ବ୍ୟବସାୟ

ପିଏଲ୍‌ଏଫ୍‌ଏସ୍‌ ରିପୋର୍ଟ: ଓଡ଼ିଶା ବେକାରି ହାର ୬.୭%କୁ ହ୍ରାସ – Utkal Mail


ଶ୍ରମଶକ୍ତିରେ ଅଧିକ ମହିଳାଙ୍କ ଯୋଗଦାନ

ଭୁବନେଶ୍ବର: ଅର୍ଥନୈତିକ କାର୍ଯ୍ୟକଳାପରେ ଉନ୍ନତି ହେବା ସହ ରାଜ୍ୟର ବେକାରି ସ୍ଥିତିରେ ସୁଧାର ଘଟିଛି। କେନ୍ଦ୍ର ସରକାର ଜାରି କରିଥିବା ନୟମିତ ଶ୍ରମ ଶକ୍ତି ସର୍ଭେ (ପିଏଲ୍‌ଏଫ୍‌ଏସ୍‌) ଅନୁସାରେ ୨୦୨୩ ଏପ୍ରିଲ୍-ଜୁନ୍‌ରେ ଓଡ଼ିଶାର ବେକାରି ହାର ସବୁ ବୟସ ବର୍ଗରେ ୬.୭ ପ୍ରତିଶତକୁ ହ୍ରାସ ପାଇଛି ଯାହା ଗତବର୍ଷ ସେହି ସମୟରେ ୧୧.୫ ପ୍ରତିଶତ ଥିଲା। ମହିଳାମାନଙ୍କ କ୍ଷେତ୍ରରେ ବେକାରି ହାର ଏହି ବର୍ଷକ ମଧ୍ୟରେ ୧୭.୬ ପ୍ରତିଶତରୁ ହ୍ରାସ ପାଇ ୮.୫ ପ୍ରତିଶତ ହୋଇଥିବା ବେଳେ ପୁରୁଷଙ୍କ କ୍ଷେତ୍ରରେ ତାହା ୧୦ ପ୍ରତିଶତରୁ ହ୍ରାସ ପାଇ ୬.୨ ପ୍ରତିଶତ ହୋଇଛି।

ରିପୋର୍ଟକୁ ଭଲ ଭାବେ ଅନୁଶୀଳନ କରିବା ପରେ ଜଣାପଡ଼ିଛି ଯେ ୧୫-୨୯ ବର୍ଷ ବୟସ ବର୍ଗରେ ପୁରୁଷଙ୍କ କ୍ଷେତ୍ରରେ ବେକାରି ହାର ୨୭ ପ୍ରତିଶତରୁ ହ୍ରାସ ପାଇ ୨୦.୬ ପ୍ରତିଶତ ହୋଇଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ସେହି ହାର ୪୪.୬ ପ୍ରତିଶତରୁ ହାସ ପାଇ ୨୭.୯ ପ୍ରତିଶତ ହୋଇଛି। ୧୫ ବର୍ଷରୁ ଅଧିକ ବୟସ ବର୍ଗରେ ବେକାରି ହାର ପୁରୁଷଙ୍କ କ୍ଷେତ୍ରରେ ୯.୯ ପ୍ରତିଶତରୁ ହ୍ରାସ ପାଇ ୬.୨ ପ୍ରତିଶତ ହୋଇଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ସେହି ହାର ବର୍ଷକ ଭିତରେ ୧୭.୬ ପ୍ରତିଶତରୁ ହ୍ରାସ ପାଇ ୮.୫ ପ୍ରତିଶତ ହୋଇଛି। ଶ୍ରମଶକ୍ତିରେ ‌େଯାଗଦାନ ହାର (ଏଲ୍‌ଏଫ୍‌ପିଆର୍‌) ୧୫-୨୯ ବର୍ଷ ବୟସ ବର୍ଗରେ ୨୦୨୨ ଏପ୍ରିଲ୍‌-ଜୁନ୍‌ରୁ ୨୦୨୩ ଏପ୍ରିଲ୍‌-ଜୁନ୍ ମଧ୍ୟରେ ପୁରୁଷଙ୍କ କ୍ଷେତ୍ରରେ ୫୭.୨ ପ୍ରତିଶତରୁ ହ୍ରାସ ପାଇ ୫୧ ପ୍ରତିଶତ ହୋଇଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ସେହି ହାର ୧୮.୩ ପ୍ରତିଶତରେ ସ୍ଥିର ରହିଛି। ସେହିପରି, ୧୫ ବର୍ଷରୁ ଅଧିକ ବୟସ ବର୍ଗରେ ଏହି ହାର ୭୪ ପ୍ରତିଶତରୁ ହ୍ରାସ ପାଇ ୭୧.୨ ପ୍ରତିଶତ ହୋଇଥିବା ବେଳେ ମହିଳାଙ୍କ କ୍ଷେତ୍ରରେ କିନ୍ତୁ ଶ୍ରମଶକ୍ତିରେ ଅଂଶଗ୍ରହଣ ହାର ୧୮.୪ ପ୍ରତିଶତରୁ ବୃଦ୍ଧି ପାଇ ୨୩.୬ ପ୍ରତିଶତ ହୋଇଛି। ସମସ୍ତ ବୟସ ବର୍ଗରେ ଶ୍ରମ ଶକ୍ତି ଅଂଶଗ୍ରହଣ ହାର ପୁରୁଷଙ୍କ କ୍ଷେତ୍ର‌ରେ ୫୮.୨ ପ୍ରତିଶତରୁ ୫୫.୬ ପ୍ରତିଶତକୁ ଖସିଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ୧୪.୭ ପ୍ରତିଶତରୁ ବୃଦ୍ଧିପାଇ ୧୮.୪ ପ୍ରତିଶତ ହୋଇଛି।

ଜନସଂଖ୍ୟାରେ କମର୍ଜୀବୀ ଲୋକଙ୍କ ଅନୁପାତ ୧୫-୨୯ ବର୍ଷ ବୟସ ବର୍ଗରେ ପୁରୁଷଙ୍କ କ୍ଷେତ୍ରରେ ୨୦୨୩ ଏପ୍ରିଲ୍‌-ଜୁନ୍‌ରେ ୪୦.୫ ପ୍ରତିଶତ ରହିଛି ଯାହା ଗତବର୍ଷ ସେହି ସମୟରେ ୪୧.୭ ପ୍ରତିଶତ ଥିଲା। ମହିଳାଙ୍କ କ୍ଷେତ୍ରରେ ଏହି ଅନୁପାତ ବର୍ଷକ ଭିତରେ ୧୦.୨ ପ୍ରତିଶତରୁ ବୃଦ୍ଧି ପାଇ ୧୩.୨ ପ୍ରତିଶତ ହୋଇଛି। ୧୫ ବର୍ଷରୁ ଅଧିକ ବୟସ ବର୍ଗରେ କର୍ମଜୀବୀ ଜନସଂଖ୍ୟା ଅନୁପାତ ପୁରୁଷଙ୍କ କ୍ଷେତ୍ରରେ ୬୬.୭ ପ୍ରତିଶତରୁ ବୃଦ୍ଧି ପାଇ ୬୬.୮ ପ୍ରତିଶତ ହୋଇଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ୧୫.୨ ପ୍ରତିଶତରୁ ବୃଦ୍ଧି ପାଇ ୨୧.୬ ପ୍ରତିଶତ ହୋଇଛି। ସବୁ ବୟସ ବର୍ଗରେ ଏହି ହାର ପୁରୁଷଙ୍କ କ୍ଷେତ୍ରରେ ୫୨.୪ ପ୍ରତିଶତରୁ ବୃଦ୍ଧି ପାଇ ୫୫.୨ ପ୍ରତିଶତ ହୋଇଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ୧୨.୧ ପ୍ରତିଶତରୁ ବୃଦ୍ଧି ପାଇ ୧୬.୮ ପ୍ରତିଶତ ହୋଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button