ଓଡିଶା

ହୋଲି ପୂର୍ବରୁ ଅବକାରୀ ବିଭାଗର ଚଢ଼ାଉ, ପୁଣି ସାଲିଆ ସାହିରେ ଠାବ ହେଲା ବିପୁଳ ପରିମାଣର ମଦ ପୋଚ

ଭୁବନେଶ୍ୱର : ଭାଙ୍ଗିଲେ ମଦ ଭାଟି, ମାଟିରେ ମିଶିଲା ଦେଶୀ ମଦ । ହୋଲି ପୂର୍ବରୁ ସାଲିଆ ସାହିରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ବେଆଇନ୍ ଦେଶୀ ମଦ ଭାଟି ଉପରେ ଅବକାରୀ ବିଭାଗ ଚଢାଉ କରିଛି । ଏହି ଚଢାଉ ବେଳେ ୫ ହାଜର ଲିଟର ପୋଚ ସହ ୧ ହାଜର ଲିଟର ଦେଶୀ ମଦ ନଷ୍ଟ କରିଛି ବିଭାଗ ଅବକାରୀ ବିଭାଗ । ଏହି ଘଟଣାରେ ୯ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ୯ ଜଣଙ୍କ ମଧ୍ୟରୁ ୭ ଜଣ ମହିଳା ସହ ଦୁଇ ଜଣ ପୁରୁଷ ରହିଥିବା ଜଣାପଡିଛି । ଏବେବି ରେଡ୍ ଜାରି ରହିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଗତ ୩ ମାସ ତଳେ ଅବକାରୀ ବିଭାଗ ଏବଂ କମିଶନରେଟ୍ ପୋଲିସ ପକ୍ଷରୁ ସାଲିଆ ସାହିରେ ରେଡ୍ କରାଯାଇଥିଲା । ଏଥିରେ ପାଖାପାଖି ୬ଟି ଦେଶୀ ମଦ ଭାଟି ଠାବ କରାଯାଇଥିଲା । ଏଥି ସହିତ ହଜାର ହଜାର ଲିଟର ଦେଶୀ ମଦ ନଷ୍ଟ କରାଯିବା ସହ ଏକାଧିକ ଲୋକଙ୍କୁ ପୋଲିସ୍ ଗିରଫ କରିଥିଲା । ତଥାପି ବେଆଇନ୍ ଦେଶୀ ମଦ ଭାଟି ଚାଲିଥିବା ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button