କଟକ, ୨୩/୮ କଟକ କମିଶନରେଟ ପୋଲିସର ୪୨ ମୈାଜା ଥାନା ପକ୍ଷରୁ ଆଜି ଜଣେ ଯୁବକଙ୍କୁ ଗିରଫ କରାଯାଇ ତା’ଠାରୁ ଏକ ଦେଶୀ ବନ୍ଧୁକ ସହିତ ସେ ବ୍ୟବହାର କରୁଥିବା ଏକ ବୁଲେଟ ମୋଟରସାଇକେଲକୁ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ସେହି ଥାନା ଅଂଚଳ ତଇଁକଣାର ଅମୀୟ ରଂଜନ ସ୍ୱାଇଁ । ଗତକାଲି ଅମୀୟ ଓଡି-୦୫-ଜି-୯୦୩୦ ନମ୍ବରର ଏକ ବୁଲେଟ ମୋଟରସାଇକେଲରେ ୪୨ ମୈାଜା ବେଣ୍ଟକାର ସ୍ଥିତ ଏସବିଆଇ ଛକ ଅତିକ୍ରମ କରୁଥିବା ବେଳେ ପାଟ୍ରୋଲିଂ କରୁଥିବା ଏସଆଇ ଜୟକୃଷ୍ଣ ବେହେରା ଗାଡିକୁ ଅକଟାଇ କାଗଜପତ୍ର ଯାଂଚ କରିବା ଅବସରରେ ତା ନିକଟରୁ ଏକ ବନ୍ଧୁକ ବାହାରିଥିଲା । ଏ ସଂପର୍କରେ ଥାନା କେସ ନଂ ୧୭୨/୨୨ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତକି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ତାର ଅପରାଧିକ କାର୍ଯ୍ୟକଳାପ ଉପରେ ଛାନଭିନ ଜାରି ରହିଛି ।