ଜୀବନଶୈଳୀ

ହାଇକୋର୍ଟ ଗଲେ ପ୍ରକୃତି ମିଶ୍ର

ହାଇକୋର୍ଟ ଗଲେ ପ୍ରକୃତି ମିଶ୍ର

କଟକ, ୨୩/୮: ଅଭିନେତ୍ରୀ ପ୍ରକୃତି ମିଶ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କ ଏତଲା ଉପରେ ପୋଲିସ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ସେ ହାଇକୋର୍ଟର ଆଶ୍ରୟ ନେଇଛନ୍ତି । ତାଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଓଲିଉଡ ଷ୍ଟାର ବାବୁସାନଙ୍କ ପତ୍ନୀ ତୃପ୍ତି ଓ ଶ୍ୱଶୁରଙ୍କ ନାଁରେ ଖାରବେଳ ନଗର ଥାନାରେ ଏତଲା କରିଥିଲେ ପ୍ରକୃତି । ତେବେ ପୋଲିସ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଜୁଲାଇ ୨୩ରେ ଆକ୍ରମଣ ପରେ ଥାନାରେ ଏତଲା ଦିଆଯାଇଥିଲା । ଦୀର୍ଘ ଦିନ ବିିତିଯାଇଥିଲେ ହେଁ ପୋଲିସ ପକ୍ଷରୁ କୈାଣସି ନ୍ୟାୟ ମିଳିଲାନି । ସେହିପରି ବିଭିନ୍ନ ପ୍ରକାର ଆରୋପ ଥିଲେ ବି ପୋଲିସ ଉପଯୁକ୍ତ ଦଫା ଲଗାଇନଥିବାରୁ ପ୍ରକୃତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ମାମଲାରେ ସେ ଗୃହ ସଚିବ, ଖାରବେଳନଗର ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରିଛନ୍ତି । ନିରପେକ୍ଷ ସଂସ୍ଥା ଦ୍ୱାରା ମାମଲାର ତଦନ୍ତ କରାଇବାକୁ କୋର୍ଟରେ ଅପିଲ କରାଯାଇଥିବା ପ୍ରକୃତିଙ୍କ ଓକିଲ ସୂଚନା ଦେଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button