ଓଡିଶା
ପାରାଦୀପ ବନ୍ଦରରୁ କୁମ୍ଭୀର ଛୁଆ ଉଦ୍ଧାର, ଶ୍ରମିକ ଆତଙ୍କିତ

ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ କଷ୍ଟମ୍ସ ବିଭାଗ ଜେଟ୍ଟିରୁ ଏକ ବିରଳ ପ୍ରଜାତିର ବଉଳା କୁମ୍ଭୀର ଛୁଆ ଉଦ୍ଧାର କରାଯାଇଛି । ଛୁଆଟିର ଲମ୍ବ ୪୦ ସେଣ୍ଟିମିଟର ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯାହାକୁ ନେଇ ଏବେପାରାଦୀପ ବନ୍ଦରର ଜେଟ୍ଟିରେ କାର୍ଯ୍ୟ କରୁଥିବା ଶ୍ରମିକ ଆତଙ୍କିତ ହୋଇପଡ଼ିଛନ୍ତି । ଯେହେତୁ ଛୁଆ କୁମ୍ଭୀର ବୁଲୁଥିଲା , ଏଠାରେ ବଡ଼ କୁମ୍ଭୀର ଥାଇ ପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି ।
ପୂର୍ବରୁ ମଧ୍ୟ ବନ୍ଦରର ଜେଟ୍ଟିରେ କେତେଥର ବଡ଼ ବଡ଼ କୁମ୍ଭୀର ବୁଲୁଥିବା ଦେଖାଯାଇଥିଲେ ମଧ୍ୟ କିଛି ସମୟ ମଧ୍ୟରେ ସେମାନେ ଜେଟ୍ଟିରୁ ବାହାରି ଯାଇଥାନ୍ତି । କିନ୍ତୁ ଏହି ଛୁଆ କୁମ୍ଭୀ ଟି ଦେଖିବାକୁ ମିଳିଥିବା ବେଳେ ବଡ଼ କୁମ୍ଭୀର ଦେଖାଯାଇନାହିଁ । ଯାହା ଶ୍ରମିକ ମାନଙ୍କୁ ଭୟଭୀତ କରିଛି । ଏହି କୁମ୍ଭୀର ଛୁଆଟି ଭିତରକନିକା ଅଭୟାରଣ୍ୟରୁ ଚାଲି ଆସିଥିବା ଅନୁମାନ କରାଯାଉଛି । ଏହାକୁ ବନ ବିଭାଗ ଉଦ୍ଧାର କରି ଭିତରକନିକାରେ ଛାଡିବାର ବ୍ୟବସ୍ଥା କରୁଥିବା ଜଣାପଡିଛି ।