ସ୍ୱାସ୍ଥ୍ୟ

ଅର୍ଜୁନ ଛାଲ ଏବଂ ଡାଲଚିନିର କାଢା କେବଳ 15 ଦିନ ପିଇବା ପରେ ଶରୀରରେ ଯାହା ହେବ ଆପଣ ବିଶ୍ଵାସ କରି ପାରିବେନି (Healthy Tips)

ନମସ୍କାର ବନ୍ଧୁଗଣ ତେବେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଆପଣଙ୍କ ପାଖରେ ପ୍ରାୟତଃ ଦେଖିବାକୁ ମିଳିଥାଏ । ଆଉ ସେହି ସ୍ୱାସ୍ଥ୍ୟ କୁ ଭଲ ଓ ସୁସ୍ଥ ରଖିବା ପାଇଁ ମଧ୍ୟ ଆମେ ବିଭିନ୍ନ ପ୍ରକାରର ଉପାୟ ମାନ ଆପଣେଇ ଥାଉ । ତେବେ ଆଜି ମୁଁ ଆପଣ ମାନଙ୍କୁ ଦୁଇଟି ଘରେଇ ଉପକରଣ ବିଷୟରେ ଜଣେଇବି ଯାହାକୁ ବ୍ୟବହାର କରିକି ଆମେ ଆମ ଶରୀରରେ ଦେଖା ଯାଇଥିବା ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇପାରିବା ।

ତେବେ ସେହି ଦୁଇଟି ଉପଚାର ହେଇଛି ଅର୍ଜୁନ ଛାଲି ଓ ଡାଲଚିନି, ଆଉ ଯେଉଁ କାଠ ଦୁଇଟିକୁ ଘରେଇ ଉପଚାର ପ୍ରସ୍ତୁତ କରିକି ବ୍ୟବହାର କରିକି ଆମର ସମସ୍ତ ପ୍ରକାରର ସମସ୍ୟାରୁ ମୁକ୍ତି ପାଇପା ରିବା । ତାହେଲେ ଆସନ୍ତୁ ଅର୍ଜୁନ ଛାଲି ଓ ଡାଲଚିନି ର ବ୍ୟବହାର ଓ ଉପଚାର ପ୍ରସ୍ତୁତି ବିଷୟରେ ଜାଣିବା ।

ତେବେ ଅର୍ଜୁନ ଗଛ ବର ଗଛ ନିମ୍ବ ଗଛ ଭଳି ଏକ ବଡ ଗଛ ହୋଇଥାଏ । ଏହି ଅର୍ଜୁନ ଗଛରେ ଯେଉଁ ବକଳ ଲାଗି ରହିଥାଏ । ତାହାକୁ ହିଁ ଅର୍ଜୁନ ଛାଲ ବୋଲି କୁହାଯାଇଥାଏ । ବନ୍ଧୁଗଣ କହି ରଖୁଛୁ, ଆୟୁର୍ବେଦ ବିଜ୍ଞାନରେ ହୃଦୟ ଜନିତ ଯେତେ ସବୁ ରୋଗର ଔଷଧ ମାନ ରହିଅଛି ସେ ସବୁ ଏହି ଅର୍ଜୁନ ଗଛର ଛାଲ ରୁ ହିଁ ପ୍ରସ୍ତୁତ ହୋଇଥାଏ । ଏହାକୁ ଔଷଧ ରୂପେ ବହୁ ପୁରାତନ କାଳ ରୁ ବ୍ୟବହାର କରାଯାଇ ଆସୁଛି । ବର୍ତ୍ତମାନ ର ଆଧୁନିକ ବିଜ୍ଞାନ ମଧ୍ୟ ଅର୍ଜୁନ ଗଛର ଛାଲ କୁ ନେଇ ବିଭିନ୍ନ ଯାଞ୍ଚ ଓ ପରୀକ୍ଷା ମାନ କରି ଏଥିରେ ଥିବା ଔଷଧୀୟ ଗୁଣ କୁ ସ୍ବୀକୃତି ଦେଇ ସାରିଲାଣି ।

ତେବେ ଯଦି ଆପଣଙ୍କର ହାର୍ଟ ଦୁର୍ବଳ ଅଛି ବା ହାର୍ଟ ଜନିତ କୌଣସି ସମସ୍ୟା ଆପଣଙ୍କ ପାଖରେ ଦେଖାଯାଏ, ତାହେଲେ ଏହି ଉପଚାର ଦୁଇଟି କୁ ରେଗୁଲାରଲି ସେବନ କରିବା ଆବଶ୍ୟକ ହୋଇଥାଏ । ଏହା ଆପଣଙ୍କ ଶରୀରରେ କଲେଷ୍ଟେରଲ କୁ କଣ୍ଟ୍ରୋଲ ରେ ରଖିଥାଏ ଓ ରକ୍ତ କୁ ପତଳା କରିଥାଏ, ଆଉ ଯାହା ଫଳରେ ଯଦି ଆପଣ ଙ୍କର ବ୍ଲଡ ପ୍ରେସର ଜନିତ କୌଣସି ସମସ୍ୟା ଥାଏ, ତାହାକୁ ଠିକ ରଖିବାରେ ସାହାଯ୍ୟ କରିଥାଏ । ଏହା ଆମର ମୋଟାପଣ ମଧ୍ୟ ଦୂର କରିଥାଏ । ଏବେ ଆସନ୍ତୁ ଜାଣିବା ଉପଚାର ର ପ୍ରସ୍ତୁତି ବିଷୟରେ ।

ତେବେ ଏହି ଗାଢା ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆପଣଙ୍କୁ ପ୍ରଥମେ ଗୋଟିଏ ଗ୍ଲାସ ପାଣି ନେବା ଓ ସେଥିରେ ଗୋଟିଏ ଚାମଚ ଅର୍ଜୁନ ଛାଲି ର ଗୁଣ୍ଡ ନେବା ଓ ସେଥିରେ ଅଧା ଚାମଚ ଡାଲଚିନି ଗୁଣ୍ଡ ନେବା । ଆଉ ତାହାକୁ ଭଲ ଭାବରେ ଫୁଟାଇବା ଯେମିତି ତାହା ଅଧା ହେଇଯିବ ଫୁଟି ଫୁଟି । ତାହା ପରେ ତାହାକୁ ଗୋଟିଏ ପାତ୍ର କୁ ଛାଣି ଆଣିବା ଓ ସେବନ କରିବା ।

ତେବେ ସେହି ଉପଚାର ରୁ ଚାହା ପ୍ରସ୍ତୁତ କରିବା ପାଇଁ ଆମକୁ ପ୍ରଥମେ ଗୋଟିଏ ଗ୍ଲାସ ପାଣି ନେବାକୁ ହେବ, ତାହା ପରେ ସେଥିରେ ସେଥିରେ ଗୋଟିଏ ଚାମଚ ଅର୍ଜୁନ ଛାଲି ର ଗୁଣ୍ଡ ନେବା ଓ ସେଥିରେ ଅଧା ଚାମଚ ଡାଲଚିନି ଗୁଣ୍ଡ ନେବା ଏବଂ ପରେ ସେଥିରେ କ୍ଷୀର ମିଶାଇବା ଓ ସ୍ୱାଦ ଅନୁସାରେ ଚିନି ବା ଗୁଡ଼ ଦେଇକି ଫୁଟାଇବା । ଆଉ ପରେ ତାହାକୁ ଛାଣି ଦେବା । ତେବେ ଏହି ଉପଚାର କୁ ଆମେ ସକାଳେ ଖାଲି ପେଟରେ ସେବନ କରି ପାରିବା ତାହା ବ୍ୟତୀତ ଏହାକୁ ଆମେ ସବୁ ଋତୁ ରେ ବ୍ୟବହାର କରିପାରିବା । ତେବେ ଏହା ଥିଲା ଡାଲଚିନି ଓ ଅର୍ଜୁନ ଛାଲି ର ବ୍ୟବହାର ଓ ଉପକାରିତା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button