ଏହି ୪ଟି ଅଭ୍ୟାସ କୁ ଆପଣାଇଲେ କ୍ୟାନ୍ସର ଭଳି ବଡ ବଡ ରୋଗ ଆପଣଙ୍କ ପାଖ ମାଡିବନି- ଏବେ ହିଁ ଜାଣନ୍ତୁ

କ୍ୟାନ୍ସର ରୋଗ ଦିନକୁ ଦିନ ବଢିବାରେ ଲାଗିଛି । ଆଜିକାଲି କ୍ୟାନ୍ସର ଭଳି ରୋଗ ବହୁତ ସାଧାରଣ ହୋଇଗଲାଣି । ଏହି ରୋଗର ବିପଦ ଠାରୁ ଦୂରରେ ରହିବା ପାଇଁ ଆମେ ନିଜର ଅଭ୍ୟାସ ବଦଳାଇବାକୁ ପଡିବ । ଏମିତି ବହୁତ ଅଭ୍ୟାସ ଅଛି ଯାହାକୁ ଅପଣାଇ ଆମେ କ୍ୟାନ୍ସରଠୁ ଦୂରେଇ ରହିପାରିବା । ତେବେ ଆସନ୍ତୁ ଜାଣିବା ସେହି ସବୁ ଅଭ୍ଯାସ ଗୁଦ୍କ କଣ ଯାହା କୁ ଆପଣାଇ ଆମେ କ୍ୟାନ୍ସର ଭଳି ରୋଗଠୁ ଦୂରେଇ ପାରିବା ।
ୱେଟଲିଫଟିଙ୍ଗ କରନ୍ତୁ
“ମେଡିସିନ ଆଣ୍ଡ ସାଇନ୍ସ ଇନ ସ୍ପୋର୍ଟ୍ସ ଆଣ୍ଡ ଏକ୍ସରସାଇଜ” ରେ ପ୍ରକାଶିତ ଥିବା ଏକ ଅଧ୍ୟୟନରେ ଲେଖାଯାଇଛି ୱେଟଲିଫଟିଙ୍ଗ କରିବା ଲାଭଦାୟକ ଅଟେ । ଏହି ଅଧ୍ୟୟନରେ କୁହାଯାଇଛି ଯେ ପ୍ରତିଦିନ ୱେଟଲିଫଟିଙ୍ଗ କଲେ କ୍ୟାନ୍ସର ଠାରୁ ଦୂରେଇ ରହିହେବ ।
ଏହା ବ୍ୟତୀତ ଏହି ଅଧ୍ୟାୟନରେ କୁହାଯାଇଛି ଯେ ୱେଟଲିଫଟିଙ୍ଗ କରୁଥିବା ଲୋକମାନଙ୍କ ମଧ୍ୟରେ କୋଲନ କ୍ୟାନ୍ସର ୨୫% କମ ହୋଇଥାଏ । ୱେଟଲିଫଟିଙ୍ଗ କରିବାଦ୍ଵାରା କିଡନୀ କ୍ୟାନ୍ସର ସହିତ ଲଢାଯାଇପାରିବ । ଏହା ଏଥିପାଇଁ କାରଣ ୱେଟଲିଫଟିଙ୍ଗ କରିଲେ ଇନସୁଲିନ ଏବଂ ଗ୍ଳୁକୋଜ ର ସନ୍ତୁଳନ ଠିକରହିଥାଏ । ଏହାଦ୍ଵାରା ବ୍ଲଡ ସୁଗାର ନିୟନ୍ତ୍ରଣରେ ରହିଥାଏ ।
ପାଣି ବେସି ପିଅନ୍ତୁ
ପାଣି ପିଇବା ଦ୍ଵାରା ବହୁତ ଫାଇଦା ହେଇଥାଏ । ପାଣି ପିଇବା ଦ୍ଵାରା ଶରୀରରେ ବିଷାକ୍ତ ପଦାର୍ଥ ବାହାରକୁ ପଳେଇ ଆସେ ଏବଂ କ୍ୟାନ୍ସରକୁ ବି କମ କରିବାରେ ସାହାଯ୍ୟ କରିଥାଏ । ବେସି ପାଣି ପିଇବା ଦ୍ଵାରା ମୂତ୍ରାଶୟର କ୍ୟାନ୍ସାରକୁ ବି କମ କରାଯାଇପାରିବ । ଏହା ଏଥିପାଇଁ କାରଣ ବେସି ପାଣି ପିଇଲେ ଆପଣଙ୍କ ଶରୀରର ବିଷାକ୍ତ ପଦାର୍ଥ ମୂତ୍ରାଶୟ ମାଧ୍ୟମରେ ବାହାରିଯିବ ।
ଖାଇବା ଏବଂ ଶୋଇବା ମଧ୍ୟରେ ଅନ୍ତର ରଖନ୍ତୁ
ନିୟମିତ ସମୟରେ ଖାଇଲେ ଏବଂ ଶୋଇଲେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ । ଯେଉଁ ଲୋକମାନେ ଖାଇବା ଏବଂ ଶୋଇବା ମଧ୍ୟରେ ୨ଘଣ୍ଟାର ଅନ୍ତର ଦିଅନ୍ତି ସେ ଲୋକମାନଙ୍କ ବ୍ରେଷ୍ଟ କ୍ୟାନ୍ସର ଏବଂ ପ୍ରୋଷ୍ଟେଟ କ୍ୟାନ୍ସର ବିପଦ ୨୦% କମ ହୋଇଥାଏ ।
ପିଆଜ ଏବଂ ରସୁଣ ଖାଇବା ଜରୁରୀ ଅଟେ
ପିଆଜ ଏବଂ ରସୁଣ ଖାଇବା ଦ୍ଵାରା କେବଳ ଖାଇବାର ସ୍ଵାଦ ବଢିନଥାଏ ସ୍ଵାସ୍ତ୍ୟମଧ୍ୟ ଭଲରହିଥାଏ । ବହୁତ ଅଧ୍ୟାପନରୁ ଜଣାପଡିଛି ଯେ ପିଆଜ ଖାଇବା ଦ୍ଵାରା କ୍ୟାନ୍ସର ଦୂର ହୋଇଥାଏ ଏବଂ ବ୍ଲଡ ପ୍ରେସର ନିୟନ୍ତ୍ରଣରେ ରହିଥାଏ । ଏହା ବ୍ୟତୀତ ୟୁନିଭରସିଟି ଅଫ ବଫେଲୋ ଏବଂ ୟୁନିଭରସିଟି ପ୍ୟୁଟୋ ରିକୋ ରେ ଅଧ୍ୟୟନ କରାଯାଇଛି ଯେ ରସୁଣ ଏବଂ ପିଆଜ ଖାଇବା ଦ୍ଵାରା ବ୍ରେଷ୍ଟ କ୍ୟାନ୍ସର ୬୭ % କମ ହୋଇଥାଏ ।