ଦେଶ ବିଦେଶ

ୟୁକ୍ରେନ ରାଜି, ଏବେ ରୁଷକୁ ଅସ୍ତ୍ରବିରତି ପାଇଁ ରାଜି କରାଇବ ଆମେରିକା

ନୂଆଦିଲ୍ଲୀ: ୟୁକ୍ରେନ ରାଜି, ଏବେ ରୁଷକୁ ଅସ୍ତ୍ରବିରତି ପାଇଁ ରାଜି କରାଇବ ଆମେରିକା। ବଲ୍ ଏବେ ରୁଷ ହାତରେ। ୟୁକ୍ରେନ ସହିତ ଯୁଦ୍ଧ ବନ୍ଦ କରିବା ଏବଂ ଶାନ୍ତି ଫେରାଇ ଆଣିବା ପାଇଁ ରୁଷ କେତେ ଗମ୍ଭୀର ତାହା ପରୀକ୍ଷା କରିବାର ସମୟ ଆସିଛି। ସାଉଦି ଆରବରେ ଆମେରିକା ଏବଂ ୟୁକ୍ରେନ ମଧ୍ୟରେ ଆଲୋଚନା ରୁଷ ଉପରେ ଚାପ ବୃଦ୍ଧି କରିଛି। ଆଲୋଚନାର ଗୋଟିଏ ଦିନ ପରେ ୟୁକ୍ରେନ୍ କହିଛି ଯେ, ସେ ଆମେରିକା ଦ୍ୱାରା ପ୍ରସ୍ତାବିତ ରୁଷ ସହିତ ୩୦ଦିନିଆ ଅସ୍ତ୍ରବିରତିକୁ ଗ୍ରହଣ କରିବାକୁ ପ୍ରସ୍ତୁତ। ଏବେ ଆମେରିକା, ୟୁକ୍ରେନକୁ ସାମରିକ ସହାୟତା ଫେରାଇବାକୁ ଏବଂ ଗୁଇନ୍ଦ ସୂଚନା ଦେବାକୁ ରାଜି ହୋଇଛି।

ଓଭାଲ ଅଫିସରେ ୟୁକ୍ରେନର ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାର୍ବଜନୀନ ବିବାଦ ପରେ ମଙ୍ଗଳବାର, ମାର୍ଚ୍ଚ ୧୧ ତାରିଖରେ ଜେଦ୍ଦାରେ ହୋଇଥିବା ଆଲୋଚନା ଦୁଇ ଦେଶ ମଧ୍ୟରେ ପ୍ରଥମ ଆନୁଷ୍ଠାନିକ ବୈଠକ ଥିଲା। ଏଠାରେ ୟୁକ୍ରେନୀୟ ପ୍ରତିନିଧିମାନେ ଆମେରିକାର ୩୦ଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ଗ୍ରହଣ କରିଥିଲେ।

ଆଲୋଚନାରେ ସାମିଲ ଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଯେ, ସେ ଏହି ପ୍ରସ୍ତାବକୁ ରୁଷ ସମ୍ମୁଖରେ ଉପସ୍ଥାପନ କରିବେ। ଅନ୍ୟପକ୍ଷରେ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ, ଏବେ ଆମେରିକାର କାମ ହେଉଛି, ସେ ରୁଷକୁ ଏହି ପ୍ରସ୍ତାବକୁ ଗ୍ରହଣ କରିବା ପାଇଁ ରାଜି କରାଇ‌ବ।

ଆଲୋଚନା ପରେ ହ୍ୱାଇଟ୍ ହାଉସ୍ ବାହାରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, “ଏହା ଏକ ସମ୍ପୂର୍ଣ୍ଣ ଅସ୍ତ୍ରବିରତି। ୟୁକ୍ରେନ ଏଥିରେ ରାଜି ହୋଇଛି ଏବଂ ଆଶା କରୁଛି ରୁଷ ଏଥିରେ ରାଜି ହେବ। ଆମେ ଶୀଘ୍ର ରୁଷର ପ୍ରତିନିଧିଙ୍କୁ ଭେଟିବୁ। ଆଶା କରୁଛୁ ଆମେ ସମାଧାନ କରିବ‌ାରେ ସକ୍ଷମ ହେବୁ। ଯଦି ଆମେ ରୁଷକୁ ରାଜି କରାଇ ପାରିବୁ, ତେବେ ବହୁତ ଭଲ ହେବ। ଯଦି ଆମେ ତାହା କରିପାରିବୁ ନାହିଁ, ତେବେ ଯୁଦ୍ଧ ଜାରି ରହିବ ଏବଂ ଲୋକମାନେ ମରିବେ।”

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button