ଜୀବନଶୈଳୀ

ଗୋଟେ ନଡ଼ିଆ ବଦଳାଇ ଦେଇପାରେ ଆପଣଙ୍କ ଭାଗ୍ୟ। ଚମତ୍କାର ଉପାୟ ପ୍ରୟୋଗ କରି ଦେଖି ନିଅନ୍ତୁ

ସନାତନ ଧର୍ମରେ ନଡ଼ିଆକୁ ଶ୍ରୀଫଳ କୁହାଯାଏ। ଶ୍ରୀଫଳର ଅର୍ଥ ଫଳ ଗୁଡ଼ିକ ମଧ୍ୟରେ ଯିଏ ଶ୍ରେଷ୍ଠ। ପ୍ରତ୍ୟେକ ଶୁଭ କାର୍ଯ୍ୟ ବା ଧାର୍ମିକ କାର୍ଯ୍ୟରେ ନଡ଼ିଆର ବ୍ୟବହାର କରାଯାଇଥାଏ। ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି କି, ଅନେକ ବାଧାବିଘ୍ନ ଏବଂ ଗ୍ରହଦୋଷକୁ ଦୂର କରିବା ପାଇଁ ନଡିଆ ବହୁତ ପ୍ରଭାବଶାଳୀ ଅଟେ।ଆଜି ଆମେ ଆପଣଙ୍କୁ ନଡ଼ିଆ ସମ୍ବନ୍ଧିତ କିଛି ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ। ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଜୀବନରେ ସବୁ ଦୁଃଖକଷ୍ଟ ଦୂର ହୋଇଯିବ। ଏହାସହିତ ଧନ ପ୍ରାପ୍ତି ମଧ୍ୟ ହେବ। ତେବେ ଆସନ୍ତୁ ସେହି ଉପାୟ ଗୁଡ଼ିକ ବିଷୟରେ ବିସ୍ତାର ରୂପରେ ଜାଣିବା।

– ଯଦି ଆପଣ ନିଜ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ସବୁ କାର୍ଯ୍ୟ ଆପଣଙ୍କର ବିଫଳ ହେଉଛି, ତାହେଲେ ଆପଣ ପାଣି ଥିବା ନଡ଼ିଆକୁ ନିଜ ମୁଣ୍ଡ ଚାରିପଟରେ ୨୧ ଥର ବୁଲାଇ କୌଣସି ମନ୍ଦିରର ଯଜ୍ଞକୁଣ୍ଡରେ ପକାଇ ଦିଅନ୍ତୁ। ଏଭଳି କରିବା ଦ୍ୱାରା ଆପଣଙ୍କ ଜୀବନରେ ସବୁ ଦୁଃଖକଷ୍ଟ ଦୂର ହୋଇଯିବ। ଏହି ଖାସ ଉପାୟ ଆପଣ ମଙ୍ଗଳବାର ଓ ଶନିବାର ଦିନ କରି ପାରିବେ।

– ଯଦି ଆପଣ ଚାକିରି ଓ ବ୍ୟାପାର କ୍ଷେତ୍ରରେ ସଫଳତା ହାସଲ କରିବାକୁ ଚାହୁଁଛନ୍ତି, ତାହେଲେ ନିଜ ଘର ବଗିଚାରେ ଦକ୍ଷିଣ ବା ପଶ୍ଚିମ ଦିଗ ଆଡ଼କୁ ନଡ଼ିଆ ଗଛ ରୋପଣ କରନ୍ତୁ।ଏହାଦ୍ୱାରା ଗୁରୁ ଗ୍ରହ ସୁଦୃଢ ହୋଇ ଶୁଭ ଫଳ ପ୍ରଦାନ କରିବ। ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ।

– ଯଦି ଆପଣଙ୍କ ଉପରେ ବା ପରିବାରର କୌଣସି ସଦସ୍ୟଙ୍କ ଉପରେ ଖରାପ ଦୃଷ୍ଟି ପଡ଼ିଛି, ତାହେଲେ ମଙ୍ଗଳବାର ଦିନ ଲାଲ କପଡ଼ାରେ ନଡ଼ିଆ ବାନ୍ଧି ସେହି ବ୍ୟକ୍ତିଙ୍କ ମୁଣ୍ଡ ଚାରିପଟେ ବୁଲାଇ ପ୍ରଭୁ ହନୁମାନଙ୍କର ଚରଣରେ ସମର୍ପିତ କରି ଦିଅନ୍ତୁ।ଏଭଳି କରିବା ଦ୍ୱାରା ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଯିବ।

– ଯଦି ଆପଣଙ୍କୁ ଜୀବନରେ ଆର୍ଥିକ ସଂକଟରେ ସାମ୍ନା କରିବାକୁ ପଡୁଛି, ତାହେଲେ ଶୁକ୍ରବାର ଦିନ ଲାଲ ପୋଷାକ ପିନ୍ଧି ଦେବୀ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ସହିତ ନଡ଼ିଆ ଅର୍ପଣ କରନ୍ତୁ। ପରଦିନ ଏହି ନଡ଼ିଆରେ ଲାଲ କପଡ଼ା ବାନ୍ଧି ଘରେ ଏଭଳି ସ୍ଥାନରେ ରଖି ଦିଅନ୍ତୁ, ଯେଉଁଠାରେ କାହାରି ନଜର ପଡୁ ନଥିବ। ଦେଖିବେ ଖୁବ୍ ଶୀଘ୍ର ଆପଣଙ୍କୁ ସୁଫଳ ମିଳିବ ଏବଂ ଆର୍ଥିକ ସ୍ଥିତି ସୁଦୃଢ ହେବ। ଏହାସହିତ ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ।

– ବେଳେବେଳେ ଆପଣ କଠିନ ପରିଶ୍ରମ କରି ମଧ୍ୟ ଆପଣଙ୍କୁ ଆଶାନୁରୂପ ସଫଳତା ମିଳି ନଥାଏ। ଏହି ପରିସ୍ଥିତିରେ ଆପଣ ଶନିବାର ଦିନ ଶନିଦେବଙ୍କ ମନ୍ଦିର ଯାଇ ୭ଟି ନଡ଼ିଆ ଅର୍ପଣ କରନ୍ତୁ। ପରଦିନ ଏହି ନଡ଼ିଆକୁ ଜଳରେ ବିସର୍ଜିତ କରି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ କୌଣସି ବାଧାବିଘ୍ନ ସୃଷ୍ଟି ହେବ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button