ସ୍ୱାସ୍ଥ୍ୟ
ଇର୍ମୀ ଦେବୀ ମହିଳା ମହାବିଦ୍ୟାଳୟରେ ମାଗଣା ଚକ୍ଷୁଚିକିତ୍ସା କାର୍ଯ୍ୟକ୍ରମ
ଇର୍ମୀ ଦେବୀ ମହିଳା ମହାବିଦ୍ୟାଳୟରେ ମାଗଣା ଚକ୍ଷୁଚିକିତ୍ସା କାର୍ଯ୍ୟକ୍ରମ
କଟକ ୨୩ା୮ – କଟକ ନୟାସଡ଼କସ୍ଥିତ ଇର୍ମୀ ଦେବୀ ମହିଳା ମହାବିଦ୍ୟାଳୟର ପରିଚାଳନା ସମିତି ସଭାପତି ଡ଼ାକ୍ତର ରବି ରଞ୍ଜନ ସାହୁଙ୍କ ପ୍ରେରଣା ତଥା ଦିଗ୍ଦର୍ଶନରେ ମହାବିଦ୍ୟାଳୟ ପରିସରରେ ଏକ ମାଗଣା ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ରେଡକ୍ରସ ଶାଖା ଓ ମଡ଼ର୍ଣ୍ଣ ଆଇ କେୟାର ଆଣ୍ଡ୍ ସୁପର ସ୍ପେସିଆଲିଟି କ୍ଲିନିକ, କଟକର ମିଳିତ ସହଯୋଗରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଡ଼କ୍ଟର ଅବଦୁଲ୍ ଉସମାନ୍ ଖାନ୍ ଉଦ୍ଘାଟନ କରି ଅମୂଲ୍ୟ ସଂପଦ ଚକ୍ଷୁର ଯତ୍ନ ନେବାକୁ ଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ |ମହାବିଦ୍ୟାଳୟର ତିନି ଶହରୁ ଅଧିକ ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ନିଜର ଚକ୍ଷୁ ପରୀକ୍ଷା କରାଇଥିଲେ । ଯୁବ ରେଡ଼କ୍ରସର ଶାଖା କାଉନ୍ସେଲ୍ର ଅଧ୍ୟାପିକା ସୁମିତା ଆଚାର୍ଯ୍ୟ ଓ ସଦସ୍ୟା ଶ୍ରୀମତୀ ମଞ୍ଜୁସ୍ମିତା ବିଶ୍ୱାଳ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।