କ୍ରୀଡା

ନେଦରଲ୍ୟାଣ୍ଡ କ୍ରିକେଟ ଟିମରେ ସାମିଲ ହୋଇଥିବା ଡେଲିଭରୀ ବଏଙ୍କ କୋଚିଂ ଖର୍ଚ୍ଚ ବହନ କରିବ ସ୍ବିଗ୍ଗି – Utkal Mail


ଚେନ୍ନାଇ: ଖରାପ ବା ଭଲ ସମୟ ସବୁଦିନ ରହେ ନାହିଁ। ଏହା ପରିବର୍ତ୍ତନଶୀଳ। ରାତି ହେଲେ ଦିନ ଆସିବା ଭଳି ଖରାପ ସମୟ ପରେ ଭଲ ସମୟ ବି ଆସେ। ବେ‌ଳେବେଳେ ଏଭଳି ଭାବେ ଭାଗ୍ୟ ବଦଳେ, ଯାହାର କଳ୍ପନା ସାଧାରଣ ମଣିଷ କେବେ କରିନଥାଏ। କିଛି ସେଭଳି ଘଟିଛି ଚେନ୍ନାଇର ଲୋକେଶ କୁମାରଙ୍କ ସହ। କିଛି ମାସ ତଳେ ଘର ଘର ବୁଲି ଖାଦ୍ୟ ବିତରଣ କାମ କରୁଥିବା ‌ଲୋକେଶ ଏବେ ଏକ ବଡ଼ କ୍ରିକେଟ ଟିମରେ ସ୍ଥାନ ପାଇଛନ୍ତି। ତାଙ୍କୁ ନେଦରଲ୍ୟାଣ୍ଡ କ୍ରିକେଟ ଟିମରେ ‘ନେଟ ବୋଲର’ ଭାବେ ସ୍ଥାନ ମିଳିଛି।

କିଛି ଦିନ ତଳେ ଏହି ଖବର ସାମ୍ନାକୁ ଆସିଥିବା ବେଳେ ତାଙ୍କ ସଫଳତାର ଖୁସିକୁ ପାଳନ କରିଥିଲେ ଲୋକେ। ଲୋକେଶ କୁମାର ସ୍ବିଗ୍ଗି ପାଇଁ ଡେଲିଭରୀ ବଏ ଭାବେ କାମ କରୁଥିବାରୁ ଏବେ ତାଙ୍କର କୋଚିଂ ଖର୍ଚ୍ଚ ସ୍ବିଗ୍ଗି ବହନ କରିବ ବୋଲି ଘୋଷଣା କରିଛି। ଲୋକେଶଙ୍କୁ ଏକ ଛୋଟ ସାହାଯ୍ୟ କରିବାକୁ ଯାଇ ତାଙ୍କ କ୍ରିକେଟ୍ କୋଚିଂର ପୁରା ବର୍ଷର ଖର୍ଚ୍ଚ ସ୍ବିଗ୍ଗି ଦେବ ବୋଲି ସିଇଓ ରୋହିତ କପୁର ଲିଙ୍କଡଇନରେ ଘୋଷଣା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ନେଦରଲ୍ୟାଣ୍ଡ ଦଳ ଦ୍ୱାରା ୪ଜଣ ‘ନେଟ ବୋଲର’ଙ୍କୁ ଚୟନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ଲୋକେଶ। ଏହି ଖବର ସୋସିଆଲ ମିଡିଆ ହ୍ୟାଣ୍ଡେଲ ମାଧ୍ୟମରେ ଡଚ୍ ଦଳ ନିଶ୍ଚିତ କରିଥିଲା। ଲୋକେଶ ନେଦରଲ୍ୟାଣ୍ଡର ବ୍ୟାଟ୍ସମ୍ୟାନମାନଙ୍କୁ ବିଶ୍ୱକପ ପୂର୍ବରୁ ନେଟରେ ହେବାକୁ ଥିବା ଅଭ୍ୟାସ‌ରେ ସାହାଯ୍ୟ କରିବେ ବୋଲି ଦଳ ଘୋଷଣା କରିଥିଲା।

ତେବେ ଏହି ପଦବୀ ହାସଲ କରିବା ଲୋକେଶଙ୍କ ପାଇଁ ସହଜ ନଥିଲା। ଏଥିପାଇଁ ଲୋକେଶଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଥିଲା। ପାଖାପାଖି ୧୦ହଜାର ଲୋକଙ୍କ ସହ ଲୋକେଶ ‘ନେଟ ବୋଲର’ ହେବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଏଥିପାଇଁ ସେ ଏକ ଭିଡିଓ ଅପଲୋଡ୍ କରିଥିଲେ ଯେଉଁଥିରେ ନେଦରଲ୍ୟାଣ୍ଡ ଦଳ ଦ୍ୱାରା ତାଙ୍କ ବୋଲିଂର ମୂଲ୍ୟାଙ୍କନ କରାଯାଇଥିଲା ଏବଂ ତାଙ୍କୁ ଏହି ସୁଯୋଗ ଦିଆଯାଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button