କ୍ରାଇମ

ରାଜଧାନୀରେ ଦୁର୍ଦ୍ଦାନ୍ତ ଅପରାଧୀ ଦୀପକ କୁମାରକୁ ଏନକାଉଣ୍ଟର, ବାମ ଗୋଡ଼ରେ ବାଜିଛି ଗୁଳି

ଭୁବନେଶ୍ବର : ରାଜଧାନୀରେ ପୁଣି ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଦୀପକ କୁମାରକୁ ଏନକାଉଣ୍ଟର ହୋଇଛି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ବରଗଡ଼ରେ ଏନକାଉଣ୍ଟର ହୋଇଛି । ଦୀପକର ବାମ ଗୋଡ଼ରେ ଗୁଳି ବାଜିଛି । ତାକୁ ଗୁରୁତର ଅବସ୍ଥାରେ ଏମସ ହସପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବଡଗଡ ଥାନା ଅଞ୍ଚଳର ଏକ ଏଟିଏମ୍ ଲୁଟ ପାଇଁ ଆସିଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲା ଦୀପକ । ଫେରାର୍ ପାଇଁ ଉଦ୍ୟମ କରିବା ବେଳେ ପ୍ରଥମେ ଦୀପକ ପୋଲିସ ଉପରକୁ ଗୁଳି ଚଳାଇଥିଲା । ଜବାବରେ ପୋଲିସ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲା । ଦୀପକର ଘର ବିହାରରେ ।  ସେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଲୁଟ୍ କରୁଥିଲା । ବିଭିନ୍ନ ଥାନାରେ ଦୀପକ ନାଁରେ ରହିଛି ଅନେକ ମାମଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button