ଜୀବନଶୈଳୀ

ରାତିରେ ଭଲ ନିଦ ( Tips for Better Sleep ) କେମିତି ହେବ ? | Dr. Pranab Mahapatra

ନମସ୍କାର ବନ୍ଧୁଗଣ ତେବେ ଆମେ ସମସ୍ତେ ଜାଣିଛି କି ଆମ ମନ ଠିକ ରହିବା ସହିତ ଆମର ଜୀବନକୁ ସଠିକ ରାସ୍ତାରେ ଆଗେଇ ନେବା ପାଇଁ ମୁଖ୍ୟ ଜିନିଷ ଟି ହେଉଛି ସ୍ୱାସ୍ଥ୍ୟ।ତେବେ ଆମର ସ୍ୱାସ୍ଥ୍ୟ ପାଇଁକି ଖାଇବା ଯେମିତି ନିହାତି ଆବଶ୍ୟକ ହୋଇଥାଏ , ସେହିଭଳି ଆବଶ୍ୟକ ହୋଇଥାଏ ନିଦ୍ରା। ଯଦି ଜଣେ ମଣିଷ ର ନିଦ୍ରା ଠିକ ଭାବରେ ହୋଇ ନ ଥାଏ ତାହେଲେ ତାହାର ପ୍ରଭାବ ଆମର ସ୍ୱାସ୍ଥ୍ୟ ଉପରେ ପକାଇଥାଏ। ତେବେ ସେହି ନିଦ୍ରା ଜନିତ ସମସ୍ୟା କାହିଁକି ହୋଇଥାଏ ଓ ନିଦ୍ରା ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁକି କଣ ସବୁ କାରଣ ରହିଛି, ଆସନ୍ତୁ ସେ ବିଷୟରେ ଅଧିକ ଜାଣିବା।

ତେବେ ଆମେ ଜାଣିଛୁ କି ନିଦ୍ରା ହେଉଛି ଆମ ଜୀବନର ଗୋଟିଏ ଅତି ଆବଶ୍ୟକୀୟ ଜିନିଷ।ଆଉ ଜଣେ ମଣିଷ ପାଇଁ ଅତି କମ ରେ ୮ ଘଣ୍ଟା ଶୋଇବା ଆବଶ୍ୟକ ହୋଇଥାଏ। ଆଉ ଯଦି ତାହା ଠାରୁ କମ ହୋଇଥାଏ ନିଦ୍ରା ଆମର ତାହେଲେ ଆମ ଶରୀରରେ ବିଭିନ୍ନ ପ୍ରକାରର ଅସୁବିଧା ଦେଖା ଯାଇଥାଏ।

ତେବେ ଯେତେବେଳେ ଆମର ନିଦ୍ରା ଠିକ ଭାବରେ ହୋଇ ନ ଥାଏ ତାହେଲେ ଆମର ପ୍ରତିଦିନ କାମରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଥାଏ ଯାହା ଆମର ପାଠ ସହିତ ଆମର କାମ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ତାହା ସହିତ ଆମର ପ୍ରତେକ ଦିନ ଗୋଟିଏ ଶୋଇବାର ସମୟ ଠିକ ଥାଏ , ଆଉ ଯାହାକୁ ଯୋଗୁଁ ଆମେ ସେହି ସମୟରେ ଉଠିପଡୁ।

ତେବେ ଆମର ଯେତେବେଳେ ଯେତେ ଚେଷ୍ଟା କରିଲେ ମଧ୍ୟ ନିଦ୍ରା ନ ହୁଏ, ଆଉ ବିଭିନ୍ନ ପ୍ରକାରର ଅସୁବିଧା ଦେଖା ଯାଏ ନିଦ୍ରା ସମ୍ପର୍କ କୁ ନେଇକି ସେତେବେଳେ ଆମେ ମାନେ ଡାକ୍ତର ଙ୍କ ପାଖକୁ ଯିବ ଆବଶ୍ୟକ ହୋଇଥାଏ।

ଏହା ବ୍ୟତୀତ ଯଦି ଆପଣଙ୍କର ନିଦ୍ରା ନ ହେବାରୁ ମୁଣ୍ଡ ବିନ୍ଧୁଥିବ ବା କମ ସମୟ ଧରିକି ସକାଳେ ନିଦ ଜୋର ହେଉଥିବ ତାହେଲେ ସେତେବେଳେ ମଧ୍ୟ ଆମେ ଡାକ୍ତର ଙ୍କ ପାଖକୁ ଯିବ ଆବଶ୍ୟକ। ଆଉ ଆମେ ଲକ୍ଷ୍ୟ କରିବା କଥା କି ନିଦ ର ଆରମ୍ଭ ରେ ନାଁ ନିଦର ଶେଷରେ ଆମର ଅସୁବିଧା ହେଉଛି ତାହା ଜାଣିବା ଦରକାର।

ତେବେ ଆମେ ଶୋଇବା ପାଇଁକି ଖାଲି ଚିକିତ୍ସା କରିଲେ ହେବନି ଆମର ସ୍ଲିପ ହାଇଯେନିକ କୁ ମଧ୍ୟ ମେଣ୍ଟେନ କରିବା ପାଇଁ ପଡିବ।ଯେମିତିକି ଶୋଇବା ଘର ର ପରିବେଶ ଠିକ ଥିବା ଦରକାର, ବେଶି ଲାଇଟ ଯେମିତି ନ ପଡିବ ଠିକ ଭାବରେ କେମିତି ଶୋଇ ପାରିବା ସେଥିପାଇଁ ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ। ତାହା ସହିତ ଆମେ ମାନେ ଅଧିକ ରାତି ପର୍ଯ୍ୟନ୍ତ ଟିଭି, ଫୋନ ଆଦିର ବ୍ୟବହାର କରିବା ନାହିଁ । ତାହା ବ୍ୟତୀତ ଯେଉଁ ସ୍ଥାନରେ ଶୋଇବା ସେହି ସ୍ଥାନରେ ଖାଇବା ବା ଅନ୍ୟ କାର୍ଯ୍ୟ କରିବା ନାହିଁ। ଏହା ବ୍ୟତୀତ ଯେତେ ସମ୍ଭବ ଷ୍ଟ୍ରେସ କମ ନେବା ଆବଶ୍ୟକ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button