ଓଡିଶା

୪୦ ଡିଗ୍ରୀ ଟପିବ ତାପମାତ୍ରା, ୬ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ

ଭୁବନେଶ୍ୱର : ତାତି ବଢ଼ୁଛି  ।  ୧୩ ରୁ ଜାଳିବ ।  ମାର୍ଚ୍ଚରେ ୪୦ ଟପିବ ତାପମାତ୍ରା ।  କିଛି ଦିନ ପାଗ ସାମାନ୍ୟ ଥଣ୍ଡା ରହିବା ପରେ ତାତି ପୁଣି ବଢ଼ିଛି ।  ଆଗାମୀ ୪ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ଧୀରେ ଧୀରେ ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବ।  ଆସନ୍ତା ୧୩ ଓ ୧୪ ତାରିଖରେ ୬ଜିଲ୍ଲା ପାଇଁ ହିଟ ୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସମ୍ବଲପୁର, କଳାହାଣ୍ଡି ,ଝାରସୁଗୁଡା ବଲାଙ୍ଗୀର,ବୌଦ୍ଧ ଓ ସୋନପୁରରେ ଗ୍ରୀଷ୍ମଲହରୀ ନେଇ ଚେତାବନୀ ଜାରି କରାଯାଇଛି ।  ଆଭ୍ୟନ୍ତରୀଣ ଓଡ଼ିଶାରେ ବି ଅସ୍ତବ୍ୟସ୍ତ କରିବ ଅସମ୍ଭାଳ ତାତି ।  ଖରା ବଢ଼ୁଥିବାରୁ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ କରିଛନ୍ତି ଏସଆରସି ।  ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଶ୍ରମ ବିଭାଗ ପକ୍ଷରୁ ଦିନ ଗୋଟାଏ ପରେ ଶ୍ରମିକ ମାନେ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button