ଓଡିଶା

ଏପ୍ରିଲ ୩ରୁ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଆରମ୍ଭ, ସ୍ଥାପନ ହେଲା ଶୁଭ ଖୁଣ୍ଟି

ବ୍ରହ୍ମପୁର: ଏପ୍ରିଲ ୩ରୁ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା । ବ୍ରହ୍ମପୁରରେ ମା ବୁଢ଼ୀ ସାଆନ୍ତାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଆସନ୍ତା ମାସ ୩ ତାରିଖରୁ ୨୮ତାରିଖ ପର୍ଯ୍ୟନ୍ତ ହେବ ବୋଲି ନିଷ୍ପତି ହୋଇଛି ।  ଏଥିପାଇଁ ଗତକାଲି ବିଳମ୍ବିତ ରାତିରେ ଦେଶି ବେହେରାଙ୍କ ଘର ନିକଟରେ ସ୍ଥାପନ ହେଲା ଶୁଭ ଖୁଣ୍ଟି ।  ଶୁଭ ଖୁଣ୍ଟି ମନ୍ଦିରରେ ପୂଜା କରି ମାଙ୍କ ଆଜ୍ଞା ମାଳ ଆଣିବା ପାଇଁ ଯାତ୍ରାର ମୁଖ୍ୟ ପରିଚାଳକ ପି ଦୁର୍ଗା ପ୍ରସାଦ ଦେଶିବେହେରା ଏକ ବିରାଟ ପଟୁଆରରେ ବୁଢ଼ୀ ସାଆନ୍ତାଣୀଙ୍କ ମନ୍ଦିରକୁ ଯାଇଥିଲେ ।  ଶ୍ରଦ୍ଧାଳୁଙ୍କ ଗହଣରେ ବାଜା ବାଜଣାର ପଟୁଆରରେ ସେହି ଶୁଭ ଖୁଣ୍ଟିକୁ ପୂଜା କରାଯାଇ ଦେଶିବେହେରାଙ୍କ ଘର ନିକଟରେ ରାତି ୧ଟା ୪୫ରେ ସ୍ଥାପନ ହୋଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button