ଜୀବନଶୈଳୀ

ଏହି ଉପାୟ ବ୍ୟବହାର କରନ୍ତୁ ଓ ରୂପୀକୁ ସବୁ ଦିନ ପାଇଁ କୁହନ୍ତୁ ବାୟ ବାୟ

ରୂପୀ ସମସ୍ୟା ସମସ୍ତଙ୍କୁ ହୋଇଥାଏ ଏବଂ ଏହା କେବେ ବି କାହାକୁ ହୋଇପାରେ କିନ୍ତୁ ଥଣ୍ଡା ଦିନରେ ପ୍ରାୟତଃ ଲୋକଙ୍କୁ ଏହି ସମସ୍ୟା ହୋଇଥାଏ, ଏବଂ ଥଣ୍ଡା ଦିନରେ ଏହି ସମସ୍ୟା ବହୁତ ଅଧିକ ବଢି ଯାଇଥାଏ, କୁହା ଯାଏ ଯେ ସ୍କାଳ୍ପ ଡ୍ରାଇ ହବାରୁ ରୂପୀ ଅସୁବିଧା ଆରମ୍ଭ ହୋଇଥାଏ, ରୂପୀ ଦ୍ଵାରା ଚୁଟି ଦୁର୍ବଳ ହୋଇଥାଏ ଏବଂ ଝଡିବା ଆରମ୍ଭ କରିଥାଏ ଏବଂ ମୁଣ୍ଡରେ କୁଣ୍ଡେଇ ହବା ଆରମ୍ଭ ହୁଏ । କିନ୍ତୁ କେବଳ ଥଣ୍ଡା ରିତୁ ରେ ନୁହେଁ ଗରମ ଦିନେ ମଧ୍ୟ ଏହି ସମସ୍ୟା ଦେଖାଦିଏ, ଆପଣ ରୂପୀ ଠାରୁ ମୁକ୍ତି ପାଇବା ପାଇଁ ଆଜି ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ।

ଲେମ୍ବୁ ରସ ତେବେ ଆପଣ ଏହା ଜାଣିଥିବେ ଯେ ଲେମ୍ବୁ ରସ ରେ ବିଟାମିନ ସି, ଏ, ବି, ଫସ୍ଫୋରସ ଏବଂ ଏନ୍ଟିଆକ୍ସିଡେଣ୍ଟ ହୋଇଥାଏ, ଯାହା ଦ୍ଵାରା ଚୁଟି ଗହବା ହୋଇଥାଏ ।

ଯଦି ଆପଣଙ୍କ ମୁଣ୍ଡରେ ରୂପୀ ଅଛି ତେବେ ଗରମତେଲ ରେ ଲେମ୍ବୁ ରସ ମିଶାଇ ଏହା ଦ୍ଵାରା ମୁଣ୍ଡ ମାଲିଶ କରନ୍ତୁ ଏହା ଆପଣଙ୍କ ପାଇଁ ବହୁତ ଲାଭକାରୀ ଅଟେ । ଏହି ଉପାୟ ଦ୍ଵାରା ଆପଣଙ୍କ ଚୁଟି ପଡିବା କମିଯାଇଥାଏ ଏବଂ ଲେମ୍ବୁ ରସ ଦ୍ଵାରା ମାଲିଶ କଲେ ଆପଣଙ୍କୁ ଆଉ କେତେ ପ୍ରକାର ଲାଭ ପ୍ରାପ୍ତ ହୋଇଥାଏ ।

ମେଥି :

ମେଥି ରେ ନିକୋଟିନିକ ଏସିଡ ଏବଂ ପ୍ରୋଟିନ ହୋଇଥାଏ, ଯାହା ଚୁଟି ମୂଳକୁ ପୋଷଣ ଦେଇଥାଏ ଯାହା ଫଳରେ ଚୁଟି ଝଡିବା କମ ହୋଇଥାଏ ଏବଂ ଚୁଟି ଗହବା ହୋଇଥାଏ । ୨ ଚାମଚ ମେଥି ରାତି ସାରା ଭେଦେଇଲା ପରେ ସକାଳେ ଏହାକୁ ବାଟି ନିଅନ୍ତୁ, ଏହି ମେଥି ବଟାକୁ ମୁଣ୍ଡରେ ଲଗାଇ ୩୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ, ଏହା ପରେ ୩୦ ମିନିଟ ପରେ ଭଲ ଶ୍ୟାମପୁ ଦ୍ଵାରା ଏହାକୁ ଧୋଇ ନିଅନ୍ତୁ । ଏହା ଦ୍ଵାରା ରୂପୀ କମ ହୋଇଥାଏ ଏବଂ ଚୁଟି ମଜବୁତ ହୋଇଥାଏ ।

ଅଁଳା :

ସ୍ୱାସ୍ଥ୍ୟ ଏବଂ ଚୁଟି ପାଇଁ କେରୋଟିନ ବହୁତ ଆବଶ୍ୟକ ଜିନିଷ ହୋଇଥାଏ ଚୁଟି କୁ ପୋଷଣ ଦବା ପାଇଁ ଆପଣ ତୁଳସୀ ଏବଂ ଅଁଳା ପାଉଡର ଲଗେଇ ପାରନ୍ତି ଯାହା ଦ୍ଵାରା ଆପଣଙ୍କ ଚୁଟି ସ୍ଵସ୍ଥ ହୋଇଥାଏ ଏବଂ ସବୁ କିଛି ଭଲ ହୋଇଥାଏ । ଅଁଳା ଶ୍ୟାମପୁ ଆପଣଙ୍କ ଚୁଟି ପାଇଁ ବହୁତ ଲାଭକାରୀ ଅଟେ, ତେବେ ଅଁଳା ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button