ମନ୍ଦାର ଫୁଲର ଚମତ୍କାରୀ ରେମିଡିର ବ୍ୟବହାର ଦ୍ଵାରା କଳା ଓ ସୁନ୍ଦର କେଶ କରନ୍ତୁ, ଏହା ଛଡା 100 ବର୍ଷ ପର୍ଯ୍ୟନ୍ତ ସୁସ୍ଥ ମଧ୍ୟ ରୁହନ୍ତୁ
ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମନ୍ଦାର ଫୁଲ ହେଉଛି ଏକ ଏପରି ଚମତ୍କାରୀ ଫୁଲ । ଯାହାକି ଆପଣଙ୍କ ଶରୀରର ଅନେକ ଗୁଡିଏ ସ୍ଵାସ୍ଥଜନିତ ସମସ୍ଯାକୁ ଭଲ କରିବାରେ ସାହାଜ୍ଯ କରିଥାଏ । ମନ୍ଦର ଫୁଲ ଓ ପତ୍ର ଏହାର ୨ ଟି ଅଂଶରେ ଲାଭକାରୀ ଫାଇଦା ଦେଖିବାକୁ ମିଳିଥାଏ । ତେବେ ବନ୍ଧୁଗଣ ଆଜି ଆମେ ସେହି ଚମତ୍କାରୀ ମନ୍ଦାର ଫୁଲ ବିଷୟରେ ଆପଣଙ୍କୁ ଏଠାରେ କହିବାକୁ ଯାଉଛୁ । ଯଦି ପାଟିରେ ଶିତୁଳିଆ ହୋଇଥାଏ । ତେବେ ଆପଣ ମନ୍ଦର ପତ୍ରକୁ ଯଦି ଚୋବାଇ ଖାଇବେ । ତେବେ ଆପଣଙ୍କର ଶିତୁଳିଆ ସଂପୂର୍ଣ୍ଣ ଭାବେ ଭଲ ହୋଇଯିବ ।
ଯଦି କେଶ ଝଡିବା ସହ କେଶ ଜନିତ ବହୁ ପ୍ରକାର ସମସ୍ଯା ଆପଣଙ୍କ କେଶରେ ରହିଥାଏ । ତେବେ ଆପଣ ମନ୍ଦର ପତ୍ରକୁ ବାଟି ତାହାକୁ ଆପଣଙ୍କର କେଶରେ ବ୍ୟବହାର କରନ୍ତୁ । ଯେପରି ଆପଣ ମନ୍ଦର ପତ୍ରକୁ ତୋଳି ଆଣି ତାହାକୁ ଭଲ ଭାବରେ ପାଣିରେ ପରିଷ୍କାର କରି ଧୋଇ ପରେ ଆପଣ ସେହି ପତ୍ରକୁ ଗ୍ରାଇଣ୍ଡରରେ ବାଟି କିମ୍ବା ଛେଚି କରି ତାହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଆପଣ ସେହି ମନ୍ଦର ପତ୍ର ବଟାକୁ ଆଣି ସେଥିରେ ନଡିଆ ତେଲ ମିଶାଇ ହେଉ ।
କିମ୍ବା ଖାଲି ମନ୍ଦାର ପତ୍ରର ପେଷ୍ଟକୁ ଆଣି ନିଜ କେଶରେ ଭଲ ଭାବରେ ଲଗାଇବେ । ଏହାପରେ ୨ ରୁ ୩ ଘଣ୍ଟା କେଶରେ ଏହାକୁ ରଖିବା ପରେ ଆପଣ ଆପଣଙ୍କ କେଶକୁ କୌଣସି ଭଲ ପ୍ରାକୃତିକ ସାମ୍ପୁରେ ସଫା କରିଦେବେ । ସପ୍ତାହକୁ ଅତି କମ୍ ୧ କିମ୍ବା ୨ ଥର ଭଳି କିଛି ସପ୍ତାହ କରିବା ଦ୍ଵାରା ଆପଣଙ୍କର କେଶରେ ହେଉଥିବା ଚମତ୍କାରୀ ପରିବର୍ତ୍ତନକୁ ଆପଣ ଲକ୍ଷ କରିବେ ।
ମହିଳା ମାନଙ୍କର ଋତୁସ୍ରାବ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ଯଦି ପେଟରେ ବହୁ ଅଧିକ ଯନ୍ତ୍ରଣା ଅନୁଭୂତ ହେଉଥାଏ । ତେବେ ମନ୍ଦାର ପତ୍ରର ପେଷ୍ଟକୁ ଚୁପୁଡି ସେହି ରସରୁ ଯଦି ୧ ଚାମଚ ସେବନ କରିବେ । ତେବେ ଆପଣଙ୍କର ପେଟ ବେଦନା ମଧ୍ୟ ବହୁ ମାତ୍ରାରେ କମ୍ ହୋଇଯିବ । ଯେଉଁ ମାନଙ୍କର ଯଏଣ୍ଟ ପେନ୍ ବା ଆଣ୍ଠୁ, ଗଣ୍ଠି ଭଳି ସମସ୍ଯା ରହିଥାଏ । ସେମାନେ ମନ୍ଦାର ଫୁଲକୁ ଧୋଇ ସେଥିରୁ ପେଷ୍ଟ ପ୍ରସ୍ତୁତ କରି ତାହାକୁ ନେଇ ନିଜର ଜଏଣ୍ଟ ପେନ୍ ସ୍ଥାନରେ ଲେପ ଲଗାନ୍ତୁ । ଦେଖିବେ ବହୁତ ଶୀଘ୍ର ଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ଉପଶମ ପାଇବେ । ମନ୍ଦାର ଫୁଲର ପାଖୁଡାକୁ ନେଇ ଯଦି କାଢା ପ୍ରସ୍ତୁତ କରି ସେବନ କରନ୍ତି । ତେବେ ଥଣ୍ଡା, କାଶ ଭଳି ସମସ୍ଯା ମଧ୍ୟ ଗାୟବ ହୋଇଯାଇଥାଏ ।
ମନ୍ଦାର ଫୁଲର ଚୂର୍ଣ୍ଣ ପ୍ରସ୍ତୁତ କରି କିମ୍ବା ଅନଲାଇନରୁ ଆଣି ଏକ ଗ୍ଳାସ କ୍ଷୀରରେ ୧ ଚାମଚ ଏହି ଚୂର୍ଣ୍ଣ ମିଶାଇ ସେବନ କରନ୍ତି । ତେବେ ଅନେକ ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ଶରୀରରେ ରକ୍ତ ଅଭାବ ଭଳି ସମସ୍ଯା ଦେଖାଯିବ ନାହିଁ ।