ଛୋଟ ପିଲାଙ୍କ ଆଖି ସମସ୍ୟା – କେମିତି ଜାଣିବେ ? Dr Devijyoti Tripathy

ସାଧାରଣତଃ ଆମେ ମାନେ ପାଠ ପଢିବା ସମୟରେ ବା କମ୍ପୁଟର ର କାମ କରିବା ସମୟରେ ବା ଦୂର ଜିନିଷ ଠିକ ଭାବରେ ଦେଖା ଯାଇ ନଥାଏ, ଆମେ ସେତେବେଳେ ଜାଣି ପାରିଥାଉ କି ଆମର ଦୃଷ୍ଟି ଶକ୍ତି ଦୁର୍ବଳ ଅଛି । ଏହା ପରେ ଆମେ ଯାଇହେଲେ ଆମର ଚକ୍ଷୁ ପରୀକ୍ଷା କରିଥାଉ । କିନ୍ତୁ ଯେତେବେଳେ ଗୋଟେ ଛୋଟ ଶିଶୁ ଅର୍ଥାତ ଯେ କି କଥା କହିମଧ୍ୟ ଜାଣି ନାହିଁ ତା ଆଖି ରେ କୌଣସି କିଛି ସମସ୍ଯା ହୁଏ ବା ତାର ଦ୍ରୁଷ୍ଟି ଶକ୍ତି ରେ କମିଯାଏ , ସେତେବେଳେ ସେହି ଶିଶୁ ତ ନିଜ ପାଟି ଖୋଲି ସମସ୍ଯା କହି ପାରିବ ନାହିଁ ।
କିନ୍ତୁ ଏପରି ରେ ଅନେକ ଅଭିଭାବକ ଙ୍କର ପ୍ରଶ୍ନ ଥାଏ କି ଆମେ ମାନେ ଜାଣିବା କିପରି କି ଆମ ସନ୍ତାନ ର ଦ୍ରୁଷ୍ଟି ଶକ୍ତି ରେ କିଛି ସମସ୍ଯା ରହିଛି । ଏନେଇ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଏପରି ଟିପ୍ସ ଗୁଡିକ ନେଇ କରି ଆସିଛୁ, ଯାହା ସାହାର୍ଯ୍ୟ ରେ ଆପଣ ଆପଣ ଙ୍କର ଶିଶୁ ର ଦ୍ରୁଷ୍ଟି ଶକ୍ତିରେ କିଛି ସମସ୍ଯା ଥିଲେ, ଜାଣି ପାରିବେ ।
ଆସନ୍ତୁ ଜାଣିବା ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ଦେବଜ୍ଯୋତି ତ୍ରିପାଠୀ ଏହି ବିଷୟ ଉପରେ ନିଜର କଣ ମତାମତ ଦେଉଛନ୍ତି । ଏକ ପିଲା ଯେତେବେଳେ ଜନ୍ମ ହୋଇଥାଏ, ସେହି ସମୟରେ ପିଲା ଟିର ଯାହା ଯାହା ଆବଶ୍ଯକ ହୋଇଥାଏ, ତାର ଦ୍ରୁଷ୍ଟି ଶକ୍ତି ମଧ୍ୟ ସେତିକି ସୀମା ପର୍ଯ୍ୟନ୍ତ ହିଁ ରହିଥାଏ, ଧୀରେ ଧୀରେ ତାର ବଡ ହେବା ସହ ତାର ଚାହିଦା ମଧ୍ୟ ବଢିଥାଏ ଓ ତାର ଦ୍ରୁଷ୍ଟି ଶକ୍ତି ରେ ମଧ୍ୟ ଉନ୍ନତି ହୋଇଥାଏ ।
କାରଣ ସେହି ପିଲା ଟିର ଯାହା ଦରକାର ତାହା ଯେପରି ପୂରଣ ହୋଇ ପାରିବ । ପିଲା ଟିର ବୟସ ସହ ତାର ଦ୍ରୁଷ୍ଟି ଶକ୍ତି ମ୍ୟାଚୋର ହେବାକୁ ଲାଗେ । ଯେପରି କି ଛୋଟ ପିଲା ତେବେ ତାର ଦ୍ରୁଷ୍ଟି ଶକ୍ତି ଆଖ ପାଖ ସ୍ଥାନ ର ଜିନିଷ ଦେଖିବା ପାଇଁ ଯଥେଷ୍ଟ ହୋଇଥାଏ । କିନ୍ତୁ ଯେପରି ସେ ପିଲା ଧୀରେ ଧୀରେ ଚାଲିବାକୁ ଲାଗେ ତା ଦ୍ରୁଷ୍ଟି ଶକ୍ତି ରେ ମଧ୍ୟ ବିକାଶ ହେବାକୁ ଲାଗେ ।
ତେଣୁ ପ୍ରତ୍ଯେକ ବାପା ମା କୁ ଏହା ଜାଣି ରଖିବା ଦରକାର କି ପିଲା ମାନଙ୍କର ଦ୍ରୁଷ୍ଟି ଶକ୍ତି ସୀମିତ ହୋଇ ରହି ନଥାଏ । ପିଲା ଟିର ଜନ୍ମ ସମୟରେ ଦ୍ରୁଷ୍ଟି ଶକ୍ତି ଯେପରି ଥାଏ । ବଡ ହେଲେ ତାର ଦ୍ରୁଷ୍ଟି ଶକ୍ତି ସେହି ପରି ନଥାଏ । ତାହାର ଶରୀରର ବିକାଶ ସହ ତାର ଦ୍ରୁଷ୍ଟି ଶକ୍ତି ରେ ମଧ୍ୟ ବିକାଶ ହୋଇ ଯାଇଥାଏ । ଧୀରେ ଧୀରେ ସେ ଚାଲିବାକୁ ଯେତେବେଳେ ଆରମ୍ଭ କରିଦିଏ ସେତେବେଳେ ତାର ଦ୍ରୁଷ୍ଟି ଶକ୍ତି ର ମଧ୍ୟ ବିକାଶ ହୋଇଥାଏ ।
ସେ ଧୀରେ ଧୀରେ କିଛି ଜିନିଷ କୁ ଦେଖି ଧରିବାକୁ ଲାଗେ । ବା କୌଣସି କିଛି ଜିନିଷ ନେବା ପାଇଆନ ତା ପାଖକୁ ଅମଧ୍ୟ ଆସିଥାଏ ବା ମାଗିଥାଏ । ଏହିପରି କିଛି କିଛି ଶିଶୁର କ୍ରିୟା କଳାପ କୁ ଦେଖି ଜାଣି ହୋଇଥାଏ କି ଶିଶୁର ବୟସ ସହ ତାର ଦ୍ରୁଷ୍ଟି ଶକ୍ତି ର ମଧ୍ୟ ବିକାଶ ହୋଇଛି । ଯଦି ଆପଣ ଏହି ପରି କୌଣସି କିଛି ଉନ୍ନତି ପିଲା ରେ ଦେଖବାକୁ ନ ପାଆନ୍ତି ତେବେ ଏହା ଆକିଛି ଚିନ୍ତାର ବିଷୟ ହୋଇ ପାରେ ।
ତେଣୁ ଆପଣ ଶିଶୁ ଟିକୁ ନେଇ ଚିକିତ୍ସାଳୟ କୁ ଯାଇ ଡାକ୍ତର ଙ୍କ ସହ ସାକ୍ଷାତ କରିବା ଉଚିତ । ଆଜିକାଲି ଅନେକ ପ୍ରକାରର ଆଧୁନିକ ଉପକରଣ ବାହାରି ସାରିଲାଣି ଯାହା ସହାୟତ ରେ ଡାକ୍ତର ଶିଶୁ ଟିର ସମସ୍ତ ଅସୁବିଧା କୁ ଦୂର କରି କରିବେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ