ଓଡିଶା

ଦୋଳ ଯାତ୍ରା ବେଳେ ଗାଁରେ ସଂଘବଦ୍ଧ ଆକ୍ରମଣ, ଯୁବକ ଗୁରୁତର

ପୋଲସରା:  ଗାଁରେ ଦୋଳ ଯାତ୍ରା ଚାଲିଥିବା ବେଳେ ସଂଘବଦ୍ଧ ଆକ୍ରମଣ । ଆକ୍ରମଣରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ପୋଲସରା ଥାନା ମଧୁପଲ୍ଲୀ ଗାଁରେ ଏଭଳି ଘଟଣା ଘଟିଛି । ଆହତ ଯୁବକ ଜଣକ ନିରାକାର କରଣଙ୍କ ପୁଅ ସୁନି କରଣ । ଗାଁରେ ଦୋଳ ଯାତ୍ରା ଚାଲିଥିବା ବେଳେ ସୁନିଙ୍କୁ ସେହି ଗାଁର କିଛି ଯୁବକ ସଂଘବଦ୍ଧ ଭାବରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ସୁନିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।  ଗୁରୁତର ଭାବେ ତାଙ୍କୁ ପୋଲସରା ମେଡିକାଲରେ ଭର୍ତ୍ତି କରାଯାଇଛି ।  ପୋଲସରା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ  କରୁଛି ।

Related Articles

Leave a Reply

Your email address will not be published. Required fields are marked *

Back to top button