ସବୁ ମୂଷା ଘର ଛାଡି ଚାଲିଯିବେ, କରନ୍ତୁ ଏହି ଘରୋଇ ଉପାୟ (Get Rid of Rats)

ବନ୍ଧୁଗଣ ମୂଷା ମାନଙ୍କୁ ନକାରାତ୍ମକ ଓ ଅଜ୍ଞାନୀ ଶକ୍ତି ର ପ୍ରତୀକ ବୋଲି କୁହାଯାଇଥାଏ । ଘରେ ଯଦି ଅତ୍ୟାଧିକ ମାତ୍ରା ରେ ମୂଷା ଦେଖା ଯାଆନ୍ତି, ତେବେ ଏହା ଘରେ ନକାରାତ୍ମକ ଶକ୍ତି ପ୍ରଚୁର ମାତ୍ରାରେ ବ୍ଢ଼ି ଥିବାର ସଂକେତ ଦେଇଥାଏ । ତାହାଛଡ଼ା ସେହି ଘରେ ଲୋକ ମାନଙ୍କର ଭୌତିକ ବିକାଶ ମଧ୍ଯ ହୋଇ ପାରି ନ ଥାଏ । ଏହାସହ ମୂଷା ମାନେ ଘରେ ମଇଳା ଓ ଦାରିଦ୍ର୍ୟତା କୁ ଜନ୍ମ ଦେଇଥାଏ ।
ଏପରି ଅପରିଷ୍କାର ସ୍ଥାନ ରେ ମାତା ଲକ୍ଷ୍ମୀ କଦାପି ବାସ କରି ନଥାନ୍ତି । ଏହାସହ ସେହି ସ୍ଥାନ ରେ ଲୋକ ମାନଙ୍କୁ ମଧ୍ୟ ନାନା ପ୍ରକାର ର ରୋଗ ବ୍ୟାଧି ସବୁ ଘେରି ରଖିଥାଏ । ମୂଷା ମାନେ ଘରେ ରହି ଅନେକ ଜିନିଷ ଗୁଡିକୁ ମଧ୍ଯ କାଟି ଧ୍ଵଂସ କରି ଦେଇଥାନ୍ତି ।
ଯାହା ଅନେକ ଅସୁବିଧା ମାନ ସୃଷ୍ଟି କରିଥାଏ । ଏପରି ରେ ଲୋକ ମାନେ ଚିନ୍ତା ଗ୍ରସ୍ତ ହୋଇ ମୂଷା ମାନଙ୍କୁ ମାରିବା ପାଇଁ ବା ଘରୁ ବାହାର କରିବା ପାଇଁ ଅନେକ ପ୍ରଯତ୍ନ ମାନ ମଧ୍ଯ କରିଥାନ୍ତି । କିନ୍ତୁ ସେ ସବୁ ର କିଛି ବିଶେଷ ପ୍ରଭାବ ଦେଖିବାକୁ ମିଳି ନଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ସର୍ବୋତ୍ତମ ଆୟୁର୍ବେଦିକ ଘରୋଇ ଉପାୟ ନେଇ ଆସିଛୁ ଯାହା ସାହାର୍ଯ୍ୟ ରେ ଆପଣ ମୂଷା ମାନଙ୍କ କବଳରୁ ନିଜକୁ ବଞ୍ଚାଇ ପାରିବେ ।
ବନ୍ଧୁଗଣ ପେପରମିଣ୍ଟ ତେଲ ଏକ ଏପରି ତେଲ ଯାହାର ଗନ୍ଧ ମୂଷା ମାନେ ସହ୍ୟ କରି ପାରନ୍ତି ନାହିଁ । ତେଣୁ ଯେଉଁ ଯେଉଁ ସ୍ଥାନ କୁ ମୂଷା ମାନେ ଆସନ୍ତି ସେହି ସ୍ଥାନ ମାନଙ୍କ ରେ ଛୋଟ ଛୋଟ ତୁଳା ଖଣ୍ଡ ରେ କିଛି ମାତ୍ରାରେ ପେପରମିଣ୍ଟ ତେଲ ଲଗାଇ ରଖି ଦିଅନ୍ତୁ । ଏହାର ଗନ୍ଧ ରେ ମୂଷା ମାନେ ସେହି ସ୍ଥାନରୁ ଦୂରକୁ ଚାଲି ଯିବେ ।
ବନ୍ଧୁଗଣ ଦ୍ୱିତୀୟ ଉପାୟ ଟି ହେଉଛି, କିଛି ଲାଲ ଲଙ୍କା ଗୁଣ୍ଡ ର ପାଉଡର ରେ କିଛି ଅଟା ମିଶାଇ ମୂଷା ଗାତ ପାଖେରେ ବା ମୂଷା ଯାତାୟତ କରୁଥିବା ରାସ୍ତା ରେ ରଖି ଦିଅନ୍ତୁ । ମୂଷା ଯେତେବେଳେ ତାହାକୁ ଖାଇବାକୁ ଚେଷ୍ଟା କରିବ ସେତେବେଳେ ସେହି ଲଙ୍କା ଗୁଣ୍ଡ କୁ ସହ୍ୟ କରି ନପାରି ଅନେକ ଦୂର କୁ ଚାଲିଯିବ । କାରଣ ମୂଷା ମାନଙ୍କ ର ନାକ ଅନେକ ସମ୍ବେଦନଶୀଳ ହୋଇଥାଏ ।
ବନ୍ଧୁଗଣ ତୃତୀୟ ଉପାୟ ଟି ହେଉଛି ତେଜପତ୍ର । ସାଧାରଣତଃ ଆମେ ସମସ୍ତେ ଏହାକୁ ଖାଦ୍ୟ ରେ ହିଁ ସ୍ଵାଦ ବଢାଇବା ପାଇଁ ବ୍ୟବହାର କରିଥାଉ । କିନ୍ତୁ ଖୁବ୍ କମ ଲୋକ ହିଁ ଏହାର ଅନ୍ୟ ବ୍ୟବହାର ଓ ଗୁଣ ଉପକାର ବିଷୟ ରେ ଜାଣି ଥାଆନ୍ତି । ରାତିରେ ଶୋଇବା ପୂର୍ବରୁ 4 ଟି ବା 5 ଟି ତେଜପତ୍ର କୁ ଜଳାଇ ଏହାର ଧୁଆଁ କୁ ଘରର ସମସ୍ତ କୋଣ ମାନଙ୍କ ରେ ଭଲ ଭାବରେ ଦିଅନ୍ତୁ ।
ଏହି ସମୟ ରେ ମନେ କରି ଘର ର କବାଟ ଓ ଝରକା ଗୁଡ଼ିକ ଭଲ ଭାବରେ ବନ୍ଦ କରିଦେବେ । ଦେଖିବେ ଏହି ଧୂଆଁ ର ପ୍ରଭାବ ରୁ ନା କେବଳ ମୂଷା ଅପିତୁ ଘରୁ ମଶା ମାଛି ସମେତ ସମସ୍ତ ନକାରାତ୍ମକ ଶକ୍ତି ମଧ୍ଯ ବାହାରି ପଳାଇବେ । ତେବେ ବନ୍ଧୁଗଣ ଏହି ଉପାୟ ଟି ଯଦି ଆପଣ ମାନଙ୍କୁ ପସନ୍ଦ ଆସିଥାଏ ତେବେ ଆପଣ ଆମକୁ ତଳେ କମେଣ୍ଟ ବକ୍ସ ରେ ଜଣାଇବାକୁ ଭୁଲିବେନି । ଧନ୍ୟବାଦ