ଓଡିଶା

ହାତୀ ଆକ୍ରମଣରେ ଦମ୍ପତିଙ୍କ ମୃତ୍ୟୁ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ରେଞ୍ଜ ଅଧୀନରେ ଥିବା ଚାବିରିପାଲି ଗ୍ରାମରେ ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

ଚାବିରିପାଲି ଗ୍ରାମର ନୀଳାମ୍ବର ବରିହା ଗତ ରାତିରେ ଖାଇ ସାରି ପରିବାର ସହ ଶୋଇଥିଲେ। ବିଳମ୍ବିତ ରାତିରେ ଗ୍ରାମକୁ ହାତୀ ଆସିଥିଲା। ନୀଳାମ୍ବରଙ୍କ ଘରକୁ ହାତୀ ଭାଙ୍ଗି ଦେଇ ଧାନ ଚାଉଳ ଖାଇବା ସହ ଘରେ ଶୋଇଥିବା ଦମ୍ପତିଙ୍କୁ ଆକ୍ରମଣ କରି ଦଳି ଦେଇଥିବା ଜଣାପଡ଼ିଛି।

ମୃତା ପତ୍ନୀ ହେଲେ ଯଶୋବନ୍ତୀ ବରିହା।

ସୂଚନା ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ବନ ବିଭାଗ ମଧ୍ୟ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button