ଓଡିଶା

କଟକ ମହାନଗର ନିଗମ କାଉନସିଲ ବୈଠକରେ ହୋହଲ୍ଲା

କଟକ: କଟକ ମହାନଗର ନିଗମ କାଉନସିଲ ବୈଠକରେ ହୋହଲ୍ଲା । ବିରୋଧୀ କର୍ପୋରେଟଙ୍କ ପାଟିତୁଣ୍ଡ । କଟକ ମହାନଗର ନିଗମର କାଉନସିଲ୍ ବୈଠକରେ ୨୦୨୫-୨୬ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ପାସ ହୋଇଛି । ଏହି ବଜେଟରେ ୧୨୧୬ କୋଟି ଟଙ୍କାର ଆୟ ଓ ୧୨୦୯ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି ।

ଗତବର୍ଷ ତୁଳନାରେ ଏଥର ୬୦ ପ୍ରତିଶତ ବଜେଟ୍ ର କଳେବର ବୃଦ୍ଧି କରିଛି ସିଏମସି । ବଜେଟ୍ ପାସ ହେବା ପରେ ଉଷ୍ଣ ହୋଇଥିଲା କାଉନସିଲ ବୈଠକ । ସିଏମସିରେ କାର୍ଯ୍ୟରତ ଅଧିକାରୀ ଓ ସିଟି ଇଞ୍ଜିନିୟରଙ୍କ ବିରୋଧରେ କିଛି ଅଭିଯୋଗ ଆଣି ଗର୍ଜିଥିଲେ ବିଜେପିର ୫୬ ନମ୍ବର୍ ୱାର୍ଡ କର୍ପୋରେଟର ଲିପ୍ସା ନାୟକ। ଏପରିକି ସିଟି ଇଞ୍ଜିନିୟରଙ୍କ ବିରୋଧରେ କଂଗ୍ରେସ କର୍ପୋରେଟରମାନେ ମଧ୍ୟ ଅଭିଯୋଗ ଆଣି ହୋ ହାଲ୍ଲା କରିଥିଲେ।

କର୍ପୋରେଟରଙ୍କ ଅଭିଯୋଗକୁ ସିଟି ଇଞ୍ଜିନିୟର ଅସ୍ବୀକାର କରିଥିଲେ। ଯାହାକୁ ନେଇ କଥା କଟାକଟି ଓ ପାଟିତୁଣ୍ଡରେ କମ୍ପି ଥିଲା ସମ୍ମିଳନୀ କକ୍ଷ। କେବଳ ସେତିକି ନୁହେଁ, ସହିଦଭବନରୁ ବାହାରିଥିବା ବିଭିନ୍ନ ସାମଗ୍ରୀ, ସ୍କ୍ରାପ ଓ ବ୍ୟାଟେରୀ ଗାଡ଼ିଗୁଡ଼ିକୁ ଶାଗମାଛ ଦରରେ ଟେଣ୍ଡର କରି ବିକ୍ରି କରାଯାଇଥିବା ଅଭିଯୋଗ ଅଭିଯୋଗ ହୋଇଛି।

ଅନ୍ୟପଟେ ଚଳିତ ଆର୍ଥିକ ବର୍ଷର ବଜେଟରେ କଟକ ମହାନଗର ନିଗମର ରାଜସ୍ବରେ ଯଥେଷ୍ଟ ବୃଦ୍ଧି ଘଟିଛି। ଆଗକୁ ନୂଆ ୫ ଟି ବକ୍ସ ଡ୍ରେନ, ୧୫୦ ପୋଖରୀ ନବୀକରଣ ଓ ଅନ୍ୟ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରାଯିବ। ଯାଇକା ପ୍ରକଳ୍ପ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ମେୟର। ସହିଦ ଭବନ ସାମଗ୍ରୀ ଓ ସ୍କ୍ରାପ ବିକ୍ରିରେ କୌଣସି ଦୁର୍ନୀତି ହୋଇ ନ ଥିବା ସେ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button