ଭାରତରେ ଲୁଚି ରହିଥିବା ସୀମା ହାଇଦରପାକିସ୍ତାନକୁ କ’ ଣ ସବୁ ତଥ୍ୟ ଦେଇଛି, ଯାହାକୁ ନେଇ ଚିନ୍ତାରେ ପଡିଯାଇଛି UP Police
ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୫୦ ଦିନ ଭାରତରେ ଲୁଚି ରହିଥିଲା ପାକିସ୍ତାନୀ ଆର୍ମୀ ମେଜର ସୀମା ! ତେବେ ଖବର ମୁତାବିକ ଗତ କିଛି ଦିନ ଧରି ଚର୍ଚାରେ ରହିଥିବା PUBG ଖେଳରୁ ଆରମ୍ଭ ଷ୍ଟୋରିରେ ଆସିଲା ବହୁତ ବଡ ଟ୍ଵିଷ୍ଟ । ତେବେ ଦିନେ କି ୨ ଦିନ ନୁହେଁ । ବଂର ୫୦ ଦିନ ଭାରତରେ ରହିଥିବା ସୀମା ହାଇଦର ପାକିସ୍ତାନକୁ କେଉଁ ସବୁ ଗୁପ୍ତ ତଥ୍ୟର ସୂଚନା ଦେଇଦେଇଛି । ତାହାକୁ ନେଇ ବର୍ତ୍ତମାନ ପୋଲିସ ଚିନ୍ତାରେ ପଡିଯାଇଛି ।
କାରଣ ଭଲ ପାଇବାର ବାହାନା କରି ଗୁପ୍ତ ଭାବେ ଭାରତରେ ଲୁଚି ରହିଥିଲା ପାକିସ୍ତାନୀ ଆର୍ମୀ ମେଜର ସୀମା । ହେଲେ ଏହି କଥାକୁ ଏତେ ସହଜରେ କେହି ମଧ୍ୟ ଜାଣିନଥିଲେ । ଯାହାକି ବର୍ତ୍ତମାନ ସମସ୍ତଙ୍କ ପାଇଁ ଏକ ବହୁତ ବଡ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସୀମା ଏତେ ଦିନ ଲୁଚି କରି ଭାରତରେ ରହିଯାଇଥିଲା । ହେଲେ ୟୁପି ପୋଲିସକୁ ଏହାର ଟିକେବ ବି କିଛି ସୁରାଗ ପ୍ରଥମେ ପ୍ରଥମେ ଲାଗି ନଥିଲା ।
ହେଲେ ଧୀରେ ଧୀରେ କରି ଅର୍ଥାତ ସୀମା ଭାରତରେ ରହିବାର ପାଖାପାଖି ୫୦ ଦିନ ପରେ ହିଁ ସୀମା ହାଇଦର କଥା ଚର୍ଚାକୁ ଆସିଥିଲା । ଯେ କେହି ଜଣେ ପାକିସ୍ତାନୀ ମହିଳା ଭାରତୀୟ ଗ୍ରେଟର ନୋଏଡାର ଯୁବକ ସଚିନ ମିନାଙ୍କୁ ଭଲ ପାଇ ଭାରତ ଚାଲି ଆସିଛି । ଯାହାର ସୂଚନା ପାଇଲା ପରେ ହିଁ ୟୁପି ପୋଲିସ ସଚିନ ମିନା ରହୁଥିବା ଘରେ ଯାଇ ପହଞ୍ଚିଥିଲା । ତାପରେ ସଚିନଙ୍କ ଘରୁ ସଙ୍ଗେ ସଙ୍ଗେ ସୀମାକୁ ଗିରଫ କରିଥିଲା ୟୁପି ପୋଲିସ ।
ଏହାପରେ ଯାଇ ସୀମା ହାଇଦରକୁ ନେଇ ଗୋଟିଏ ପରେ ଗୋଟିଏ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । କାରଣ ସୀମା ଜଣେ ସାଧାରଣ ଝିଅ ନୁହେଁ । ସେ ଜଣେ ପାକିସ୍ତାନୀ ଆର୍ମୀ ମେଜର । ଖାଲି ସୀମା କାହିଁକି ସୀମାର ବାପା ଓ ଭାଇ ମଧ୍ୟ ଆର୍ମୀରେ ଅଛନ୍ତି । ସୀମା ଭାରତରେ ଏତେ ଦିନ ରହିବା ବେଳେ ଭାରତର କିଛି ଗୁମର କଥା ପାକିସ୍ତାନ ନିକଟରେ ପହଞ୍ଚାଇ ଥିବ ବୋଲି ସନ୍ଦେହ ବଢିବାରେ ଲାଗିଛି ।