ସ୍ୱାସ୍ଥ୍ୟ

ଜଣ୍ଡିସ୍‌ ରୋଗର କାରଣ ଓ ଏହାର ସଠିକ ଚିକିତ୍ସା ଜାଣନ୍ତୁ

ଆଜି ଆମେ ଜାଣିବା ଲିଭର୍ ଜଣ୍ଡିସ ବାବଦରେ।ଲିଭର ଜଣ୍ଡିସ୍ ହେଲେ ଆଖି ର ଧଳା ଭାଗ , ଜିଭ , ହାତ ପାଦ ଆଦି ହଳଦିଆ ପଡ଼ି ଯାଏ । ହେଲେ ଜଣ୍ଡିସ୍‌ର କାରଣ କ’ଣ ? ଏହାର ଲକ୍ଷଣ , ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି ପ୍ରସାଦ ଚୌଧୁରୀ , ଆସନ୍ତୁ ଜାଣିବା ଲିଭର ଜଣ୍ଡିସ୍ କ’ଣ ?ସାଧାରଣତଃ ଆମର ଯେତେବେଳେ ପରିସ୍ରା ହଳଦିଆ ହୋଇଥାଏ ଆଖି ହଳଦିଆ ଦେଖା ଯାଇଥାଏ ଆମେ ତାକୁ ଜଣ୍ଡିସ ବୋଲି କହିଥାଉ।ରକ୍ତରେ ବିଲିରୁବିନ ର ମାତ୍ରା ବଢ଼ି ଯାଏ ଅର୍ଥାତ୍ ତିନି ଉପରେ ହୋଇଯାଏ ଏବଂ ଆଖି ଓ ପରିସ୍ରା ହଳଦିଆ ହୋଇଥାଏ ସେତେବେଳେ କୁହା ଯାଇଥାଏ କି ଜଣ୍ଡିସ ହୋଇଛି।

ଲିଭର ଜଣ୍ଡିସ୍‌ର କାରଣ:-ଲିଭର୍ ରେ ଯେଉଁ ପ୍ରସେସିଂ ହେଉଛି ଯଦି ସେଠାରେ କିଛି ପ୍ରବ୍ଲେମ ଦେଖା ଦିଏ , ଲିଭର ଖରାପ୍ ହେଲେ, ପିତ୍ତକୋଷରେ କିଛି ସମସ୍ୟା ଦେଖା ଗଲେ ଜଣ୍ଡିସ ହୋଇଥାଏ। ଡିଫେକ୍ଟଭି ରକ୍ତ କଣିକା ଯାଇ ଲିଭର୍ କୁ ବେଶି ମାତ୍ରା ରେ ଖରାପ୍ କରିଥାଏ ଫଳରେ ଜଣ୍ଡିସ ହୋଇଥାଏ। ଏହା ସହିତଯଦି ରୋଗୀ କୁ ଜ୍ଵର ମେଲେରିଆ ଆଦି ହୋଇଛି ଏହି କ୍ଷେତ୍ରରେ ଅଧିକ ରକ୍ତ ଭାଙ୍ଗେ ଫଳରେ ଜଣ୍ଡିସ ହୋଇଥାଏ।

ଲିଭର ଜଣ୍ଡିସ୍‌ର ଲକ୍ଷଣ:-ଆଖି ହଳଦିଆ ଦେଖା ଯିବା, ପରିସ୍ରା ହଳଦିଆ ଦେଖା ଯିବା, ଭୋକ ନ ଲାଗିବା, ଲିଭର ଥିବା ସ୍ଥାନରେ ଯନ୍ତ୍ରଣା ଅନୁଭବ ହେବା, କଳା ଝାଡା ହେବା, ପାଦ ଫୁଲିବା, ବହୁତ୍ ବେଶି ଜ୍ଵର ଆସିବା ଯଦି ଏମିତି କିଛି ଲକ୍ଷଣ ରହୁଛି ତେବେ ଆମେ ଏହାକୁ ଜଣ୍ଡିସ ର ଲକ୍ଷଣ ବୋଲି କହି ପାରିବା।

ଲିଭର ଜଣ୍ଡିସ୍‌ର ପରୀକ୍ଷା:-ଲିଭର ଜଣ୍ଡିସ୍‌ର କୁ ଚିହ୍ନିବା ପାଇଁ ଲିଭର ଫନକ୍ସନ ଟେଷ୍ଟ କରାଯାଇଥାଏ। ଅଲଟ୍ରାସାଉଣ୍ଡ କରାଯାଇଥାଏ। ଦରକାର୍ ପଡ଼ିଲେ ସିଟି ସ୍କାନ ଏବଂ ଏମଆରଆଇ ମଧ୍ୟ କରା ଯାଇଥାଏ। ଏହା ସହିତ ବ୍ଲଡ ଟେଷ୍ଟ ମଧ୍ୟ କରା ଯାଇଥାଏ। ଏହା ଲିଭର ପ୍ରୋବ୍ଲମ ପାଇଁ ହୋଇଛି ନା ପିତ୍ତକୋଷରେ ସମସ୍ୟା ପାଇ ହୋଇଛି ତାହା ଦେଖା ଯାଇଥାଏ।

ଲିଭର ଜଣ୍ଡିସ୍‌ର ଚିକିତ୍ସା:-ଏହାର ଟ୍ରିଟମେଣ୍ଟ ଡିପେଣ୍ଡ କରୁଛି କି ଏହା କଉ ସକାଶେ ହୋଇଛି। ଯଦି ପ୍ରସେସିଂ ପାଇଁ ହୋଇଛି ତ ଆଣ୍ଟିବାୟୋଟିକ୍ ଦ୍ଵାରା ଏହା ଠିକ୍ ହୋଇ ପାରିବ। ଯଦି ଓଜନ ସକାସେ ହୋଇଛି ଓଜନ କମ କରନ୍ତୁ। ଯଦି ଡ୍ରିଙ୍କ ସକାଶେ ହୋଇଛି ଡ୍ରିଙ୍କ କରନ୍ତୁ ନାହିଁ। ଏହାର କାରଣ ଅନୁସାରେ ଏହା ଚିକିତ୍ସା କରାଯାଇଥାଏ।

ଲିଭର ଜଣ୍ଡିସ୍‌ର ଜଟିଳତା:-ଲିଭର ଜଣ୍ଡିସ୍‌ର ଚିକିତ୍ସା ତୁରନ୍ତ କରିବା ଉଚିତ୍ ନଚେତ୍ ଲିଭର ଫେଲିୟର ହେବାର ସମ୍ଭାବନା ରହିଥାଏ। ଏହା ସହିତ ପାଦ ଫୁଲିବା, ରକ୍ତବାନ୍ତି ହେବା, ପେଟରେ ପାଣି ଜମିବା, କଳାଝାଡା ହେବା ଏମିତି କି ଜୀବନ ବି ଚାଲି ଯାଇପାରେ। ତେଣୁ ଉଚିତ୍ ଟାଇମ୍ ରେ ଚିକିତ୍ସା ର ଆବଶ୍ୟକତା ରହିଛି।ଲିଭର ଜଣ୍ଡିସ୍‌କୁ ରୋକିବେ କିପରି ?ହେପାଟାଇଟିସ ବି ଟୀକା ନିଅନ୍ତୁ, ଡ୍ରିଙ୍କ କରନ୍ତୁ ନାହିଁ। ହେଲ୍ଦି ଡାଏଟ ଖାଇବେ ଏକ୍ସାସାଇଜ କରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button