ଓଡିଶା

ହୁତୁ ହୁତୁ ହୋଇ ଜଳିଗଲା ଟାୟାର ଗୋଦାମ, ପ୍ରାୟ ୫ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

ଯାଜପୁର : ଭୟାବହ ଅଗ୍ନିକାଣ୍ଡ ।  ହୁତୁ ହୁତୁ ହୋଇ ଜଳିଗଲା ଟାୟାର ଗୋଦାମ ।  ଆଖି ପିଛୁଳାକେ ପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ ।  ଗତକାଲି ରାତିରେ ଚଣ୍ଡିଖୋଲ ଛକ ନିକଟରେ ଥିବା ଟାୟାର ଗୋଦାମରେ ପୁରୁଣା ଓ ନୂଆ ଟାୟାର ରହିଥିବା ବେଳେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା ।

ଖବର ପାଇ ଚଣ୍ଡିଖୋଲ ଓ ରସୁଲପୁର ଅଗ୍ନିଶମ ବାହିନୀ ପହଞ୍ଚି ଆୟତ କରିଥିଲା ।  ହେଲେ ନିଆଁର ପ୍ରକୋପ ଏତେ ଥିଲା ଯେ, ଆୟତ କରିବାକୁ ଅଗ୍ନିଶମ ବାହିନୀକୁ ପ୍ରାୟ ୫ ଘଣ୍ଟା ପରିଶ୍ରମ କରିବାକୁ ପଡିଥିଲା ।

ହେଲେ ସେତେବେଳକୁ ଟାୟାର ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା ।  ହେଲେ ଜାତୀୟ ରାଜପଥ ପାର୍ଶ୍ୱରେ ଛିଡା ହୋଇଥିବା ଥିବା ଟ୍ରକ ଗୁଡ଼ିକ ଅଳ୍ପକେ ନିଆଁ କବଳରୁ ବର୍ତ୍ତିଯାଇଛନ୍ତି।  ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button