ସ୍ୱାସ୍ଥ୍ୟ

ଦେଶରେ ୧୦ କୋଟିରୁ ଊର୍ଦ୍ଧ୍ବ ଲୋକ ମଧୁମେହ ରୋଗରେ ଆକ୍ରାନ୍ତ: ଆଇସିଏମ୍‌ଆର୍‌

ସାଧାରଣତଃ ମଧୁମେହ ରୋଗ ଏବେ ଧୀରେ ଧୀରେ ବ୍ୟାପିବାରେ ଲାଗିଲାଣି। ତେବେ ମଧୁମେହ ରୋଗକୁ ନେଇ ଏଭଳି ଏକ ଖବର ସାମ୍ନାକୁ ଆସିଛି, ଯାହା ଅତ୍ୟନ୍ତ ଚିନ୍ତାଜନକ। ଇଣ୍ଡିଆନ କାଉନ୍ସିଲ ଅଫ ମେଡିକାଲ ରିସର୍ଚ୍ଚର ରିପୋର୍ଟ ଅନୁସାରେ, ଦେଶରେ ୧୦ କୋଟିରୁ ଊର୍ଦ୍ଧ୍ବ ଲୋକ ମଧୁମେହ ରୋଗରେ ଆକ୍ରାନ୍ତ।

ଆଇସିଏମ୍‌ଆର୍‌ ରିପୋର୍ଟ ଅନୁସାରେ ୧୦ କୋଟି ୧୦ ଲକ୍ଷ ଲୋକଙ୍କୁ ଡାଇବେଟିସ ବା ମଧୁମେହ। ୨୦୧୯ରେ ୭ କୋଟି ଲୋକ ମଧୁମେହରେ ଆକ୍ରାନ୍ତ ହୋଇଥିଲେ। ୪ ବର୍ଷରେ ୪୪ ପ୍ରତିଶତ ମଧୁମେହ ରୋଗୀ ସଂଖ୍ୟା ବଢ଼ିଛି। ୨୬.୪ ପ୍ରତିଶତ ଆକ୍ରାନ୍ତ ସହ ଗୋଆରେ ସବୁଠୁ ଅଧିକ ମଧୁମେହ ରୋଗୀ ଚିହ୍ନଟ କରାଯାଇଛି। ଦ୍ବିତୀୟରେ ପୁଡୁଚେରୀ ଓ ତୃତୀୟରେ ରହିଛି କେରଳ ରହିଛି। ଆଇସିଏମ୍‌ଆର୍‌ ରିପୋର୍ଟ ଅନୁସାରେ ଏଭଳି ତଥ୍ୟ ପଦାକୁ ଆସିଛି।

ବହୁ କ୍ଷେତ୍ରରେ ଡାଇବେଟିସ ସାରା ଜୀବନ ରହିଥାଏ। ତେଣୁ ଜୀବନଶୈଳୀ ପରିବର୍ତ୍ତନ ଡାଇବେଟିସର ମୂଳ ଚିକିତ୍ସା। ଜୀବନଶୈଳୀରେ ଖାଦ୍ୟ, ଯୋଗ, ବ୍ୟାୟମ, ମାନସିକ ସନ୍ତୁଳନ ରକ୍ଷା, ହିଂସା, ଲୋଭ, ଆସକ୍ତି ସମ୍ବନ୍ଧୀୟ ନିଜ ମନର ବୁଝାମଣା, ଉତ୍ତମ ପାରିବାରିକ ସମ୍ବନ୍ଧ, ଭଲ ବହି ପଢ଼ିବା, ଆର୍ଥିକ ସଂଗତି, ନିଶାଦ୍ରବ୍ୟ ବର୍ଜନ ଓ ଆଠ ଘଣ୍ଟା ନିଦ୍ରା ଗୁରୂତ୍ୱପୂର୍ଣ୍ଣ। ଏଥିରେ ଯଦି ଡାଇବେଟିସ ମାତ୍ରା ଅନୁସାରେ ନିୟନ୍ତ୍ରିତ ନ ହୁଏ ତେବେ ଔଷଧ ସେବନ ଓ ଇନସୁଲିନ୍ ଇଞ୍ଜେକସନ ଚିକିତ୍ସା କରାଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button