ଓଡିଶା

ଆସନ୍ତାକାଲି ରଙ୍ଗର ପର୍ବ ହୋଲି, ରେଢାଖୋଲରେ ଜମୁଛି ରଙ୍ଗର ବଜାର

ରେଢାଖୋଲ: ଆଉ ଗୋଟିଏ ଦିନ ପରେ ରଙ୍ଗର ପର୍ବ ହୋଲି । ସାତରଙ୍ଗରେ ରଙ୍ଗିନ ହେବାକୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ରେଢାଖୋଲରେ ଖୋଲିଛି ରଙ୍ଗର ବଜାର । ହୋଲି ରଙ୍ଗକୁ ନେଇ ଦୋକାନୀମାନଙ୍କର ବେପାର ମଧ୍ୟ ଆରମ୍ଭ ହୋଇଗଲାଣି । ଚଳିତ ବର୍ଷ ଡିମାଣ୍ଡରେ ରହିଛି ହର୍ବାଲ ରଙ୍ଗ । ବିଭିନ୍ନ ପିଚକାରୀ ସହ ଆଇରନ ମୁଖା କିଣିବାକୁ ପିଲାମାନେ ବେଶ ପସନ୍ଦ କରୁଛନ୍ତି । ଅନ୍ୟପଟେ ସାଧାରଣ ଗ୍ରାହକମାନେ ଜସମିନ, ଲାଭେଣ୍ଡର୍, ରୋଜ ଭଳି ହର୍ବାଲ ରଙ୍ଗ କିଣିବାକୁ ଅଧିକ ପସନ୍ଦ କରୁଛନ୍ତି ।

ଖାସ କରି ପିଲାମାନଙ୍କ ପାଇଁ ଏଥର ବଜାରକୁ ଆସିଛି ବିଭିନ୍ନ ପ୍ରକାର ପିଚକାରୀ ସହ ଆଇରନ ମ୍ୟାନ, ସ୍କେଲିଟନ୍, ବ୍ୟାଟ୍ସ ମ୍ୟାନ ମୁଖା । ଯାହାକୁ କିଣିବା ପାଇଁ ପିଲାଙ୍କ ମନରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି । ହୋଲି ପର୍ବର ଏ ରଙ୍ଗିନ୍ ମାହୋଲରେ ରେଢ଼ାଖୋଲରବାସୀ ବେଶ ଉତ୍ସାହିତ ଏବଂ ଖୁସି ଅଛନ୍ତି । ସହରରେ ଥିବା ହୋଲି ଦୋକାନର ବ୍ୟବସାୟ ମଧ୍ୟ ଏଥର ଖୁବ ଭଲ ହେବ ବୋଲି ଆଶା କରିଛନ୍ତି ଦୋକାନୀ । ଏହାକୁ ନେଇ ସ୍ଥାନୀୟ ପ୍ରଶାସନ ମଧ୍ୟ ଲୋକଙ୍କୁ ସଚେତନ କରିବା ସହିତ ରଙ୍ଗ ଉପରେ ବି କଟକଣା ଲଗାଇଛି ।

ସବୁଠି ଯେମିତି ହର୍ବାଲ୍ ଫଗୁ ବା ଅବିର ବିକ୍ରି ହେବ ସେନେଇ ଦୋକାନୀମାନଙ୍କୁ ସତର୍କ କରାଯାଇଛି । ସହରରେ ହୋଲି ଦିନ ମଦ ଦୋକାନ ବନ୍ଦ ରଖିବା ସହିତ କିଭଳି ଶାନ୍ତିପୂର୍ବ ଭାବରେ ଏହି ପର୍ବ ପାଳନ କରାଯିବ ସେ ଦିଗ ପ୍ରତି ସ୍ଥାନୀୟ ପ୍ରଶାସନ ଜଗିଛନ୍ତି ବୋଲି କହିଛନ୍ତି ଉପଜିଲ୍ଲାପାଳ । ରଙ୍ଗ ଓ ଭାଇଚାରାର ପର୍ବ ହୋଲି । ଭାରତର ଅତି ଲୋକପ୍ରିୟ ପର୍ବ ଭିତରୁ ଏହା ଅନ୍ୟତମ । ବସନ୍ତ ଋତୁର ଏହି ପର୍ବକୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ଖୁବ୍ ଧୁମ୍‌ଧାମ୍‌ରେ ପାଳନ କରନ୍ତି ।

ଗାଁଠୁ ସହର ସବୁଆଡେ ଉଡେ ଅବିର । ପରିବେଶ ହୋଇଯାଏ ରଙ୍ଗୀନ । ଏନେଇ ଏବେ ରେଢ଼ାଖୋଲ ସହ ମଧ୍ୟ ବେଶ ଉତ୍ସବମୁଖର ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button