ମନୋରଞ୍ଜନ

ଅର୍ଜୁନ-ମଲାଇକାଙ୍କ ସଂପର୍କରେ ଫାଟ ଚର୍ଚ୍ଚା ଭିତରେ ଅଭିନେତାକୁ ଡେଟିଂ ପ୍ରସଂଗ‌ରେ ଏପରି କହିଲେ କୁଶା – Utkal Mail


ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଇନ୍‌ଫ୍ଲୁଏନସର୍‌ କୁଶା କପିଲାଙ୍କ ନାମ ଅନେକ ଦିନ ହେବ ଅଭିନେତା ଅର୍ଜୁନ କପୁରଙ୍କ ସହ ଯୋଡ଼ାଯାଉଛି। ଏପରିକି ତାଙ୍କ ପାଇଁ ଅର୍ଜୁନ ଓ ମଲାଇକାଙ୍କ ସଂପର୍କରେ ଫାଟ ସୃଷ୍ଟି ‌ହୋଇଥିବା କଥା ବି ସାମ୍ନାକୁ ଆସିଥିଲା। କୁଶାଙ୍କର ଆଗକୁ ‘ସୁଖୀ’ ଫିଲ୍ମ ରିଲିଜ୍‌ ହେବାକୁ ଥିବା ବେଳେ ଅଭିନେତା ଅର୍ଜୁନଙ୍କ ଡେଟ୍‌ କରିବା ପ୍ରସଂଗରେ ସେ ନିଜର ନୀରବତା ଭଙ୍ଗ କରିଛନ୍ତି।

କୁଶା ତାଙ୍କର ଅର୍ଜୁନ କପୁରଙ୍କ ସହ ସଂପର୍କ ଥିବା ଖବରକୁ ପୂରାପୂରି ଭାବେ ଏକ ଗୁଜବ ବୋଲି କହିଛନ୍ତି। ଅର୍ଜୁନଙ୍କ ସହ ତାଙ୍କର ସେପରି କିଛି ବି ସଂପର୍କ ନାହିଁ ବୋଲି ନିକଟରେ ସେ ସ୍ପଷ୍ଟ କରିଛନ୍ତି।

ବରିଷ୍ଠ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସହ କୁଶା କପିଲାଙ୍କୁ ଆଗକୁ ‘ସୁଖୀ’ରେ ଦେଖିବାକୁ ମିଳିବ। ଅର୍ଜୁନ କପୁରଙ୍କ ସହ ଡେଟିଂ ବିଷୟରେ ଆଲୋଚନାରେ କୁଶା ତାଙ୍କ ଇନଷ୍ଟାଗ୍ରାମ ବ୍ରଡ୍‌କାଷ୍ଟ୍‌ ଚ୍ୟାନେଲ୍‌ରେ ଲେଖିଛନ୍ତି, ‘‘ପ୍ରତିଦିନ ମୋ ବିଷୟରେ ଏତେ ନିରର୍ଥକ ଖବର ପଢ଼ିବା ପରେ ମୋତେ ବେଳେ ବେଳେ ଲାଗେ କି ନିଜ ପାଇଁ ଏକ ଫର୍ମାଟ୍ ପ୍ରସ୍ତୁତ କରିବାକୁ ପଡ଼ିବ।’’

କୁଶା ଆହୁରି ମଧ୍ୟ କହିଛନ୍ତି, ‘‘ପ୍ରତ୍ୟେକ ଥର ଯେତେବେଳେ ମୁଁ ମୋ ବିଷୟରେ କିଛି ଖରାପ ପଢ଼େ, ମୁଁ ଚିନ୍ତା କରେ ଯେ ମୋ ମାଆ ଏହାକୁ ନପଢ଼ନ୍ତୁ। ଏହା ତାଙ୍କ ସାମାଜିକ ଜୀବନ ଉପରେ ଖୁବ୍ ପ୍ରଭାବ ପକାଉଛି।’’

ଉ‌ଲ୍ଲେଖଯୋଗ୍ୟ, କୁଶାଙ୍କର ଅର୍ଜୁନଙ୍କ ସହ ସମୟ ବିତାଇବା, ମଲାଇକାଙ୍କର ଦୁଃଖ ଭରା ଧାଡ଼ି ଥିବା ଟି-ସାର୍ଟ ପିନ୍ଧିବା ପରେ ଅର୍ଜୁନ-ମଲାଇକାଙ୍କର ବ୍ରେକ୍‌-ଅପ୍‌ ହୋଇଯାଇଛି ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏହି ଲଭ୍‌ବାର୍ଡସ ସାଥୀ ହୋଇ ରାତ୍ର ଭୋଜନରେ ଗଲା ପରେ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button