ମନୋରଞ୍ଜନ

ବର୍ଷ ବର୍ଷ ଧରି ଲୋକଙ୍କୁ ମନୋରଞ୍ଜନ ଯୋଗାଉଥିବା CIDର କଳାକାର ମାନଙ୍କୁ କେତେ ଟଙ୍କା ମିଳୁଥିଲା ଜାଣନ୍ତୁ

ସୋନି ଟିଭିରେ ପ୍ରସାରିତ ହେଉଥିବା ଶୋ CID ଅତ୍ୟନ୍ତ ଲୋକପ୍ରିୟ ଥିଲା। ଏହି ଶୋରେ କାମ କରୁଥିବା କଳାକାରମାନେ ସେମାନଙ୍କ ଚରିତ୍ର ନାମରେ ହିଁ ପ୍ରସିଦ୍ଧ ହୋଇ ସାରିଛନ୍ତି। CID ର ପ୍ରଥମ ଏପିସୋଡ ୨୧ ଜାନୁୟାରୀ ୧୯୯୮ ମସିହାରେ ପ୍ରସାରିତ ହୋଇଥିବାବେଳେ ଶେଷ ଏପିସୋଡ ୨୭ ଅକ୍ଟୋବର ୨୦୧୮ ମସିହାରେ ପ୍ରସାରିତ ହୋଇଥିଲା। ଆପଣ ଜାଣନ୍ତି କି ଏତେବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ମନୋରଞ୍ଜନ ଯୋଗାଉଥିବା CIDର କଳାକାର ମାନେ ଗୋଟିଏ ଏପିସୋଡ଼ ପାଇଁ କେତେ ଟଙ୍କା ନେଉଥିଲେ। ଆସନ୍ତୁ ସେ ବିଷୟରେ ଜାଣିବା।

CID ଶୋ ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ACP ପ୍ରଦ୍ୟୁମନ ଅର୍ଥାତ ଶିବାଜୀ ସାଟମଙ୍କର ଥିଲା। ମିଡ଼ିଆ ରିପୋର୍ଟ ଅନୁଯାୟୀ ଶିବାଜୀ ଗୋଟିଏ ଏପିସୋଡ ପାଇଁ ପ୍ରାୟତଃ ଏକ ଲକ୍ଷ ଟଙ୍କା ନେଉଥିଲେ।

Google

ଶୋ ରେ ଇନ୍ସପେକ୍ଟର ଦୟା ଭୂମିକାରେ ଅଭିନୟ କରିଥିବା ଦୟାନନ୍ଦ ଶେଟ୍ଟୀ ଗୋଟିଏ ଏପିସୋଡ ପାଇଁ ପ୍ରାୟତଃ ୮୦ ହଜାରରୁ ୧ ଲକ୍ଷ ଟଙ୍କା ଚାର୍ଜ କରୁଥିଲେ।

ଶୋ ରେ ଇନ୍ସପେକ୍ଟର ଅଭିଜିତଙ୍କ ଚରିତ୍ରରେ ଅଭିନୟ କରିଥିବା ଆଦିତ୍ୟ ଶ୍ରୀବାସ୍ତବ ବହୁତ ଲୋକପ୍ରିୟ ହୋଇଥିଲେ। CID ରେ ଆଦିତ୍ୟ ଗୋଟିଏ ଏପିସୋଡ ପାଇଁ ୮୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଉଥିଲେ।

Google

ଶୋ ରେ ଶ୍ରଦ୍ଧା ମସୁଲେ ଡକ୍ଟର ତାରିକା ଭାବରେ ନଜର ଆସିଥିଲେ। ୨୦୦୭ ମସିହାଠାରୁ ଶ୍ରଦ୍ଧା CID ସହିତ ଜଡିତ ହୋଇ ଥିଲେ। ଶ୍ରଦ୍ଧା ମସୁଲେ ଗୋଟିଏ ଏପିସୋଡ ପାଇଁ ୪୦ ହଜାର ଟଙ୍କା ନେଉଥିଲେ।

ଶୋ ରେ ଫ୍ରେଡେରିକ୍ସ ଭୂମିକାରେ ଅଭିନୟ କରୁଥିବା ଦୀନେଶ ଫଡନିସ CID ର ଗୋଟିଏ ଏପିସୋଡ ପାଇଁ ୭୦-୮୦ ହଜାର ଟଙ୍କା ନେଉଥିଲେ।

Google

ଶୋ ରେ ଡାକ୍ତର ଭୂମିକାରେ ଅଭିନୟ କରିଥିବା ନରେନ୍ଦ୍ର ଗୁପ୍ତା ଗୋଟିଏ ଏପିସୋଡ ପାଇଁ ୪୦ ହଜାର ପର୍ଯ୍ୟନ୍ତ ଟଙ୍କା ନେଉଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button