ଯଦି ଚାହୁଁଛନ୍ତି ଏକ ସୁସ୍ଥ ଜୀବନ! ସପ୍ତାହରେ ଥରେ ନିଶ୍ଚିତ ସଫା କରନ୍ତୁ ନିଜ ଲିଭର୍, ବହୁତ ସରଳ ଉପାୟ, ଲିଭର୍ ହୋଇଯିବ ପୁରା ସଫା

ଲିଭରରେ ଖରାପ ହେବାକୁ ନେଇ ହେପେଟାଇଟିସ୍, ଫେଟି ଲିଭର୍, ଲିଭର୍ ସିରୋସିସ୍, ଏଲକୋହିଲିକ୍ ଲିଭର ଡିଜିଜ୍ ଓ ଲିଭର କ୍ୟାନସର ଭଳି ରୋଗ ହୋଇବାର ବିପଦ ଆସିଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ ଏମିତି ଏକ ଜୁସ୍ ବିଷୟରେ କହିବାକୁ ଯାଉଛୁ । ଯାହାକି ବିଷାକ୍ତ ଟକ୍ସିନ୍ ସହଜରେ ବାହାର କରିଦିଏ । ଲିଭର୍ ଆମ ଶରୀରର ସବୁଠାରୁ ମହତ୍ତ୍ୱପୁର୍ଣ୍ଣ ଅଙ୍ଗ ଅଟେ । ଯାହା ବିନା ଜୀବନରେ କଳ୍ପନା କରି ହୁଏ ନାହିଁ ଆଜି ଏହି ସମୟରେ ବହୁତ ଲୋକ ଲିଭର୍ ସଂବନ୍ଧିତ ସମସ୍ୟା ସହ ଅସୁବିଧାରେ ଅଛନ୍ତି । ଯାହାର ମୁଖ୍ୟ କାରଣ ହୋଇଥାଏ ଅନିୟମିତ ଖାଇବା ପିଇବା ଓ ଭୁଲ୍ ଜୀବନଶୈଳୀ ।

ହଳଦୀ ଏକ ପ୍ରକାର ଔଷଧୀ ଅଟେ । କିନ୍ତୁ କଣ ଆପଣ ଜାଣିଛନ୍ତି ହଳଦୀ ଆମ ଲିଭରକୁ ସୁସ୍ଥ କରିବା ପାଇଁ ସାହାର୍ଯ୍ୟ କରେ । ହଳଦୀରେ ପ୍ରୋଟିନ୍ । ଫାଇବର । ଭିଟାମିନ୍ ସି । ଭିଟାମିନ୍ ଇ । ଭିଟାମିନ୍ କେ । ପୋଟାସିୟମ୍ । କ୍ୟାଲସିୟମ୍ । ଆଇରନ୍ । ମାଗ୍ନେସିୟମ । ଓ ଜସ୍ତା ପରି ପୋଷକ ତତ୍ତ୍ୱ ମିଳିଥାଏ । ଯାହାର ସେବନରେ ଆମ ଶରୀରେ ବହୁତ ଲାଭ ମିଳିଥାଏ । ହଳଦୀରେ ମିଳୁଥିବା କୁରକ୍ୟୁମିନ୍ ଲିଭର୍ ସଫା କରିବା ପାଇଁ ଗ୍ଲୁଟାଥିଓନ୍ ର ନିର୍ମାଣ କରିଥାଏ । ଏହି ମିଶ୍ରଣ ତିଆରି କରିବା ପାଇଁ ସବୁ ଠାରୁ ପ୍ରଥମେ ଏକ ଗିଲାସ ପାଣିରେ ୧/୪ ଚାମଚ ହଳଦି ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ । ଓ ତିଆରି ହୋଇଥିବା ମିଶ୍ରଣକୁ ସେବନ କରନ୍ତୁ । ଦିନରେ ଦୁଇଥର ସେବନ କରିବା ପରେ ଆପଣଙ୍କ ଲିଭର୍ ସଫା ହୋଇଯାଏ ।

ଯଦି ଆପଣ ଲିଭରକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି, ତେବେ ଜୁସ୍ କୁ ନିଜ ଡାଇଟ୍ ରେ ମିଶାନ୍ତୁ ।
୧) ଗାଜର- ଅଁଳାର ଜୁସ୍ : ଗାଜର ଜୁସ୍ କରିବା ପାଇଁ ଆପଣଙ୍କୁ ୧୫୦ ମିଲି ଗାଜରର ଜୁସ୍ । ୨୦ ମିଲି ଅଁଳାର ଜୁସ୍ କୁ ମିକ୍ସ କରି ସେଥିରେ କିଛି ଲୁଣ ମିଶାନ୍ତୁ । ସବୁଦିନ ଜଳଖିଆରେ ଜୁସ୍ କୁ ପିଅନ୍ତୁ । ଏହା ଆପଣଙ୍କ ଶରୀରରୁ ଗୋଟେ ସପ୍ତାହରେ ଲିଭର ସମସ୍ୟା ଦୂର କରିଦେବେ ।

୨) ପାଳଙ୍ଗ ଓ ବିଟ୍ ର ଜୁସ୍ : ବନାଇବା ପାଇଁ ଆପଣଙ୍କୁ ପାଳଙ୍ଗର ପତ୍ରରେ ୧୦୦ ମିମି ଲିଟର ଜୁସ୍ ବାହାର କରିଦିଅନ୍ତୁ । ଏବେ ଏହାକୁ ୩୦ ମିଲି ବିଟ୍ ର ଜୁସ୍ ମିଶାନ୍ତୁ । କେବଳ ଅଳ୍ପ କଳା ଲୁଣ ମିଶାନ୍ତୁ । ଏବେ ଆପଣ ଏହାକୁ ଖାଇ ସାରିବା ପରେ ସବୁଦିନ ସେବନ କରନ୍ତୁ । ଏହାର ସେବନରେ ଲିଭର୍ ଠିକ୍ ହୋଇଯିବ ଓ ରକ୍ତ ହୀନତା ରହିବ ନାହିଁ । ଯଦି ପିଲାଙ୍କୁ ଦେବେ ଏହି ଜୁସ୍ ଏଥିରେ ଗାଜର ଓ ଡାଳିମ୍ବ ମିଶାଇ ଦେଇ ପାରିବେ।

୩) କଦଳିର ଜୁସ୍ : ଏହି ପ୍ରକିୟା ପାଇଁ ଆପଣଙ୍କୁ ଦରକାର ହେବ କଦଳି, ହଳଦି, ଧନିଆଁ, ଲେମ୍ବୁ , କଳା ଲୁଣ, ଓ ଗିଲୋୟ ଦରକାର ହେବ । ଲିଭର୍ ରୁ ଆବର୍ଜନା ବାହାର କରିବା ପାଇଁ ଏହା ଫାଇଦା ଦେବ । ଲିଭର୍ ରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ଓ ଇମ୍ୟୁନିଟି ବଢାଇ ପାରିବ । ଏହାକୁ ବନେଇବାପାଇଁ ସବୁଠାରୁ ପ୍ରଥମେ କଦଳୀର ଚୋପାକୁ ବାହାର କରିଦିଅନ୍ତୁ । ଏହାପରେ କଦଳୀ, ଧନିଆଁକୁ ଗ୍ରାଇଣ୍ତ କରି ଏକ ଗିଲାସ ଜୁସ୍ ବାହାର କରିଦିଅନ୍ତୁ । ଏହାପରେ ୧ ଚାମଚ ହଳଦୀ, ୧ ଚାମଚ କଳା ଲୁଣ, ୧ ଚାମଚ ଲେମ୍ବୁର ରସ ଓ ୩୦ ମିଲି ଗିଲୋୟ ରସ ମିକ୍ସ କରନ୍ତୁ । ଆପଣଙ୍କ ଜୁସ୍ ତିଆରି ହୋଇଯିବ । ଲିଭରରୁ ଟକ୍ସିନ୍ ବାହାର କରିବା ପାଇଁ ଏହାକୁ ଏକ ଡ୍ରିକ୍ସ୍ ପରି ଖାଲି ପେଟରେ ସେବନ କରନ୍ତୁ । ଆପଣ ଏହି ଜୁସ୍ କୁ ସକାଳ ସମୟରେ ପିଅନ୍ତୁ ।