ଉନ୍ନତିର ମାର୍ଗ ଖୋଲିଥାଏ । ଘରେ ଯଦି କେବେ ଧଳା ବିଲେଇ ଆସେ ତେବେ ଶୁଭପ୍ରଦ ହୋଇଥାଏ ଓ ମନସ୍କାମନା ପୂର୍ଣ୍ଣ ହେବର ସଂକେତ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button