ରାଜନୀତି

ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି – Utkal Mail


ବସୁନ୍ଧରାଙ୍କୁ ମିଳିଲା ଏହି ସ୍ଥାନରୁ ଟିକେଟ

ଜୟପୁର: ଭାରତୀୟ ଜନତା ପାର୍ଟି ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ବିଜେପି ଏହାର ବହୁ ବଡ ନେତାଙ୍କ ନାମ ମଧ୍ୟ ଘୋଷଣା କରିଛି। ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ଝାଲରାରୁ ଟିକେଟ ଦେଇଥିବାବେଳେ ସତୀଶ ପୁନିଆଙ୍କୁ ଅମ୍ବେରରୁ ପ୍ରାର୍ଥୀ କରାଯାଇଛି। ଏହି ତାଲିକାରେ ବିଜେପି ୧୦ ମହିଳା, ୧୫ ଅନୁସୂଚିତ ଜନଜାତି ଏବଂ ୧୦ ଅନୁସୂଚିତ ଜାତି ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି। ନିକଟରେ ବିଜେପିରେ ଯୋଗ ଦେଇଥିବା ଜ୍ୟୋତି ମିର୍ଦ୍ଧାଙ୍କୁ ମଧ୍ୟ ଦଳ ଟିକେଟ୍ ଦେଇଛି। ମିର୍ଦ୍ଧାଙ୍କୁ ନାଗୋରରୁ ପ୍ରାର୍ଥୀ କରାଯାଇଛି। ଏହି ତାଲିକାରେ ବସୁନ୍ଧରା ରାଜେଙ୍କୁ ନିଜ ଆସନରୁ ଟିକେଟ ଦିଆଯାଇଥିବାବେଳେ ବିରୋଧୀଦଳର ନେତା ରାଜେନ୍ଦ୍ର ରାଠୋଡଙ୍କୁ ତାରାନଗରରୁ ପ୍ରାର୍ଥୀ କରାଯାଇଛି।

ସେ ଚୁରୁରୁ ବିଧାୟକ ଥିଲେ। ଯଦିଓ ସେ ତାରାନଗରରୁ ସେ ପୂର୍ବରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିସାରିଛନ୍ତି, ତଥାପି ଦଳ ତାଙ୍କୁ ତାରାନଗରରୁ ଭାଗ୍ୟ ପରୀକ୍ଷା କରିବାକୁ ପଠାଇଛି । ଏହି ତାଲିକାରେ ବିଜେପି ଦୁଇଜଣ ବିଧାୟକଙ୍କ ଟିକେଟ୍ କାଟିଛି । ପାର୍ଟି ସାଙ୍ଗେରରୁ ଅଶୋକ ଲୋହାଟିଙ୍କ ଟିକେଟ୍ କାଟିଥିବାବେଳେ ଏବଂ ଚିତୋରଗଡରୁ ବିଧାୟକ ଚନ୍ଦ୍ରଭାନ୍ ସିଂଙ୍କ ଟିକେଟ କାଟିଦେଇଛି | ଚିତୋରଗଡରୁ ଦଳ ଚନ୍ଦ୍ରଭାନ୍ ସିଂଙ୍କ ସ୍ଥାନରେ ନରପତ ସିଂ ରାଜଭୀଙ୍କୁ ଟିକେଟ ଦେଇଛି। ତେବେ ରାଜସ୍ଥାନରେ ବିଜେପି ଦ୍ୱାରା ପ୍ରକାଶିତ ପ୍ରାର୍ଥୀ ତାଲିକାରେ ମଧ୍ୟପ୍ରଦେଶ ଶୈଳୀ ଦେଖିବାକୁ ମିଳିନାହିଁ | ବାସ୍ତବରେ ମଧ୍ୟପ୍ରଦେଶରେ ୭ ଜଣ ସାଂସଦଙ୍କୁ ଟିକେଟ୍ ଦେଇ ବିଜେପି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ତେବେ ରାଜସ୍ଥାନରେ ବିଜେପି ଏହି ପରୀକ୍ଷଣ କରିନାହିଁ। ଦଳ ରାଜସ୍ଥାନରେ କୌଣସି ସାଂସଦଙ୍କୁ ଟିକେଟ ଦିଆଯାଇନାହିଁ |




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button