ଓଡିଶା

ଦୂର ହେଲା ଦ୍ୱନ୍ଦ : ୩୧ରେ କାଳୀପୂଜା, ୧ରେ ଦୀପାବଳି

ପୁରୀ : ନିର୍ଭୁଲ ହେବ ପାଞ୍ଜି। ସବୁ ପଞ୍ଜିକାରେ ତିଥି ବାର ସମାନ ରହିବ। କୌଣସି ପର୍ବପର୍ବାଣିକୁ ନେଇ କାହାରି ମନରେ ଦ୍ୱନ୍ଦ୍ୱ ରହିବ ନାହିଁ। ଏଥିପାଇଁ ପ୍ରତିବର୍ଷ ଶ୍ରୀମନ୍ଦିର ପ୍ରଶାସନ ବିଭିନ୍ନ ପଞ୍ଜିକାର ଗଣନାକାରୀଙ୍କୁ ଡାକି ପଞ୍ଜିକା ମେଳକ ବୈଠକ କରୁଛି। କିନ୍ତୁ ପ୍ରତିବର୍ଷ ପଞ୍ଜିକାରେ ତିଥିବାରରେ ଅମେଳ ଦେଖାଦେଉଛି।

ଏମିତି ଏକାଧିକ ପର୍ବପର୍ବାଣିକୁ ନେଇ ବିଭିନ୍ନ ପଞ୍ଜିକାରେ ଭିନ୍ନ ତାରିଖ ରହୁଛି। ଚଳିତବର୍ଷ କାଳୀପୂଜା ଓ ଦୀପାବଳି ଅମାବାସ୍ୟା ପାଳନକୁ ନେଇ ଉପୁଜିଛି ଦ୍ୱନ୍ଦ୍ୱ।

ତେବେ ପାଞ୍ଜି ସମୀକ୍ଷକ ଡ. ହରିଶଙ୍କର ମିଶ୍ର କହିଛନ୍ତି, ଓଡ଼ିଶାରେ ଅକ୍ଟୋବର ୩୧ ତାରିଖ ଦିନ ରାତିରେ ଶ୍ୟାମାକାଳୀ ପୂଜା ଓ ନଭେମ୍ବର ୧ ତାରିଖ ଦିନ ପୟାଶ୍ରାଦ୍ଧ ଓ ଦୀପାବଳି ପାଳନ କରାଯିବ। ସାଧରଣତଃ ପ୍ରତ୍ୟୁଷ ଓ ପ୍ରଦୋଷ ସମୟକୁ ଭିତ୍ତି କରି ଅମାବାସ୍ୟା ଗଣନା ହୋଇଥାଏ।

ଅକ୍ଟୋବର ୩୧ ତାରିଖ ଦିନ ରାତିରେ ଅପରାହ୍ଣ ୩ଟା ୧୫ ଅର୍ଥାତ୍‌ ପ୍ରଦୋଷ ସମୟକୁ ଅମାବାସ୍ୟା ରହୁଥିଲେ ହେଁ ପ୍ରତ୍ୟୁଷ ସମୟକୁ ଅମାବାସ୍ୟା ରହୁ ନଥିବାରୁ ସେହିଦିନ କେବଳ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହେବ। ନଭେମ୍ବର ୧ ତାରିଖ ଦିନ ଉଭୟ ପ୍ରତ୍ୟୁଷ ଓ ପ୍ରଦୋଷ ସମୟକୁ ଅମାବାସ୍ୟା ରହୁଥିବାରୁ ଉକ୍ତ ଦିନ ଓଡ଼ିଶାରେ ପୟା ଶ୍ରାଦ୍ଧ ଓ ଦୀପାବଳି ପାଳନ କରାଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button