କ୍ରାଇମ

ବରଗଡ଼ ବିଚ୍ ରାସ୍ତାରେ ହାଇଡ୍ରାମା, ଗିରଫ କରିବାକୁ ଆସି ହଟ୍ଟହଟ୍ଟା ହେଲା ଛତିଶଗଡ଼ ପୋଲିସ

ବରଗଡ଼: ବିଚ୍ ରାସ୍ତାରେ ହାଇଡ୍ରାମା । ବରଗଡ଼ ସହରରେ ହଟ୍ଟହଟ୍ଟା ହୋଇଛି ଛତିଶଗଡ଼ ପୋଲିସ । ଗିରଫ କରିବାକୁ ଆସି ହେଲା ନାକେଦମ । ଏକ ମାମଲାରେ ବରଗଡ଼ର ରୂପେଶ ଝାମରଙ୍କ ନାଁରେ ୱାରେଣ୍ଟ ଥିବା ନେଇ ଛତିଶଗଡ ପୋଲିସ ଗିରଫ କରିବାକୁ ବରଗଡ଼ ଆସିଥିଲା । ରୂପେଶଙ୍କୁ ଗିରଫ କରି ନେଉଥିବା ସମୟରେ ସ୍ଥାନୀୟ ଲୋକଙ୍କ ସହ ଧସ୍ତାଧସ୍ତି ହୋଇଥିଲା । ଯେଉଁ କାରଣରୁ ଦୁଇ ଘଣ୍ଟା ଧରି ଦେଖିବାକୁ ମିଳିଥିଲା ହାଇଡ୍ରାମା ।

ସୂଚନା ଅନୁସାରେ ୧୭ଲକ୍ଷ ଟଙ୍କାର କୌଣସି ଏକ କାରବାରକୁ ନେଇ ରୂପେଶଙ୍କୁ ନାଁରେ ଥିଲା ୱାରେଣ୍ଟ । ରୂପେଶଙ୍କ ପରିବାରଲୋକଙ୍କ କହିବା ଅନୁସାରେ, ପୁଅକୁ ଗିରଫ କରିବାକୁ ଆସିଥିବା ପୋଲିସ୍ ଅଧିକାରୀ ସେମାନଙ୍କୁ ଠେଲାପେଲା କରିଥିଲେ । ୩ ଜଣ ପୋଲିସ ଅଧିକାରୀଙ୍କ ମଧ୍ୟରେ ଦୁଇଜଣ ସାଧା ପୋଷାକରେ ଥିବା ବେଳେ ଜଣେ ପୋଲିସ ପୋଷାକରେ ଥିଲେ ।

ଅନ୍ୟପଟେ ସିଭିଲ୍ ଲାଇନ୍ ଥାନା ପୋଲିସ୍‌ ଅଧିକାରୀ କହିଛନ୍ତି ଯେ, ୱାରେଣ୍ଟ ଥିବାରୁ ସେମାନେ ରୂପେଶଙ୍କୁ ଗିରଫ୍ କରିବାକୁ ଆସିଥିଲେ । ହେଲେ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ଧସ୍ତା ଧସ୍ତି କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button